ସରକାରୀ ସ୍କୁଲରେ ମାଳ ମାଳ ମଦ ବୋତଲ

ଲକ୍ଷ୍ନୌ: ଜ୍ଞାନର ମନ୍ଦିର ପାଲଟିଛି ମଦର ଭଣ୍ଡାର। ଯୁଆଡେ ଚାହିଁବ ସିଆଡେ କେବଳ ମଦ ବୋତଲ। ଏକ ସରକାରୀ ସ୍କୁଲର ରୋଷେଇ ଘରେ ପିଲାଙ୍କ ମଧ୍ୟାହ୍ଣ ଭୋଜନ ବଦଳରେ ରହିଛି ପୁଳା ପୁଳା ମଦ ପେଟି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କୁଶିନଗର ସ୍ଥିତ ଏକ ସରକାରୀ ସ୍କୁଲରେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁଶିନଗର ତୁମକହି ଥାନା ସ୍ଥିତ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳରର ରୁମ୍‌ରୁ ବିଦେଶୀ […]

liquor-boxes

liquor-boxes

Madhupriya Mistry
  • Published: Thursday, 20 October 2022
  • Updated: 20 October 2022, 11:45 AM IST

Sports

Latest News

ଲକ୍ଷ୍ନୌ: ଜ୍ଞାନର ମନ୍ଦିର ପାଲଟିଛି ମଦର ଭଣ୍ଡାର। ଯୁଆଡେ ଚାହିଁବ ସିଆଡେ କେବଳ ମଦ ବୋତଲ। ଏକ ସରକାରୀ ସ୍କୁଲର ରୋଷେଇ ଘରେ ପିଲାଙ୍କ ମଧ୍ୟାହ୍ଣ ଭୋଜନ ବଦଳରେ ରହିଛି ପୁଳା ପୁଳା ମଦ ପେଟି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କୁଶିନଗର ସ୍ଥିତ ଏକ ସରକାରୀ ସ୍କୁଲରେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କୁଶିନଗର ତୁମକହି ଥାନା ସ୍ଥିତ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳରର ରୁମ୍‌ରୁ ବିଦେଶୀ ମଦ ଥିବା ପୁଳାପୁଳା ପେଟି ଜବତ ହୋଇଛି। ପାଖାପଖି ୫୨ଟି ମଦ ପେଟି ଜବତ ହୋଇଥିବା ସୂଚନା ରହିଛି। ସ୍କୁଲର କିଛି ପିଲା ଖେଳିବା ବେଳେ ମଦ ରଖାଯାଇଥିବା ଗୃହ ଭିତରୁ ପସି ଆସିଥିଲେ। ଏହାପରେ ପିଲାମାନେ ପାଟି କରିବାରୁ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକ ପହଞ୍ଚିଥିଲେ। ପରେ ପୁଲିସକୁ ଖବର ଦିଆଯାଇଥିଲା।

କୁହାଯାଉଛି ଯେ ଏହି ଅଞ୍ଚଳ ବିହାର ସୀମା ସହିତ ଲାଗିଛି। ଏହି କାରଣରୁ ମଦ ଚୋରା ଚାଲାଣକାରୀମାନେ ସ୍କୁଲ ଭିତରେ ମଦ ରଖି ଚାଲାଣ କରୁଥିଲେ। ଏହି ମାମଲାରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ବିଦ୍ୟାଳୟରୁ ୫୨ ପେଟି ମଦ ମିଳିଛି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ଅନେକ ୟୁଜର୍ସ କମେଣ୍ଟ ମଧ୍ୟ କରିଛନ୍ତି।

https://twitter.com/ndtvindia/status/1582956493837434887?s=20&t=c1izaTmX-xJr198O4iXS_w

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos