ରାଜଧାନୀ ଓ ରାଜସ୍ଥାନରୁ ୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ମହାମାରୀ କରୋନା ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଏବେ ଦ୍ରୁତଗତିରେ ଭାରତରେ ଚିହ୍ନଟ ହେବାରେ ଲାଗିଛି। ଦେଶର ରାଜଧାନୀ ନୂଆଦିଲ୍ଲୀ ଓ ରାଜସ୍ଥାନରୁ ଆଜି ଏକକାଳୀନ ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସମସ୍ତଙ୍କ ମନରେ ମନରେ ଛନକା ପଶିଛି। ଆଜି ଦିଲ୍ଲୀରେ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ସେହିପରି ରାଜସ୍ଥାନରେ ଚିହ୍ନଟ ନୂଆ ୪ ଓମିକ୍ରନ ସଂକ୍ରମିତଙ୍କୁ […]

Omicron1

Omicron1

Hemant Lenka
  • Published: Tuesday, 14 December 2021
  • Updated: 14 December 2021, 12:54 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଏବେ ଦ୍ରୁତଗତିରେ ଭାରତରେ ଚିହ୍ନଟ ହେବାରେ ଲାଗିଛି। ଦେଶର ରାଜଧାନୀ ନୂଆଦିଲ୍ଲୀ ଓ ରାଜସ୍ଥାନରୁ ଆଜି ଏକକାଳୀନ ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସମସ୍ତଙ୍କ ମନରେ ମନରେ ଛନକା ପଶିଛି।

ଆଜି ଦିଲ୍ଲୀରେ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ସେହିପରି ରାଜସ୍ଥାନରେ ଚିହ୍ନଟ ନୂଆ ୪ ଓମିକ୍ରନ ସଂକ୍ରମିତଙ୍କୁ ମିଶାଇ ସଂଖ୍ୟା ୧୩ ଛୁଇଁଛି। ଦେଶରେ ମଧ୍ୟ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୯କୁ ବଢ଼ିଛି।

ଦିଲ୍ଲୀରେ ଚିହ୍ନଟ ହୋଇଥିବା ୬ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଇତି ମଧ୍ୟରେ ସୁସ୍ଥ ହୋଇ ସାରିଲେଣି। ସେହିପରି ଅନ୍ୟ ୫ ଜଣଙ୍କ ଶରୀରରେ ଖୁବ କମ ମାତ୍ରାରେ ଲକ୍ଷଣ ଦେଖାଦେଇଛି। ଆଜି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, “ଦିଲ୍ଲୀରୁ ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂଖ୍ୟା ୬କୁ ବଢ଼ିଛି। ୬ ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଛନ୍ତି। ବର୍ତ୍ତମାନ ୩୫ ଜଣ କୋଭିଡ୍‌ ପଜିଟିଭ ଆକ୍ରାନ୍ତ ଓ ୩ ଜଣ ସନ୍ଦିଗ୍ଧ କରୋନା ରୋଗୀ ଏଲଏନଜେପି ହସ୍ପିଟାଲରେ ରହିଛନ୍ତି।”

ଦିଲ୍ଲୀର ପ୍ରଥମ ଓମିକ୍ରାନ ଆକ୍ରାନ୍ତ ହେଉଛନ୍ତି ଜଣେ ୩୭ ବର୍ଷୀୟ ବ୍ୟକ୍ତି। ସେ ହିଁ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ଏହି ବ୍ୟକ୍ତି ଜଣଙ୍କ ଦକ୍ଷିଣ ଆଫ୍ରିକାରେ ସପ୍ତାହେ ରହିଥିଲେ। ସେଠାରୁ ତାଞ୍ଜାନିଆ ଓ ଦୋହା ଦେଇ ଡିସେମ୍ବର ୨ରେ ଦିଲ୍ଲୀ ଫେରିଥିଲେ। ଏଠାରେ ତାଙ୍କର ଟେଷ୍ଟ କରାଯାଇଥିଲା ଓ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ହୋଇ ଯାଇଛନ୍ତି।

ରାଜସ୍ଥାନ କଥା ବିଚାରକୁ ନେଲେ ପୂର୍ବରୁ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୯ ଥିଲା। କିନ୍ତୁ ଏହା ଏବେ ୧୩କୁ ବଢ଼ିଛି। ନୂଆ ଓ ପୁରୁଣା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ଟେଷ୍ଟ କରାଯାଇଥିଲା। ହେଲେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିବା ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୋମବାର ତୁଳନାରେ ମଙ୍ଗଳବାର ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୦% ବଢ଼ିଛି। ସୋମବାର ସୁଦ୍ଧା ୪୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ଆଜି ଆଉ ୯ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ସଂଖ୍ୟା ୪୯କୁ ବଢ଼ିଛି।

ଦିଲ୍ଲୀ ଓ ରାଜସ୍ଥାନ ବ୍ୟତୀତ ଆଜି ସକାଳୁ ଗୁଜରାଟର ସୁରତରେ ଜଣେ ହୀରା ବ୍ୟବସାୟୀ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଖବର ମିଳିଥିଲା। ଏହି ବ୍ୟକ୍ତି ଜଣଙ୍କ ଡିସେମ୍ବର ୩ରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story