ଆଫଗାନିସ୍ତାନ ଛାଡ଼ିଥିଲି, ଭାବିଥିଲି ୟୁକ୍ରେନ ମୋ ପାଇଁ ସ୍ୱର୍ଗ... ହେଲେ

ନୂଆଦିଲ୍ଲୀ: ବର୍ଷେ ପୂର୍ବରୁ ତାଲିବାନୀ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣ ଭୟରେ ସେ ଆଫଗାନିସ୍ତାନ୍ ଛାଡ଼ିଥିଲେ। ସାଙ୍ଗରେ ସ୍ତ୍ରୀ-ପିଲା ଛୁଆ ପରିବାର ଧରି ସେ ୟୁକ୍ରେନ୍‌ ପଳାଇ ଯାଇଥିଲେ। ୟୁକ୍ରେନ ସେମାନଙ୍କ ପାଇଁ ସ୍ୱର୍ଗ ବୋଲି ଭାବିଥିଲେ। ହେଲେ ହଠାତ୍‌ ପୁଣି ଯୁଦ୍ଧ  ସଙ୍କଟ ଆସି ସେମାନଙ୍କ ସ୍ୱପ୍ନକୁ  ଭାଙ୍ଗି ଦେଇଛି। ଏହି ଆଫଗାନ ଦମ୍ପତିଙ୍କୁ ପୁଣି ଥରେ ପୋଲାଣ୍ଡ ଯିବାକୁ ପଡ଼ିଛି। ରୁଷର ବୋମାମାଡ଼ରେ  ଭୟଭୀତ ହୋଇ ସେମାନେ ୟୁକ୍ରେନ୍ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ନିଜ ଜନ୍ମମାଟି […]

deoo

Tapas Behera
  • Published: Monday, 28 February 2022
  • , Updated: 28 February 2022, 01:12 PM IST

ନୂଆଦିଲ୍ଲୀ: ବର୍ଷେ ପୂର୍ବରୁ ତାଲିବାନୀ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣ ଭୟରେ ସେ ଆଫଗାନିସ୍ତାନ୍ ଛାଡ଼ିଥିଲେ। ସାଙ୍ଗରେ ସ୍ତ୍ରୀ-ପିଲା ଛୁଆ ପରିବାର ଧରି ସେ ୟୁକ୍ରେନ୍‌ ପଳାଇ ଯାଇଥିଲେ। ୟୁକ୍ରେନ ସେମାନଙ୍କ ପାଇଁ ସ୍ୱର୍ଗ ବୋଲି ଭାବିଥିଲେ। ହେଲେ ହଠାତ୍‌ ପୁଣି ଯୁଦ୍ଧ  ସଙ୍କଟ ଆସି ସେମାନଙ୍କ ସ୍ୱପ୍ନକୁ  ଭାଙ୍ଗି ଦେଇଛି। ଏହି ଆଫଗାନ ଦମ୍ପତିଙ୍କୁ ପୁଣି ଥରେ ପୋଲାଣ୍ଡ ଯିବାକୁ ପଡ଼ିଛି। ରୁଷର ବୋମାମାଡ଼ରେ  ଭୟଭୀତ ହୋଇ ସେମାନେ ୟୁକ୍ରେନ୍ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ନିଜ ଜନ୍ମମାଟି ଛାଡ଼ି ଶରଣାର୍ଥୀଭାବେ ଯାତ୍ରା କରିବାର ଗଭୀର ଯନ୍ତ୍ରଣାକୁ  ଅଜମଲ ରହମାନି ବଖାଣିଛନ୍ତି। ସେ କହିଛନ୍ତି ଯେ, ମୁଁ ଯୁଦ୍ଧ ଯୋଗୁ ଅନ୍ୟ ଏକ ଦେଶକୁ ଆସିଥିଲି।  କିନ୍ତୁ ସେଠାରେ ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଗଲା। ଏହା ମୋ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅନ୍ତର୍ଜାତୀୟ ଗଣମାଧ୍ୟମ ଏଫପିକୁ ସାକ୍ଷାତକାର ଦେଇ ଏହା କହିଛନ୍ତି  ଅଜମଲ।  ସାଙ୍ଗରେ ନିଜର ୭ ବର୍ଷର ଝିଅ ଏବଂ ଛୋଟ ପୁଅଟିଏ ମଧ୍ୟ ଅଛି । କୁନି ଝିଅଟି ଖେଳଣା ଧରି ବାପାଙ୍କ ସଙ୍ଗେ ଯାତ୍ରା କରୁଥିବାର ଦୃଶ୍ୟ ବେଶ ଭାବପ୍ରବଣ। ଯୁଦ୍ଧ କବଳରୁ ରକ୍ଷା ପାଇଁ ଏହି ପରିବାର ୩୦ କିଲୋମିଟର ପାଦରେ ଚାଲି ଚାଲି ପୋଲାଣ୍ଡରେ ଅଭିମୁଖଷ ବାହରିତିଲେ । ସାଙ୍ଗରେ ସ୍ତ୍ରୀ ମାଇନା ଏବଂ ୧୧ ବର୍ଷର ପୁଅ ଓମର ମଧ୍ୟ ଅଛି। ସେମାନେ ମେଦ୍ୟକାରେ ପହଞ୍ଚିବା ପରେ ଅନ୍ୟ ଶରଣାର୍ଥୀଙ୍କ ସହ ଏକ ବସକୁ ଅପେକ୍ଷା କରିଥିଲେ।

