ବିଚ୍ ରାସ୍ତାରେ ଓକିଲଙ୍କୁ ଖଣ୍ଡା ଓ ରଡ୍‌ରେ ଆକ୍ରମଣ

ମୁମ୍ବାଇ: ଓକିଲଙ୍କୁ ବିଚ୍ ରାସ୍ତାରେ ଖଣ୍ଡା ଓ ରଡରେ ଆକ୍ରମଣ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ମୁମ୍ବାଇରେ। ରବିବାର ଅପରାହ୍ଣରେ ବ୍ୟସ୍ତବହୁଳ ମୁମ୍ବାଇ ରାସ୍ତାରେ କିଛି ଲୋକେ ହଠାତ୍ ଜଣେ ଓକିଲଙ୍କୁ ଖଣ୍ଡା ଓ ରଡରେ ଆକ୍ରମଣ କରିଛନ୍ତି। ସୌଭାଗ୍ୟବଶତଃ ଓକିଲ ଜଣକ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଛନ୍ତି, କିନ୍ତୁ ତାଙ୍କୁ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି। ଏହି ଆକ୍ରମଣ ପଛରେ ୧୫ ଜଣଙ୍କର ହାତ ଥିବା ଜଣାପଡ଼ିଛି। ଏହାର ଭିଡିଓ ମଧ୍ୟ ଭାଇରାଲ୍ […]

man-attacked

Ranjit Kumar Jena
  • Published: Monday, 19 July 2021
  • , Updated: 19 July 2021, 01:55 PM IST

ମୁମ୍ବାଇ: ଓକିଲଙ୍କୁ ବିଚ୍ ରାସ୍ତାରେ ଖଣ୍ଡା ଓ ରଡରେ ଆକ୍ରମଣ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ମୁମ୍ବାଇରେ। ରବିବାର ଅପରାହ୍ଣରେ ବ୍ୟସ୍ତବହୁଳ ମୁମ୍ବାଇ ରାସ୍ତାରେ କିଛି ଲୋକେ ହଠାତ୍ ଜଣେ ଓକିଲଙ୍କୁ ଖଣ୍ଡା ଓ ରଡରେ ଆକ୍ରମଣ କରିଛନ୍ତି। ସୌଭାଗ୍ୟବଶତଃ ଓକିଲ ଜଣକ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଛନ୍ତି, କିନ୍ତୁ ତାଙ୍କୁ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି।

ଏହି ଆକ୍ରମଣ ପଛରେ ୧୫ ଜଣଙ୍କର ହାତ ଥିବା ଜଣାପଡ଼ିଛି। ଏହାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଚି। ଭିଡିଓରେ ଦେଖିବାକୁ ମିଳିଛ ଯେ କିଛି ଲୋକେ ହାତରେ ଖଣ୍ଡା ଧରିଛନ୍ତି ଏବଂ ଜନଗହଳି ପୂର୍ଣ୍ଣ ରାସ୍ତାରେ ଓକିଲଙ୍କୁ ଉପରକୁ ଆକ୍ରମଣ କରୁଛନ୍ତି। ଯେତେବେଳେ କିଛି ଲୋକେ ଓକିଲଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି, ସେମାନଙ୍କୁ ମଧ୍ୟ ଆକ୍ରମଣର ଶିକାର ହେବାକୁ ପଡ଼ିଛି।

ଏହି ଘଟଣାରେ ମୁମ୍ବାଇର ଦହିଦାର ୱେଷ୍ଟର ଏମଏଚବି ପୁଲିସ୍ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ୍ ଅଫିସିଆଲ୍ସଙ୍କ ମୁତାବକ, ଜମିବାଡ଼ିକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଛି। ଏପର୍ଯ୍ୟନ୍ତ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଦଙ୍ଗା ଏବଂ ହତ୍ୟା ଉଦ୍ୟମ ପାଇଁ ସମ୍ପୃକ୍ତ ସେକ୍ସନ୍ ଆଧାରରେ ଏକ ମାମଲା ରୁଜୁ ହୋଇଛି।

Related story