କୋଲକାତା: ଗତକାଲି ରାତିରେ ଉତ୍ତର ସିକ୍କିମର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଉପତ୍ୟାକାର ୫୦୦ ଫୁଟ୍ ତଳକୁ କାର ଖସିପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସେମାନେ ଗ୍ୟାଙ୍ଗଟକ୍ ଫେରୁଥିବା ବେଳେ ଗତକାଲି ରାତି ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ପୁଲିସ, ସେନା ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଲାଚୁଙ୍ଗଠାରୁ ୧୩ କିମି ଦୂରରେ ଏହି ଦୁର୍ଘଟଣାଗ୍ରସ୍ତ କାର ଏବଂ ସେଥିରେ ଥିବା ମୃତଦେହ ଉଦ୍ଧାର କରାଯାଇଛି। ଲାଚୁଙ୍ଗ ପୁଲିସ ଅଧିକ ତଦନ୍ତ ଚଳାଇଛି। ମୃତ ପର୍ଯ୍ୟଟକମାନେ ହେଲେ ସୁରେଶ ପୁନାମିଆ, ଟୋରାଲ ପୁନାମିଆ, ଦେବନଶି ପୁନାମିଆ, ହିରାଲ ପୁନାମିଆ ଏବଂ ଜୟମ ପାରମାର ଏବଂ ଡ୍ରାଇଭର ସୋମି ବିଶ୍ୱକାର୍ମାଠେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୂର୍ବ ପ୍ରଧାନମନ୍ତ୍ରୀଙ୍କର ନ ଥିଲା କାର୍, ଶେଆର ବି କିଣି ନ ଥିଲେ, ଜାଣନ୍ତୁ ମୋଟ ସମ୍ପତ୍ତି କେତେ ?
ମନମୋହନଙ୍କ ନାମରେ କୌଣସି ଗାଡ଼ି ନ ଥିବା ବେଳେ ଅଳଙ୍କାର ବି କିଛି ନ ଥିଲା। ଏଥିସହ ନିଜ ନାମରେ କିଛି ଜମିବାଡ଼ି ବି ମନମୋହନ କିଣି ନ ଥିବା ଜଣାଯାଇଛି ।
National
ବିଦ୍ୱାନ ନେତା ମନମୋହନ, ପାଲଟିଥିଲେ ଅର୍ଥନୈତିକ ସଂସ୍କାରକ
୧୯୯୧ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ ସେ ଦେଶର ଅର୍ଥ ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଥିଲେ। ଉକ୍ତ ସମୟରେ ଦେଶ ବହୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ମନନମୋହନ ସିଂହ ସାଜିଥିଲେ ସଙ୍କଟମୋଚକ ।
National
‘ମୁଁ ଆକ୍ସିଡେଣ୍ଟାଲ ପିଏମ୍ ନୁହେଁ, ଅର୍ଥ ମନ୍ତ୍ରୀ ମଧ୍ୟ ଆକ୍ସିଡେଣ୍ଟାଲି ହୋଇଥିଲି’
ନରସିଂହା ରାଓଙ୍କ ସରକାର ସମୟରେ ଦିନେ ମୁଁ ନିଜ ଅଫିସରେ UGC ମିଟିଙ୍ଗରେ ବସିଥିଲି। ଉକ୍ତ ସମୟରେ ନରସିଂହା ରାଓ ଫୋନ୍ କରି କେଉଁଠି ଅଛ ବୋଲି ପଚାରିଥିଲେ।
National
ମନମୋହନଙ୍କ ବିୟୋଗରେ ପୂରା ଦେଶ ସ୍ତବ୍ଧ, ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା
ମନମୋହନଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ୍ କରିବାକୁ ଘୋଷଣା କରାଯାଇଛି।
National
ରାସ୍ତାରେ ଖେଳୁଥିଲା ଛୋଟ ଛୁଆ, ଚଢ଼ିଗଲା କ୍ୟାବ୍
ରାସ୍ତାରେ ଖେଳୁଥିଲା ଛୋଟ ଛୁଆ । ଏହି ସମୟରେ ଘଟିଲା ଅଘଟଣ। ଦ୍ରୁତ ଗତିରେ ଆସୁଥିବା ଏକ କ୍ୟାବ୍ ପିଲାଟି ଉପରେ ଚଢ଼ିଗଲା।