ସିକ୍ୟୁରିଟି ଗାର୍ଡଙ୍କୁ ରାଗରେ କାମୁଡି ଦେଲେ ଆପ୍ ନେତ୍ରୀ

ଅହମଦାବାଦ: ଆଗକୁ ପାଖେଇ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ। ଏଥିପାଇଁ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚଲାଇଛି ଆମ୍ ଆଦ୍‌ମୀ ପାର୍ଟି। ଏହାରି ଭିତରେ ସୁରଟରୁ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି। ଆପ୍‌ର ଜଣେ ମହିଳା କାଉନ୍‌ସିଲର୍ ରାଗରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ କାମୁଡି ଦେଇଛନ୍ତି। ଏହି ଘଟଣାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶୁକ୍ରବାର ସୁରଟ୍ ମ୍ୟୁନିସିପାଲ କର୍ପୋରେସନ୍‌ର ସାଧାରଣ ବୈଠକ ବସିଥିଲା। ଏହି ସମୟରେ ବିଜେପି ନେତା ଅମିତ ରାଜପୁତ […]

AAP councillor -bites-security-guard

Madhupriya Mistry
  • Published: Saturday, 22 October 2022
  • , Updated: 22 October 2022, 05:38 PM IST

ଅହମଦାବାଦ: ଆଗକୁ ପାଖେଇ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ। ଏଥିପାଇଁ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚଲାଇଛି ଆମ୍ ଆଦ୍‌ମୀ ପାର୍ଟି। ଏହାରି ଭିତରେ ସୁରଟରୁ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି। ଆପ୍‌ର ଜଣେ ମହିଳା କାଉନ୍‌ସିଲର୍ ରାଗରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ କାମୁଡି ଦେଇଛନ୍ତି। ଏହି ଘଟଣାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶୁକ୍ରବାର ସୁରଟ୍ ମ୍ୟୁନିସିପାଲ କର୍ପୋରେସନ୍‌ର ସାଧାରଣ ବୈଠକ ବସିଥିଲା। ଏହି ସମୟରେ ବିଜେପି ନେତା ଅମିତ ରାଜପୁତ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ସହ ଜଡିତ ଶପଥ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ଏହି ପ୍ରସଙ୍ଗକୁ ବୈଠକରେ ଉପସ୍ଥିତ ଥିବା ଆପ୍ କାଉନସିଲର୍‌ମାନେ ବିରୋଧ କରିଥିଲେ। ଏହାପରେ ହଙ୍ଗାମା ଆରମ୍ଭ ହୋଇଥିଲା।

ଏହାକୁ ଦୃଷ୍ଟିରେ ରଖି ସୁରଟ ମେୟର୍ ହେମାଲି ବୋଗୱାଲ ଆପ୍ କାଉନ୍‌ସିଲର ମହେଶ ଆଙ୍ଗନଙ୍କୁ ବୈଠକରୁ ନିଲମ୍ବିତ କରିଥିଲେ। ଏହାପରେ ଆପ୍‌ର ସମସ୍ତ କାଉନ୍‌ସିଲର୍‌ଙ୍କୁ ବୈଠକରୁ ବାହାର କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସମୟରେ ଆପ୍ ନେତ୍ରୀ ସେଜଲ ମାଲବିୟ ସିକ୍ୟୁରିଟି ଗାର୍ଡଙ୍କୁ ରାଗରେ କାମୁଡି ଦେଇଥିଲେ।

ଏହି ଘଟଣାକୁ ନେଇ ବିଜେପି ନିନ୍ଦା କରିଛି। ବିଜେପି ନେତା ଅମିତ ରାଜପୁତ ଆପ୍ ନେତ୍ରୀ ସେଜଲ ମାଲବିୟ ମହିଳା ସୁରକ୍ଷାକର୍ମୀଙ୍କୁ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି।

Related story