ବଙ୍ଗୋପସାଗରରେ ଭୂମିକମ୍ପ: ୫.୧ ତୀବ୍ରତାରେ ଦୋହଲିଲା ନୀଳ ଜଳରାଶି

ଢାକା: ଥରିଲା ସମୁଦ୍ର। ବଙ୍ଗୋପସାଗରରେ କମ୍ପନ। ଆଜି ସକାଳେ ବଙ୍ଗୋପସାଗରରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ଼ କରାଯାଇଛି। ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି ପକ୍ଷରୁ ଏହି  ସୂଚନା ମିଳିଛି। ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜିର ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ହଳଦିଆର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗ  ୩୭୦ କିଲୋମିଟର୍‌, କୋଲ୍‌କାତାର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ୪୦୯ କିଲୋମିଟର୍‌, ଓଡ଼ିଶାର ପୁରୀର ପୂର୍ବକୁ ୪୨୧ କିଲୋମିଟର୍‌ ପୂର୍ବ-ଦକ୍ଷିଣପୂର୍ବ ଏବଂ ତ୍ରିପୁରାର ବେଲୋନିଆର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ […]

sea

  • Published: Monday, 05 December 2022
  • , Updated: 05 December 2022, 12:32 PM IST

ଢାକା: ଥରିଲା ସମୁଦ୍ର। ବଙ୍ଗୋପସାଗରରେ କମ୍ପନ। ଆଜି ସକାଳେ ବଙ୍ଗୋପସାଗରରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ଼ କରାଯାଇଛି। ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି ପକ୍ଷରୁ ଏହି  ସୂଚନା ମିଳିଛି।

ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜିର ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ହଳଦିଆର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗ  ୩୭୦ କିଲୋମିଟର୍‌, କୋଲ୍‌କାତାର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ୪୦୯ କିଲୋମିଟର୍‌, ଓଡ଼ିଶାର ପୁରୀର ପୂର୍ବକୁ ୪୨୧ କିଲୋମିଟର୍‌ ପୂର୍ବ-ଦକ୍ଷିଣପୂର୍ବ ଏବଂ ତ୍ରିପୁରାର ବେଲୋନିଆର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୪୮୯ କିଲୋମିଟର୍‌ ଦୂରବର୍ତ୍ତୀ ବଙ୍ଗୋପସାଗର ମଧ୍ୟରେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଛି।

ଏହାର ପ୍ରଭାବ ଆଜି ବାଂଲାଦେଶର ଢାକା ଏବଂ ଦେଶର ଅନ୍ୟ ଅଞ୍ଚଳରେ ଅନୁଭୂତ ହୋଇଛି।  ଆଜି ସକାଳ ୯ଟା ୫ରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା  ଆମେରିକାର ଭୂବିଜ୍ଞାନ ଗବେଷଣା କେନ୍ଦ୍ର(ୟୁଏସଜିଏସ) ପକ୍ଷରୁ କୁହାଯାଇଛି।

ବଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଦିଗରେ ତଥା ଭାରତ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଭୂକମ୍ପ ସୃଷ୍ଟି ହୋଇଛି। ଢାକାଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୫୨୯ କିମି, କକ୍ସ ବଜାର ଠାରୁ ଦକ୍ଷିଣ ପଶ୍ଚିମ ଦିଗ ୩୪୦ କିମି ଏବଂ ଚିଟାଗଙ୍ଗଠାରୁ ୩୭୯ କିମି ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆକଳନ କରାଯାଇଛି। ତେବେ ଏହି ଭୂକମ୍ପ ଯୋଗୁ ବିଶେଷ କିଛି କ୍ଷୟକ୍ଷତିର ରିପୋର୍ଟ ଆସି ନାହିଁ। ସେହିପରି ଭୂକମ୍ପ ଯୋଗୁ ସୁନାମି ଭୟ ଅଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ସୂଚନା ଜଣାପଡ଼ି ନାହିଁ।

Related story