ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ଓ ବିଜେପିର ବଡ଼ ବିଜୟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା ଲାଗିଛି। ରାଜ୍ୟର ବିରୋଧ ଦଳ ଭାବେ କାମ କରୁଥିବା ବିଜେପି ନନ୍ଦିଗ୍ରାମର ଗୋଟିଏ ସମବାୟ ସଂସ୍ଥା ନିର୍ବାଚନରେ କ୍ଲିନସୁଇପ କରିଛି। ନନ୍ଦିଗ୍ରାମ ଏକଦା ମମତା ବାନାର୍ଜୀଙ୍କ ଦଳ ଟିଏମସିର ଗଡ଼ ଥିଲା। ହେଲେ ଏଠାରେ ଟିଏମସିର ଗଡ଼ ସମ୍ଭାଳିଥିବା ଶୁଭେନ୍ଦୁ ଅଧିକାରୀ ବିଜେପି ସହ ହାତ ମିଳାଇବାରୁ ସ୍ଥିତି ବଦଳି ଯାଇଛି। ମମତା ୨୦୨୧ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ଶୁଭେନ୍ଦୁ ଅଧିକାରୀ ହରାଇ […]

BJP

  • Published: Monday, 19 September 2022
  • , Updated: 19 September 2022, 01:25 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା ଲାଗିଛି। ରାଜ୍ୟର ବିରୋଧ ଦଳ ଭାବେ କାମ କରୁଥିବା ବିଜେପି ନନ୍ଦିଗ୍ରାମର ଗୋଟିଏ ସମବାୟ ସଂସ୍ଥା ନିର୍ବାଚନରେ କ୍ଲିନସୁଇପ କରିଛି। ନନ୍ଦିଗ୍ରାମ ଏକଦା ମମତା ବାନାର୍ଜୀଙ୍କ ଦଳ ଟିଏମସିର ଗଡ଼ ଥିଲା। ହେଲେ ଏଠାରେ ଟିଏମସିର ଗଡ଼ ସମ୍ଭାଳିଥିବା ଶୁଭେନ୍ଦୁ ଅଧିକାରୀ ବିଜେପି ସହ ହାତ ମିଳାଇବାରୁ ସ୍ଥିତି ବଦଳି ଯାଇଛି। ମମତା ୨୦୨୧ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ଶୁଭେନ୍ଦୁ ଅଧିକାରୀ ହରାଇ ଦେଇଥିଲେ। ଏବେ ଗୋଟିଏ ସମବାୟ ସଂସ୍ଥା ନିର୍ବାଚନରେ ମଧ୍ୟ ଶୁଭେନ୍ଦୁ ଅଧିକାରୀଙ୍କ ଦଳ ବିଜେପି ଦମଦାର ବିଜୟ ହାସଲ କରିଛି।

ଏଠାରେ ଥିବା ଭେକୁଟିଆ ସମବାୟ କୃଷି ସମିତିର ୧୨ଟି ଆସନରୁ ବିଜେପି ୧୧ଟିରେ ଜିତିଛି। ଏହି ସମବାୟ ସମିତିକୁ ପୂର୍ବରୁ ମମତାଙ୍କ ଟିଏମସି ଚଳାଉଥିଲା। ହେଲେ ରବିବାର ହୋଇଥିବା ନିର୍ବାଚନରେ ଦଳ କେବଳ ଗୋଟିଏ ଆସନ ଜିତି ପାରିଛି। ଗତମାସରେ ନନ୍ଦିଗ୍ରାମର ଅନ୍ୟ ଏକ ପ୍ରାନ୍ତରେ ମମତାଙ୍କ ବଡ଼ ବିଜୟ ହୋଇଥିଲା।

ନନ୍ଦିଗ୍ରାମ-୨ ବ୍ଲକରେ ଅନୁଷ୍ଠିତ ନିର୍ବାଚନରେ ଟିଏମସି ୫୧ଟି ଆସନ ଜିତିଥିବା ବେଳେ ସିପିଏମ ଗୋଟିଏ ଓ ବିଜେପି ଖାତା ଖୋଲି ପାରିନଥିଲା। କୋଣ୍ଟିଆ ଓ ସିଙ୍ଗୁରରେ ମଧ୍ୟ ମମତାଙ୍କ ପାର୍ଟି କ୍ଲିନ ସୁଇପ କରିଛି।

ତେବେ ରବିବାର ନିର୍ବାଚନରେ ବଡ଼ ହିଂସା ଦେଖାଯାଇଥିଲା। ଉଭୟ ବିଜେପି ଓ ଟିଏମସି ଏଥିପାଇଁ ପରସ୍ପରକୁ ଦୋଷ ଦେଇଛନ୍ତି। ବିଜେପି ଅଭିଯୋଗ କରିଛି ଯେ ଟିଏମସି ବାହାର ଲୋକଙ୍କୁ ଆଣି ଭୋଟିଂରେ ବିଭ୍ରାଟ ସୃଷ୍ଟି କରିଥିଲା। ଟିଏମସି ମଧ୍ୟ ବିଜେପି ବିରୋଧରେ ସମାନ ଅଭିଯୋଗ ଆଣିଛି।

ପିଟିଆଇର ରିପୋର୍ଟ ଅନୁଯାୟୀ, ଟିଏମସିର ଜଣେ ସ୍ଥାନୀୟ ପଞ୍ଚାୟତ ସମିତି ସଦସ୍ୟଙ୍କୁ କିଛି ମହିଳା ଘେରି ଯାଇ ଭୋଟିଂ ଦିନ ମାଡ଼ ମାରିଥିଲେ। ସେମାନେ ତାଙ୍କ ଶାର୍ଟ ଚିଟି ପିଟୁଥିବା ବେଳେ ପୁଲିସ୍‌ ତାଙ୍କୁ ଉଦ୍ଧାର କରିଥିଲା। ଏହି ଗୋଟିଏ ଘଟଣା ନୁହେଁ, ଗତକାଲି ଭୋଟିଂ ବେଳେ ଅନେକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା।

Related story