ଫେସବୁକରେ ଆପତ୍ତିଜନକ ପୋଷ୍ଟ ପାଇଁ ମାର୍କ ଜୁକରବର୍ଗଙ୍କ ନାଁରେ ମାମଲା

ଲକ୍ଷ୍ନୌ: ସାମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବଙ୍କ ବିରୋଧରେ ଆପତ୍ତି ଜନକ ପୋଷ୍ଟ ପାଇଁ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ନାଁରେ ଗୋଟିଏ ମାମଲା ରୁଜୁ ହୋଇଛି। ଉତ୍ତର ପ୍ରଦେଶର କନ୍ନୌଜ ଠାରେ ଥିବା ଗୋଟିଏ କୋର୍ଟରେ ଏପରି ମାମଲା ହୋଇଛି। ଏଥିରେ ଜୁକରବର୍ଗଙ୍କ ବ୍ୟତୀତ ଆଉ ୪୯ ଜଣଙ୍କ ନାଁ ମଧ୍ୟ ରହିଛି। ସବୁଠାରୁ କୌତହଳର ବିଷୟ ହେଉଛି ଜୁକରବର୍ଗ ନିଜେ ଅଖିଲେଶ ଯାଦବଙ୍କ ନାଁରେ କୌଣସି ପ୍ରକାରର ଆପତ୍ତିଜନକ ପୋଷ୍ଟ କରିନାହାନ୍ତି। କିନ୍ତୁ ଫେସବୁକ […]

Mark-Zuckerberg

Hemant Lenka
  • Published: Wednesday, 01 December 2021
  • , Updated: 01 December 2021, 01:40 PM IST

ଲକ୍ଷ୍ନୌ: ସାମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବଙ୍କ ବିରୋଧରେ ଆପତ୍ତି ଜନକ ପୋଷ୍ଟ ପାଇଁ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ନାଁରେ ଗୋଟିଏ ମାମଲା ରୁଜୁ ହୋଇଛି। ଉତ୍ତର ପ୍ରଦେଶର କନ୍ନୌଜ ଠାରେ ଥିବା ଗୋଟିଏ କୋର୍ଟରେ ଏପରି ମାମଲା ହୋଇଛି।

ଏଥିରେ ଜୁକରବର୍ଗଙ୍କ ବ୍ୟତୀତ ଆଉ ୪୯ ଜଣଙ୍କ ନାଁ ମଧ୍ୟ ରହିଛି। ସବୁଠାରୁ କୌତହଳର ବିଷୟ ହେଉଛି ଜୁକରବର୍ଗ ନିଜେ ଅଖିଲେଶ ଯାଦବଙ୍କ ନାଁରେ କୌଣସି ପ୍ରକାରର ଆପତ୍ତିଜନକ ପୋଷ୍ଟ କରିନାହାନ୍ତି। କିନ୍ତୁ ଫେସବୁକ ତାଙ୍କ ମାଲିକାନାରେ ଥିବାରୁ ମାମଲାରେ ତାଙ୍କ ନାଁକୁ ସାମିଲ କରାଯାଇଛି।

ପିଟିଆଇର ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶର କନ୍ନୌଜ ଅନ୍ତର୍ଗତ ସାରାହତି ଗାଁରେ ରହୁଥିବା ଅମିତ କୁମାର ହିଁ ଆପତ୍ତିଜନକ ପୋଷ୍ଟ ବିରୋଧରେ ଏପରି ମାମଲା କରିଛନ୍ତି। ଅମିତ କୁମାର ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଫେସବୁକରେ ବୁଆ ବବୁଆ ନାଁରେ ଗୋଟିଏ ପେଜ ଖୋଲା ଯାଇଛି। ଏଥିରେ ଜାଣିଶୁଣି ସପା ମୁଖ୍ୟ ଅଖିଲେଶ ଯାଦବଙ୍କ ଛବିକୁ ବଦନାମ କରିବା ପାଇଁ ପ୍ରୟାସ କରାଯାଉଛି। ପେଜ ଜରିଆରେ ଅନେକ ପ୍ରକାରର ଆପତ୍ତିଜନକ ପୋଷ୍ଟ କରାଯାଉଥିବା ସେ ଅଭିଯୋଗ କରିଥିଲେ।

୨୦୧୯ରେ ବିଏସ୍‌ପିର ମୁଖ୍ୟ ମାୟାବତୀ ଓ ଅଖିଲେଶ ଯାଦବ ମେଣ୍ଟ କରିଥିଲେ। ତେଣୁ ମାୟାବତୀଙ୍କୁ ବୁଆ ଓ ଅଖିଲେଶଙ୍କୁ ବବୁଆ କହି ଅନେକ ପ୍ରଚାର କରାଯାଉଥିଲା। ଏହାକୁ ଆଧାର କରି ବୁଆ ବବୁଆ ନାଁରେ ଫେସବୁକ ପେଜ ତିଆରି କରାଯାଇଛି।

ଅମିତ କୁମାରଙ୍କ ଆବେଦନକୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଧର୍ମବୀର ସିଂହ ପୁଲିସକୁ ମାମଲା ରୁଜୁ କରିବାକୁ କହିଛନ୍ତି। ପୁଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମେ’ ୨୫ରେ ଅମିତ କୁମାର ପ୍ରଥମେ ଏସ୍‌ପିଙ୍କୁ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ହେଲେ ସେ କୌଣସି ପଦକ୍ଷେପ ନ ନେବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Related story