ରାଷ୍ଟ୍ରପତି ନିର୍ବାଚନ: ଶରଦ ପାୱାର ପ୍ରାର୍ଥୀ ହେଲେ ସମର୍ଥନ କରିବ ଆପ୍‌  

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପରେ ଏବେ ରାଷ୍ଟ୍ରପତି ନିର୍ବାଚନ ଉପରେ ସମସ୍ତଙ୍କ ନଜର। ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ କେନ୍ଦ୍ରରେ ଶାସକ ବିଜେପି ଓ ବିରୋଧୀଙ୍କ ପକ୍ଷରୁ ଆରମ୍ଭ ହୋଇଛି  କସରତ। ତେବେ ଯଦି ଏନସିପି ନେତା ଶରଦ ପାୱାରଙ୍କୁ ପ୍ରାର୍ଥୀ କରାଯାଏ, ତାହେଲେ ଆମ ଆଦମୀ ପାର୍ଟି(ଆପ୍‌) ସମର୍ଥନ କରିବା ନେଇ ଚର୍ଚ୍ଚା ହେଉଛି।  ମୁମ୍ବାଇରେ ଆପ ଏମପି ସଞ୍ଜୟ ସିଂହ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ମଧ୍ୟରେ ଆଲୋଚନା […]

Sharad-Pawar

Sharad-Pawar

Tapas Behera
  • Published: Sunday, 12 June 2022
  • Updated: 12 June 2022, 08:02 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପରେ ଏବେ ରାଷ୍ଟ୍ରପତି ନିର୍ବାଚନ ଉପରେ ସମସ୍ତଙ୍କ ନଜର। ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ କେନ୍ଦ୍ରରେ ଶାସକ ବିଜେପି ଓ ବିରୋଧୀଙ୍କ ପକ୍ଷରୁ ଆରମ୍ଭ ହୋଇଛି  କସରତ। ତେବେ ଯଦି ଏନସିପି ନେତା ଶରଦ ପାୱାରଙ୍କୁ ପ୍ରାର୍ଥୀ କରାଯାଏ, ତାହେଲେ ଆମ ଆଦମୀ ପାର୍ଟି(ଆପ୍‌) ସମର୍ଥନ କରିବା ନେଇ ଚର୍ଚ୍ଚା ହେଉଛି।  ମୁମ୍ବାଇରେ ଆପ ଏମପି ସଞ୍ଜୟ ସିଂହ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ମଧ୍ୟରେ ଆଲୋଚନା ପରେ ଏହି ଚର୍ଚ୍ଚା ଜୋର ଧରିଛି। ତେବେ ଆପ୍‌ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ କୌଣସି ଘୋଷଣା କରାଯାଇ ନାହିଁ।  କିନ୍ତୁ ମିଳିଥିବା ବିଶେଷ ସୂତ୍ର ଅନୁଯାୟୀ,  ଶରଦ ପାୱାର ଏବଂ ସଞ୍ଜୟ ସିଂହଙ୍କ ମଧ୍ୟରେ ରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ଆଲୋଚନା ହୋଇଛି।  ଆସନ୍ତା ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବ।  ଜୁଲାଇ ୨୧ରେ ଫଳାଫଳ ଘୋଷଣା ହେବ।

ଚଳିତ ସପ୍ତାହରେ ପ୍ରାରମ୍ଭରୁ ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ।  ଦିଲ୍ଲୀରେ ଭୋଟ ଗଣତି ହୋଇପାରେ। ସେହିପରି ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳଙ୍କ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି। ବିଜେପି ବିରୋଧୀ ଦଳଙ୍କୁ ଏକତ୍ର କରିବା ଲକ୍ଷ୍ୟରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ୧୫ରେ ଏକ ବୈଠକ ଆହ୍ବାନ କରିଛନ୍ତି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ବିରୋଧୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ବୋଲି ମମତା ଦର୍ଶାଇଛନ୍ତି।

ଦିଲ୍ଲୀର କନ୍‌ଷ୍ଟିଚୁସନ୍‌ କ୍ଲବ୍‌ରେ ପ୍ରସ୍ତାବିତ ଏହି ବୈଠକକୁ ସେ ୨୨ ଜଣ ବିଜେପି ବିରୋଧୀ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଅପରପକ୍ଷରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଶନିବାର ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ନିଜ ତରଫରୁ ମମତା ଓ ଏନ୍‌ସିପି ମୁଖ୍ୟ ଶରଦ ପୱାରଙ୍କ ସହ ଆଲୋଚନା କରିଛନ୍ତି। ଆଉ କିଛି ବିଜେପି ବିରୋଧୀ ନେତାଙ୍କ ସହିତ ମଧ୍ୟ ସେ ଆଲୋଚନା କରିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story