ଏତଲା ଗ୍ରହଣ କରିବା ବଦଳରେ ଦୁଷ୍କର୍ମ କଲା ପୁଲିସ

ଅଲଓ୍ୱର: ସାରା ଦେଶରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହେଉଛି। ମହିଳା ସଶକ୍ତିକରଣ ଏବଂ ସଂରକ୍ଷଣ ଆଦି ବିଭିନ୍ନ ପ୍ରସଙ୍ଗରେ ତର୍କ ହେଉଛି। ଏହାରି ଭିତରେ ଏକ ଲୋମ ଟାଙ୍କୁରା ଖବର ଆସିଛି। ଯେଉଁଠି ଥାନାକୁ ଅଭିଯୋଗ କରିବାକୁ ଆସି ମହିଳା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଛନ୍ତି। ଜନସାଧାରଣଙ୍କ ରକ୍ଷକ ଭାବରେ ବିବେଚନା କରାଯାଉଥିବା ପୁଲିସ ଯଦି ଭକ୍ଷକ ସାଜିବ ତାହେଲେ ଲୋକେ କେଉଁଠି ସୁରକ୍ଷିତ? ରାଜସ୍ଥାନର ଅଲୱାରରୁ ଏହି ଖବର ଆସିଛି। ଯାହାକି ଦେଶର ବ୍ୟବସ୍ଥା […]

stop-rape

Subhransu Sekhar
  • Published: Monday, 08 March 2021
  • , Updated: 08 March 2021, 04:06 PM IST

ଅଲଓ୍ୱର: ସାରା ଦେଶରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହେଉଛି। ମହିଳା ସଶକ୍ତିକରଣ ଏବଂ ସଂରକ୍ଷଣ ଆଦି ବିଭିନ୍ନ ପ୍ରସଙ୍ଗରେ ତର୍କ ହେଉଛି। ଏହାରି ଭିତରେ ଏକ ଲୋମ ଟାଙ୍କୁରା ଖବର ଆସିଛି। ଯେଉଁଠି ଥାନାକୁ ଅଭିଯୋଗ କରିବାକୁ ଆସି ମହିଳା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଛନ୍ତି। ଜନସାଧାରଣଙ୍କ ରକ୍ଷକ ଭାବରେ ବିବେଚନା କରାଯାଉଥିବା ପୁଲିସ ଯଦି ଭକ୍ଷକ ସାଜିବ ତାହେଲେ ଲୋକେ କେଉଁଠି ସୁରକ୍ଷିତ?

ରାଜସ୍ଥାନର ଅଲୱାରରୁ ଏହି ଖବର ଆସିଛି। ଯାହାକି ଦେଶର ବ୍ୟବସ୍ଥା ଏବଂ ଏହାକୁ ପରିଚାଳନା କରିବା ଦାୟିତ୍ୱରେ ଥିବା ଲୋକଙ୍କ ଉପରେ ପ୍ରଶ୍ନ ଉଠାଇଛି। ଜଣେ ସବ୍-ଇନ୍ସପେକ୍ଟର ଉକ୍ତ ମହିଳାଙ୍କୁ ତିନି ଦିନ ଧରି ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଅଲୱାରର ଖେଡଲି ପୁଲିସ ଷ୍ଟେସନରେ ଏହି କୁତ୍ସିତ କାରନାମା ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାକୁ ନେଇ ଚାପ ପଡିବା ପରେ ପୁଲିସ ବିଭାଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଉ ଅଭିଯୁକ୍ତକୁ ଗିରଫ କରିଛି।

ଜଣେ ୨୬ ବର୍ଷ ବୟସ୍କା ମହିଳା ଯୌତୁକ ଅଭିଯୋଗ ଆଣି ଥାନାକୁ ଆସିଥିଲେ। ହେଲେ ଏହି ସମୟରେ ସବ୍ ଇନ୍ସପେକ୍ଟର ଭାରତ ସିଂ (୫୪) ତାଙ୍କୁ ଥାନାରେ ତିନି ଦିନ ଧରି ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ପୁଲିସ ନିଜ ବିଭାଗର ଅଧିକାରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଶୁଣିବା ପରେ ତଦନ୍ତ କରି ଅଭିଯୁକ୍ତ ସବ୍-ଇନ୍ସପେକ୍ଟରକୁ ଗିରଫ କରିଛି। ପରେ ସେହି ଭକ୍ଷକୁ ପୁଲିସକୁ ଜେଲକୁ ଯାଇଛି।

୨୬ ବର୍ଷୀୟା ମହିଳା ତାଙ୍କ ସ୍ୱାମୀଙ୍କ ସହ ବିବାଦ ହେବା ପରେ ଥାନାକୁ ଆସିଥିଲେ ଅଭିଯୋଗ କରିବା ପାଇଁ। ମାର୍ଚ୍ଚ ୨ରେ ସେ ଥାନାକୁ ଆସିଥିଲେ ଅଭିଯୋଗ କରିବା ପାଇଁ। ପୁଲିସର ସୂଚନାନୁସାରେ, ୨, ୩ ଏବଂ ୪ ମାର୍ଚ୍ଚ ପର୍ଯ୍ୟନ୍ତ ଅଭିଯୁକ୍ତ ପୁଲିସ ଅଭିଯୋଗକାରୀ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। କିନ୍ତୁ ପରେ କୌଣସି କାରଣରୁ ଅଭିଯୋଗ ଦାଖଲ କରିପାରିନଥିଲେ। ଏହା ପରେ ମହିଳା ଜଣକ ପୁଲିସ ଷ୍ଟେସନରେ ପହଞ୍ଚିବା ପରେ ସେ ଅଭିଯୋଗ କରିଥିଲେ ଯାହା ପରେ ଅଭିଯୁକ୍ତ ସବ୍-ଇନ୍ସପେକ୍ଟର ଗିରଫ ହୋଇଥିଲେ। ତେବେ ରାଜସ୍ଥାନରେ ଖାକି ପୋଷାକରେ ଏଭଳି ଅଭିଯୋଗ ଆସିବା ପୁରୁଣା ନୁହେଁ।

Related story