ବିଶ୍ୱାସରେ ବିଷ: ଜୀବନ ନେଇଗଲା ବିଦେଶୀ ପୋଷା କୁକୁର

ଲକ୍ଷ୍ନୌ:ଦୁନିଆରେ ହୁଏତ କୁକୁରଠାରୁ ଆଉ କୌଣସି ଜୀବ ବିଶ୍ୱସ୍ତ ନଥିବେ। ମାଲିକ ପାଇଁ କୁକୁର ଜୀବନ ଦେଇଦେବାର ଅନେକ ନଜିର ରହିଛି। କିନ୍ତୁ ଏବେ ପ୍ରଚଳିତ ପରମ୍ପରାର ଏକ ବ୍ୟତିକ୍ରମ ଘଟିଛି। ବିଶ୍ୱାସରେ ବିଷ ଦେଇଛି କୁକୁର। ପୋଷା କୁକୁର ନେଇଗଲା ଜୀବନ। ଯାହାକୁ ବିଶ୍ୱାସର ସହ ପାଳି ପୋଷି ସୌକର ସହ ରଖିଥିଲେ ସେଇ ନେଇଛି ଜୀବନ। ପୋଷା କୁକୁର କାମୁଡ଼ାରେ ଜଣେ ୮୨ ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଲକ୍ଷ୍ନୌର କେଶରୀବାଗ ଅଞ୍ଚଳରେ […]

dog

Tapas Behera
  • Published: Wednesday, 13 July 2022
  • , Updated: 13 July 2022, 02:48 PM IST

ଲକ୍ଷ୍ନୌ:ଦୁନିଆରେ ହୁଏତ କୁକୁରଠାରୁ ଆଉ କୌଣସି ଜୀବ ବିଶ୍ୱସ୍ତ ନଥିବେ। ମାଲିକ ପାଇଁ କୁକୁର ଜୀବନ ଦେଇଦେବାର ଅନେକ ନଜିର ରହିଛି। କିନ୍ତୁ ଏବେ ପ୍ରଚଳିତ ପରମ୍ପରାର ଏକ ବ୍ୟତିକ୍ରମ ଘଟିଛି। ବିଶ୍ୱାସରେ ବିଷ ଦେଇଛି କୁକୁର। ପୋଷା କୁକୁର ନେଇଗଲା ଜୀବନ। ଯାହାକୁ ବିଶ୍ୱାସର ସହ ପାଳି ପୋଷି ସୌକର ସହ ରଖିଥିଲେ ସେଇ ନେଇଛି ଜୀବନ। ପୋଷା କୁକୁର କାମୁଡ଼ାରେ ଜଣେ ୮୨ ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଲକ୍ଷ୍ନୌର କେଶରୀବାଗ ଅଞ୍ଚଳରେ ଘଟିଛି। ମୃତ ମହିଳା ଜଣକ ହେଲେ ସୁଶିଳା ତ୍ରିପାଠୀ। ସୂଚନା ଅନୁଯାୟୀ, ସୁଶିଳାଙ୍କ ପୁଅ ଅମିତ ଜଣେ ଜିମ ଟ୍ରେନର ହୋଇଥିବା ବେଳେ ସେ ଏକ ଆମେରିକୀୟ ପିଟବୁଲ କୁକୁର ପାଳିଥିଲେ। ଯାହାର ନାଁ ବ୍ରୋଇନ୍‌। ଏହି କୁକୁର କାମୁଡ଼ାରେ ମଙ୍ଗଳବାର ସୁଶିଳାଙ୍କ ମୃତ୍ୟୁ ଘଟିଛି। ଅମିତ ଦୁଇଟି ବ୍ରିଡ୍‌ ଗୋଟିଏ ଆମେରିକୀୟ ଏବଂ ଅନ୍ୟଟି ଲାବ୍ରାଡର ପ୍ରଜାତି କୁକୁର ପାଳିଥିଲେ। ଏହି ବ୍ରୋଇନକୁ ଅମିତ ୩ ବର୍ଷ ତଳେ କିଣିଥିଲେ। ଯେତେବେଳେ ମହିଳା ଜଣକ ଘରେ ଏକା ଥିଲେ କୁକୁରଟି ଆକ୍ରମଣ କରିଥିଲା। ରକ୍ତାକ୍ତ ଅବସ୍ଥାରେ ଅମିତଙ୍କ ମା ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ତାଙ୍କୁ ସଙ୍ଗେ ସଙ୍ଗେ ବଳରାମପୁର ହସପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ,  ମହିଳାଙ୍କ ବେକରେ ୧୨ଟି ଦାଗ ରହିଛି। ପଡ଼ୋଶୀଙ୍କ କହିବା ଅନୁଯାୟୀ ମଙ୍ଗଳବାର ସକାଳ ୬ଟାରେ କୁକୁର ଭୋକୁଥିବା ଶୁଣିବାକୁ ପାଇଥିଲେ। ଏହି ସମୟରେ ସୁଶିଳା ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। ପଡ଼ୋଶୀମାନେ ସଙ୍ଗେ ସଙ୍ଗେ ତାଙ୍କ ଘରକୁ  ଆସିଥିଲେ। କିନ୍ତୁ ଘରର ଦ୍ୱାର ଭିତରପଟୁ ବନ୍ଦ ଥିଲା।

ଯେତେବେଳେ ସୁଶିଳାଙ୍କ ପୁଅ ତାଙ୍କ ଘରେ ପହଞ୍ଚିଲେ ସେ କବାଟ ଖୋଲିବା ମାତ୍ରେ ତାଙ୍କ ମା’ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ଦେଶୀ କିମ୍ବା ବିଦେଶୀ ପ୍ରଜାତିର କୁକୁର ରଖିବା ପାଇଁ  ଲକ୍ଷ୍ନୌ ମ୍ୟୁନ୍ସିପାଲ କର୍ପୋରେଶନ ପକ୍ଷରୁ ନିୟମ ରହିଛି। କୁକୁର ରଖିବା ପାଇଁ ଲାଇସେନ୍ସ ଜରୁରୀ। ଏଥିସହ କୁକୁର ରଖିବା ପାଇଁ କେତେକ ନିୟମ କାନୁନ ମଧ୍ୟ ରହିଛି। ମୁଖ୍ୟତଃ ମାଲିକମାନେ କୁକୁରକୁ ବାନ୍ଧି ରଖିବା ଜରୁରୀ। ସେଗୁଡ଼ିକ ଯେମିତି ପଡ଼ୋଶୀମାନଙ୍କର କ୍ଷତି ନକରନ୍ତି ସେଥିପାଇଁ କଡ଼ା କଟକଣା ରହିଛି।

Related story