ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଚମକିଲା ଆପ୍‌, ହାରିଲା ବିଜେପି  

ଚଣ୍ଡିଗଡ଼: ଫାଇନାଲ ମ୍ୟଚ୍‌ ପୂର୍ବରୁ ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ। ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍‌) କମାଲ କରିଛି। ପଞ୍ଜାବର ଚଣ୍ଡିଗଡ଼ରେ ହୋଇଥିବା ପୌର ନିର୍ବାଚନରେ ଅଦ୍ଭୁତପୂର୍ବ ପ୍ରଦର୍ଶନ କରି ପ୍ରତିଦ୍ୱନ୍ଦୀ ବିଜେପିକୁ ଚକିତ କରିଦେଇଛି। ପୌର ନିର୍ବାଚନରେ ସର୍ବାଧିକ ଆସନ ଜିତି ବିଜେପିକୁ ଶକ୍ତ ଝଟକା ଦେଇଛ ଆପ୍‌। ବିଜେପି ଏଠି ପ୍ରଥମ ସ୍ଥାନରେ ଥିବା ବେଳେ ଆପ୍‌ ସେହି ସ୍ଥାନକୁ ଦଖଲ କରିନେଇଛି। ଫଳରେ ବିଜେପି ଦ୍ୱିତୀୟ […]

delhi-cm-arvind-kejriwal

Tapas Behera
  • Published: Monday, 27 December 2021
  • , Updated: 27 December 2021, 04:56 PM IST

ଚଣ୍ଡିଗଡ଼: ଫାଇନାଲ ମ୍ୟଚ୍‌ ପୂର୍ବରୁ ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ। ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍‌) କମାଲ କରିଛି। ପଞ୍ଜାବର ଚଣ୍ଡିଗଡ଼ରେ ହୋଇଥିବା ପୌର ନିର୍ବାଚନରେ ଅଦ୍ଭୁତପୂର୍ବ ପ୍ରଦର୍ଶନ କରି ପ୍ରତିଦ୍ୱନ୍ଦୀ ବିଜେପିକୁ ଚକିତ କରିଦେଇଛି। ପୌର ନିର୍ବାଚନରେ ସର୍ବାଧିକ ଆସନ ଜିତି ବିଜେପିକୁ ଶକ୍ତ ଝଟକା ଦେଇଛ ଆପ୍‌। ବିଜେପି ଏଠି ପ୍ରଥମ ସ୍ଥାନରେ ଥିବା ବେଳେ ଆପ୍‌ ସେହି ସ୍ଥାନକୁ ଦଖଲ କରିନେଇଛି। ଫଳରେ ବିଜେପି ଦ୍ୱିତୀୟ ସ୍ଥାନକୁ ଚାଲି ଯାଇଛି।

ଚଣ୍ଡିଗଡ଼ ଫଳାଫଳ  ଆସନ୍ତା ବର୍ଷ ବିଧାନ ସଭା ନିର୍ବାଚନ ପାଇଁ ପରିବର୍ତ୍ତନର ସଙ୍କେତ ଦେଉଛି ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଚଣ୍ଡିଗଡ଼ରେ ୩୫ଟି ମ୍ୟୁନ୍ସିପାଲଟି ଆସନରୁ  ବିଜେପି ୧୪ଟି ଜିତିଛି। ୧୨ଟି ସିଟ୍‌ ବିଜେପି ପାଇଥିବା ବେଳେ କଂଗ୍ରେସ୍ ୮ଟି ପାଇଛି। ଅଖିଳ ଦଳକୁ ଗୋଟିଏ ସିଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ପଞ୍ଜାବ ଏବଂ ହରିୟାଣାର ରାଜଧାନୀ ଚଣ୍ଡିଗଡ଼ରେ ଶୁକ୍ରବାର ପୌର ନିର୍ବାଚନ ହୋଇଥିଲା।  କେଜ୍ରିୱାଲ ଟ୍ୱିଟ୍‌ କରି କହିଛନ୍ତି, ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନରେ ଆପ୍‌ର ବିଜୟ ହିଁ  ଲୋକମାନେ ଦୁର୍ନୀତିଗ୍ରସ୍ତ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଥିବା ସୂଚାଉଛି।  ଲୋକେ ଆପ୍‌କୁ ବାଛିଛନ୍ତି । ପଞ୍ଜାବ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛି। ପଞ୍ଜାବ ନିର୍ବାଚନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରୁଛନ୍ତି।

ଆପ ନେତା ରାଘ‍ବ ଚଢା କହିଛନ୍ତି ଯେ, ଚଣ୍ଡିଗଡ଼ ନିର୍ବାଚନ ଏକ ଟ୍ରେଲର।  ପଞ୍ଜାବ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ହେବ। ଚଣ୍ଡିଗଡ଼ର ମୁଡ୍‌ ପଞ୍ଜାବର ମୁଡ୍‌ ବୋଲି ସେ କହିଛନ୍ତି।  ଏହି ନିର୍ବାଚନ ବିଜେପିର ଦୁଇଟି ପ୍ରମୁଖ ସିଟ୍‌କୁ ଜବରଦସ୍ତ ଝଟକା ଦେଇଛି। ବିଜେପିର ମେୟର ରବି କାନ୍ତ ଶର୍ମା ଏବଂ ପୂର୍ବତନ ମେୟର ଡାଭେଶ ମୌଦଗିଲଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ପୂର୍ବରୁ  ଚଣ୍ଡିଗଡ଼ ପୌରାଞ୍ଚଳରେ ୨୬ଟି ଆସନ ଥିଲା। ଚଳିତ ଥର ଏହି ସିଟକୁ ବୃଦ୍ଧି କରାଯାଇଛି। ତେବେ ଗତ ନିର୍ବାଚନରେ ବିଜେପି ୨୦ଟି ସିଟ୍ ଜିତି ଏକ ନମ୍ବର ସ୍ଥାନରେ ଥିଲା।

Related story