ଟାଇମର ଇମର୍ଜିଂ ନେତା ତାଲିକାରେ ଆଜାଦ ଓ ୫ ଭାରତୀୟ ବଂଶୋଦ୍ଭବ

ନ୍ୟୁୟର୍କ: ଭାରତର ଚନ୍ଦ୍ର ଶେଖର ଆଜାଦ, ଟ୍ୱିଟରର ଟପ୍ ଆଇନଜୀବୀ ବିଜୟା ଗାଡ୍ଡେ, ବ୍ରିଟେନର ରିଷି ସୁନାକଙ୍କ ସହ ୫ ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଟାଇମ ମ୍ୟାଗାଜିନ୍ର ଶ୍ରେଷ୍ଠ ୧୦୦ ଇମର୍ଜିଂ ନେତା ତାଲିକାରେ ରହିଛନ୍ତି। ବୁଧବାର ‘ଦି ୨୦୨୧ ଟାଇମ ୧୦୦ ନେକ୍ସଟ’ ଜାରି କାରାଯାଇଛି। ବିଶ୍ୱର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ୧୦୦ ଜଣ ପ୍ରଖ୍ୟାତ ଲୋକଙ୍କୁ ଟାଇମ ଏହି ଇମର୍ଜିଂ ନେତା ତାଲିକାରେ ସ୍ଥାନ ଦେଇଛି। ଟାଇମ ୧୦୦ର ସମ୍ପାଦକ ଡାନ ମ୍ୟାକସାଇ […]

azad

Hemant Lenka
  • Published: Thursday, 18 February 2021
  • , Updated: 18 February 2021, 04:30 PM IST

ନ୍ୟୁୟର୍କ: ଭାରତର ଚନ୍ଦ୍ର ଶେଖର ଆଜାଦ, ଟ୍ୱିଟରର ଟପ୍ ଆଇନଜୀବୀ ବିଜୟା ଗାଡ୍ଡେ, ବ୍ରିଟେନର ରିଷି ସୁନାକଙ୍କ ସହ ୫ ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଟାଇମ ମ୍ୟାଗାଜିନ୍ର ଶ୍ରେଷ୍ଠ ୧୦୦ ଇମର୍ଜିଂ ନେତା ତାଲିକାରେ ରହିଛନ୍ତି।

ବୁଧବାର ‘ଦି ୨୦୨୧ ଟାଇମ ୧୦୦ ନେକ୍ସଟ’ ଜାରି କାରାଯାଇଛି। ବିଶ୍ୱର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ୧୦୦ ଜଣ ପ୍ରଖ୍ୟାତ ଲୋକଙ୍କୁ ଟାଇମ ଏହି ଇମର୍ଜିଂ ନେତା ତାଲିକାରେ ସ୍ଥାନ ଦେଇଛି। ଟାଇମ ୧୦୦ର ସମ୍ପାଦକ ଡାନ ମ୍ୟାକସାଇ କହିଛନ୍ତି, ତାଲିକାରେ ଥିବା ସମସ୍ତ ବ୍ୟକ୍ତି ଇତିହାସ ସୃଷ୍ଟି କରିବେ।

ଏପରି କି ଏମାନଙ୍କ ମଧ୍ୟରୁ ଏବେଠାରୁ କିଛି ଲୋକ ଇତିହାସ ସୃଷ୍ଟି କରିସାରିଲେଣି। ସେମାନଙ୍କ କାର୍ଯ୍ୟ ଶୈଳୀ ଓ ଦକ୍ଷତାକୁ ଦୃଷ୍ଟିରେ ରଖି ଏମାନଙ୍କୁ ଟପ୍‌ ୧୦୦ ନେତାଙ୍କ ମଧ୍ୟରେ ସ୍ଥାନ ଦିଆଯାଇଛି ବୋଲି ସେ କହିଛନ୍ତି। ତାଲିକାରେ ଥିବା ଅନ୍ୟ ଭାରତୀୟ ବଂଶୋଦ୍ଭବ ହେଲେ, Instacartର ପ୍ରତିଷ୍ଠାତା ଓ ସିଇଓ ଅପୂର୍ବ ମେହେଟା, ଡାକ୍ତର ଶିକ୍ଷା ଗୁପ୍ତା ଓ ରୋହନ ପାଭୁଲୁରି ରହିଛି।

ତାଲିକାରେ ଥିବା ଚନ୍ଦ୍ର ଶେଖର ଆଜାଦ ହେଉଛନ୍ତି ଭୀମ ଆର୍ମିର ମୁଖ୍ୟ। ସେ ସ୍କୁଲ ପ୍ରତିଷ୍ଠା କରି ଦଳିତ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ଏଥିସହ ଜାତିଗତ ଭେଦଭାବ ବିରୋଧରେ ମଧ୍ୟ ସେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି।

Related story