ଶପଥ ଗ୍ରହଣ ପୂର୍ବରୁ ପଞ୍ଜାବରେ ଆମ ଆଦମୀ ପାର୍ଟିର ବିଶାଳ ରାଲି

ଚଣ୍ଡିଗଡ: ପଞ୍ଜାବ ଶାସନ ଭାର ହାତକୁ ନେବା ପୂର୍ବରୁ, ଆଜି ଅମୃତସରରେ ବିଶାଳ ରୋଡ୍ ଶୋର କରୁଛି ଆମ ଆଦମୀ ପାର୍ଟି। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଆପ୍ ଆଜି ପଞ୍ଜାବରେ ରୋଡ ଶୋ’ ମାଧ୍ୟମରେ ନିଜର ଶକ୍ତି ପଦର୍ଶନ କରୁଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ଭଗୱନ୍ତ ମାନ ଏବଂ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଅମୃତସରରେ ରୋଡ ଶୋ’ କରି ବିଜୟ ଦିବସ ପାଳନ କରୁଛନ୍ତି। କେଜ୍ରିଓ୍ୱାଲଙ୍କ ସ୍ୱାଗତରେ ପୋଷ୍ଟର […]

AAP road Show

Madhupriya Mistry
  • Published: Sunday, 13 March 2022
  • , Updated: 13 March 2022, 02:39 PM IST

ଚଣ୍ଡିଗଡ: ପଞ୍ଜାବ ଶାସନ ଭାର ହାତକୁ ନେବା ପୂର୍ବରୁ, ଆଜି ଅମୃତସରରେ ବିଶାଳ ରୋଡ୍ ଶୋର କରୁଛି ଆମ ଆଦମୀ ପାର୍ଟି। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଆପ୍ ଆଜି ପଞ୍ଜାବରେ ରୋଡ ଶୋ’ ମାଧ୍ୟମରେ ନିଜର ଶକ୍ତି ପଦର୍ଶନ କରୁଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ଭଗୱନ୍ତ ମାନ ଏବଂ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଅମୃତସରରେ ରୋଡ ଶୋ' କରି ବିଜୟ ଦିବସ ପାଳନ କରୁଛନ୍ତି।

କେଜ୍ରିଓ୍ୱାଲଙ୍କ ସ୍ୱାଗତରେ ପୋଷ୍ଟର ବ୍ୟାନରରେ ଛାଇ ହୋଇରହିଛି ସାରା ରାଜ୍ୟ। ଆପ୍‌ର ଐତିହାସିକ ବିଜୟ ପରେ ଅମୃତସରରେ ଏହି  ବିଶାଳ ରୋଡ୍ ଶୋ'ର ଆୟୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍‌। ଏହା ପୂର୍ବରୁ ମାନ ଏବଂ କେଜ୍ରିୱାଲ ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି।

https://twitter.com/ANI/status/1502929678428164096?s=20&t=fEup5JYaO2yHJCYIgOIUBg

ଏହି ସମୟରେ ମାନ କହିଛନ୍ତି, ଆମେ ପଞ୍ଜାବବାସୀଙ୍କୁ ଯାହା କଥା ଦେଇଥିଲୁ ସେସବୁ ପୂରଣ ପାଇଁ ଆମେ ଗୁରୁ ସାହେବଙ୍କ ଆଶୀର୍ବାଦ ନେଇଛୁ। ପଞ୍ଜାବ ଲୋକଙ୍କୁ ଆଉ ରାଜଧାନୀ ଚଣ୍ଡିଗଡ଼କୁ ଦୌଡିବାକୁ ପଡିବ ନାହିଁ। ସେମାନଙ୍କ ଘର ପାଖରେ ସମସ୍ତ ସରକାରୀ ସୁବିଧା ପହଞ୍ଚାଇବାକୁ ଚେଷ୍ଟା କରିବୁ। ମାନ୍‌ ତାଙ୍କ ଗାଁ ତଥା ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ପାଖ ଗାଁ ଖତକରକଲନରେ ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଏଥର ବିଧାନସଭା ନିର୍ବାଚନରେ କ୍ଷମତାରେ ଥିବା କଂଗ୍ରେସ ଓ ବିଜେପି ତଥା ଅନ୍ୟ ଆଞ୍ଚଳିକ ଦଳକୁ ପଛରେ ପକାଇ ୧୧୭ ସିଟରୁ ୯୨ ଆସନରେ ବାଜିମାତ କରିଛି ଆପ୍‌।  ତେବେ ମନଙ୍କ କ୍ୟାବିନେଟ୍ ଟିମ୍ ନେଇ କୌଣସି ଆଗୁଆ ସୂଚନା ମିଳିପାରିନାହିଁ। କ୍ୟାବିନେଟ୍‌ରେ ଶିକ୍ଷିତ ନେତାଙ୍କୁ ସ୍ଥାନ ମିଳିପାରେ ବୋଲି କୁହାଯାଉଛି।

ଏପଟେ ୟୁପିରେ ଶପଥ ଗ୍ରହଣ ପୂର୍ବରୁ ବିଭାଗ ଭାଗବଣ୍ଟା ନେଇ ମଧ୍ୟ ଲବି ଆରମ୍ଭ ହୋଇଯାରଛି। ଆଜି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେଠାରେ ଗଠନ ହେବାକୁ ଥିବା ନୂଆ କ୍ୟାବିନେଟ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। କ୍ୟାବିନେଟରେ ଏଥର ବହୁ ନୂଆ ମୁହଁକୁ ସ୍ଥାନ ମିଳିପାରେ ବୋଲି ଦଳ ସୂତ୍ରରୁ ସୂଚନା ମିଳିଛି।

https://twitter.com/ANI/status/1502910196871737349?s=20&t=fEup5JYaO2yHJCYIgOIUBg

Related story