ଅବକୀବାର୍‌ ୬୦ ପାର୍‌: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ଆଗାମୀ ନିର୍ବାଚନ ପାଇଁ ନିଜ ହୋମଟାଉନ୍‌ ଉଧାମ ସିଂ ନଗରର ଖତିମାରୁ ପ୍ରତିଦ୍ୱନ୍ଦିତା କରିବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ଶନିବାର ସେ ଏହା କହିଛନ୍ତି । ସେ କହିଛନ୍ତି ଯେ,  ଖତିମା ବିଧାନ ସଭା ଆସନରୁ ସେ ନିର୍ବାଚନ ଲଢ଼ିବେ। ଆମେ ଏକାଠି ନିର୍ବାଚନ ଲଢ଼ିବୁ। ଏଥର ଆମର ସ୍ଳୋଗାନ ରହିଛି  ‘ଅବକୀ ବାର ୬୦ ପାର୍‌’।  ଖୁବ୍‌ ଶୀଘ୍ର ସମସ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ସେ କହିଛନ୍ତି । ଗଣମାଧ୍ୟମକୁ […]

Pushakar

Tapas Behera
  • Published: Saturday, 15 January 2022
  • , Updated: 15 January 2022, 08:35 PM IST

ନୂଆଦିଲ୍ଲୀ:ଆଗାମୀ ନିର୍ବାଚନ ପାଇଁ ନିଜ ହୋମଟାଉନ୍‌ ଉଧାମ ସିଂ ନଗରର ଖତିମାରୁ ପ୍ରତିଦ୍ୱନ୍ଦିତା କରିବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ଶନିବାର ସେ ଏହା କହିଛନ୍ତି । ସେ କହିଛନ୍ତି ଯେ,  ଖତିମା ବିଧାନ ସଭା ଆସନରୁ ସେ ନିର୍ବାଚନ ଲଢ଼ିବେ। ଆମେ ଏକାଠି ନିର୍ବାଚନ ଲଢ଼ିବୁ। ଏଥର ଆମର ସ୍ଳୋଗାନ ରହିଛି  ‘ଅବକୀ ବାର ୬୦ ପାର୍‌’।  ଖୁବ୍‌ ଶୀଘ୍ର ସମସ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ସେ କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ନେଇ ଧାମି କହିଛନ୍ତି ଯେ, ଉତ୍ତରାଖଣ୍ଡ ବିଧାନସଭା ପାଇଁ ୭୦ ଜଣ ପ୍ରାର୍ଥୀଙ୍କ ତାଲିକା ଚୂଡ଼ାନ୍ତ ହୋଇଛି।  ବିଜେପି କୋର କମିଟିରେ ପ୍ରାର୍ଥୀ ତାଲିକା ନେଇ ନିଷ୍ପତ୍ତି ହୋଇଥିବା କହିଛନ୍ତି । ୨୦୦୨ରେ ଉଧାମ ସିଂ ନଗର ଜିଲ୍ଲାର  ଖତିମା ନିର୍ବାଚନଣ୍ଡଳୀରୁ ୨୦୦୨ରେ  ପ୍ରଥମ ନିର୍ବାଚନ ହୋଇଥିଲା । ୨୦୦୨ ଏବଂ ୨୦୦୭ରେ ଏଠାରୁ କଂଗ୍ରେସ ବିଜୟ ଲାଭ କରିଥିଲା । ତେବେ ୨୦୧୨ ନିର୍ବାଚନ ଓ ୨୦୧୭ ନିର୍ବାଚନରେ ଏହି ଆସନ ବିଜେପି ହାତକୁ ଯାଇଛି। ସେଠାରୁ ପୁଷ୍କର ସିଂ ଧାମି ଜିତି ଆସୁଛନ୍ତି।

୪୬ ବର୍ଷୀୟ ଧାମି ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ପାଇଥିଲେ। ତୀରଥ ସିଂ ରାୱତ ଏବଂ ତ୍ରିବେନ୍ଦ୍ରମ ସିଂ ରାୱତଙ୍କ ପରେ ଧାମି ଏହି ପଦରେ ଅବସ୍ଥାପିତ ହୋଇଛନ୍ତି। ୨୦୧୭  ବିଧାନ ସଭା ନିର୍ବାଚନରେ ୫୭ଟି ସିଟ୍ ସହ ସଂଖ୍ୟା ଗରିଷ୍ଠ ଜନମତ ପାଇ ବିଜେପି ସରକାର ଗଠନ କକରିଥିଲା।

Related story