ଅକ୍ଟୋବର ୧ରେ ୫ଜି ସେବା ଲଞ୍ଚ କରିବେ ମୋଦି

ନୂଆଦିଲ୍ଲୀ: ସବୁ ପ୍ରତିକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ ଦେଶରେ ଅକ୍ଟୋବର ୧ରୁ ଆରମ୍ଭ ହେବ ୫ଜିର ଯୁଗ। ଆସନ୍ତା ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିଧିବଦ୍ଧ ଭାବେ ୫ଜି ନେଟୱର୍କ ସେବାର ଶୁଭାରମ୍ଭ କରିବେ। ସରକାରଙ୍କ ନ୍ୟାଶନାଲ ବ୍ରଡବ୍ୟାଣ୍ଡ ମିଶନ ଟ୍ୱିଟ କରି ଏହି ସୂଚନା ଦେଇଛି। ଏଥିରେ କୁହାଯାଇଛି ଭାରତର ଡିଜିଟାଲ ଟ୍ରାନ୍ସଫରମେସନ ଓ ଯୋଗାଯୋଗ ବ୍ୟବସ୍ଥାକୁ ନୂଆ ସ୍ତରକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ୫ଜି ସେବାର […]

5G

  • Published: Saturday, 24 September 2022
  • , Updated: 24 September 2022, 03:49 PM IST

ନୂଆଦିଲ୍ଲୀ: ସବୁ ପ୍ରତିକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ ଦେଶରେ ଅକ୍ଟୋବର ୧ରୁ ଆରମ୍ଭ ହେବ ୫ଜିର ଯୁଗ। ଆସନ୍ତା ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିଧିବଦ୍ଧ ଭାବେ ୫ଜି ନେଟୱର୍କ ସେବାର ଶୁଭାରମ୍ଭ କରିବେ। ସରକାରଙ୍କ ନ୍ୟାଶନାଲ ବ୍ରଡବ୍ୟାଣ୍ଡ ମିଶନ ଟ୍ୱିଟ କରି ଏହି ସୂଚନା ଦେଇଛି।

ଏଥିରେ କୁହାଯାଇଛି ଭାରତର ଡିଜିଟାଲ ଟ୍ରାନ୍ସଫରମେସନ ଓ ଯୋଗାଯୋଗ ବ୍ୟବସ୍ଥାକୁ ନୂଆ ସ୍ତରକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ୫ଜି ସେବାର ଲଞ୍ଚ କରିବେ। ଏସିଆର ସବୁଠାରୁ ବଡ଼ ବୈଷୟିକ ମେଳା ଇଣ୍ଡିଆ ମୋବାଇଲ କଂଗ୍ରେସରେ ୫ ଜି ସେବାର ଶୁଭାରମ୍ଭ କରାଯିବ ବୋଲି ମିଶନ ପକ୍ଷରୁ ଟ୍ୱିଟ କରାଯାଇଛି।

ଏସିଆର ସବୁଠାରୁ ବଡ଼ ଟେଲିକମ, ମିଡିଆ ଓ ବୈଷୟିକ ଫୋରମର ମାନ୍ୟତା ପାଇଥିବା ଇଣ୍ଡିଆ ମୋବାଇଲ କଂଗ୍ରେସ ଆୟୋଜନ ଟେଲିକମ୍ୟୁନିକେସନ ବିଭାଗ ଓ ସେଲୁଲାର ଅପରେସନ ଆସୋସିଏସନ ଅଫ ଇଣ୍ଡିଆ(ସିଓଏଆଇ) ମିଳିତ ଭାବେ କରୁଛନ୍ତି।

୫ଜି ସେବା ଶୁଭାରମ୍ଭ ହେବାକୁ ଥିବା ବେଳେ ଏହା ପ୍ରାଥମିକ ଅବସ୍ଥାରେ ମାତ୍ର କିଛି ହାତ ଗଣି ସହରରେ ଉପଲବ୍ଧ ହେବ। ସରକାର ଦେଶର ୮୦% ଅଞ୍ଚଳରେ ଯାଥାଶୀଘ୍ର ୫ଜି ଟେଲିକମ ସର୍ଭିସ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ଗତ ବୁଧବାର ଦିଲ୍ଲୀ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, “୫ଜିର ଯାତ୍ରା ଅତ୍ୟନ୍ତ ଉତ୍କଣ୍ଠା ଆଣିବ। ବିଶ୍ୱର ଅଧିକାଂଶ ରାଷ୍ଟ୍ର ୪୦ରୁ ୫୦% ଅଞ୍ଚଳକୁ ୫ଜି ସେବା ପହଞ୍ଚାଇବା ପାଇଁ ଏକାଧିକ ବର୍ଷର ସମୟ ନେଇଥିଲେ। କିନ୍ତୁ ଆମେ ଖୁବ କମ ସମୟରେ ୮୦% ଅଞ୍ଚଳରେ ୫ଜି ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ। ଆମର ଆଶା ବହୁତ କମ ଦିନରେ ଦେଶର ୮୦% ଅଞ୍ଚଳରେ ୫ଜି ସେବା ପହଞ୍ଜିବ।”

ବିଶେଷଜ୍ଞଙ୍କ ମତରେ ୫ଜି ଟେକ୍ନୋଲଜି ଭାରତକୁ ଫାଇଦା ଦେବ। ଏହା ଭାରତର ଅର୍ଥନୀତିକୁ ୨୦୨୩ରୁ ୨୦୪୦ ମଧ୍ୟରେ ୩୬.୫ ଟ୍ରିଲିୟନରେ ପହଞ୍ଚାଇବାରେ ସକ୍ଷମ ହେବ। ୨୦୩୦ ସୁଦ୍ଧା ୫ଜି ସେବା ମୋଟ ଯୋଗାଯୋଗର ଏକ ତୃତୀୟାଂଶ ସ୍ଥାନ ଦଖଲ କରିବ। ସେହିପରି ୨ଜି ଓ ୩ଜି ସେବା ୧୦% ତଳକୁ ଖସିବ।

ବର୍ତ୍ତମାନ ୪ଜି ସେବା ଉପଭୋଗ କରୁଥିବା ପ୍ରାୟ ୭୯% ବ୍ୟବହାରକାରୀ ୫ଜି ସେବାର ବ୍ୟବହାର ପାଇଁ ପ୍ରସ୍ତୁତ ରହିଛନ୍ତି। ୫ଜି ସେବା ଯୋଗୁ ଉତ୍ପାଦନ କ୍ଷେତ୍ର, ରିଟେଲ ଓ କୃଷି କ୍ଷେତ୍ର ଅଧିକ ଲାଭବାନ ହେବେ।

Related story