ଏହି ବସ୍‌ଟି ପୋଲାଣ୍ଡର ପ୍ରଜେମିସ୍ଲ ସହରରେ ନେଇ ଛାଡ଼ିବ। ଗତ ୪ ଦିନ ମଧ୍ୟରେ ୟୁକ୍ରେନ୍‌ରୁ ହଜାର ହଜାର ଲୋକ ନିଜ ଦେଶ ଛାଡ଼ି ପଡ଼ୋଶୀ ରାଷ୍ଟ୍ର ପୋଲାଣ୍ଡ, ହଙ୍ଗେରୀ ଏବଂ ରୋମାନିଆ ଅଭିମୁଖେ ଯାତ୍ରା କରିଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଏବଂ ଦାଦନ ଶ୍ରମିକ ଅଛନ୍ତି। ୟୁକ୍ରେନରେ ରହୁଥିବା ଏହି ଲୋକମାନଙ୍କ ମଧ୍ୟରୁ କେତେକ ଆଫଗାନିସ୍ତାନ, କଙ୍ଗୋ ଏବଂ ଭାରତ ଓ ନେପାଳରେ ଅଛନ୍ତି।  ୪୦ ବର୍ଷୀୟ ରହମାନି କହିଛନ୍ତି ଯେ,ସେ ୧୮ ବର୍ଷଧରି ଆଫଗାନିସ୍ତାନର କାବୁଲ ବିମାନ ବିନ୍ଦରରେ ନାଟୋ ପକ୍ଷରୁ କାମ କରୁଥିଲେ।  ତାଲିବାନୀଙ୍କ ଆକ୍ରମଣ ପରେ ଆଫଗାନିସ୍ତାନରୁ ଆମେରିକା ୪ ମାସ ପୂର୍ବେ ନିଜର ସେନା ପ୍ରତ୍ୟାହାର କରିଥିଲା।  ଏହା ପରେ ତାଙ୍କୁ ଧମକ ଦିଆଯିବା ପରେ ସେ ଦେଶ ଛାଡ଼ିବାକୁ  ବାଧ୍ୟ ହୋଇଥିଲେ ।

ଆଫଗାନିସ୍ତାନରେ ମୋର ଏକ ସୁଖମୟ ଜୀବନ ଥିଲା। ମୋର ଏକ ସୌଖୀନ କାର ଏବଂ ମୁଁ  ଉଚ୍ଚ ବେତନ ପାଉଥିଲି।  ପରିବାର ସହ ବେଶ ଆନ୍ଦରେ ଜୀବନ ବିତୁଥଲା। ହେଲେ ସେ ସବୁ ଚାଲିଗଲା। ମୁଁ ମୋର ଘର, କାର ଏବଂ ସବୁ କିଛି ବିକିଦେଲି।  ଏବେ ମୁଁ ନିଶ୍ୱ ବୋଲି ରହମାନି କ୍ଷୋଭର ସହ ପ୍ରକାଶ କରିଛନ୍ତି ।  ଆଫଗାନିସ୍ତାନ ଛାଡ଼ିବା ପାଇଁ ଏକ ଭିଜା ଲାଗି  ତାଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିଲା।  ସେ ୟୁକ୍ରେନ୍‌ରେ ଓଡ୍ଡେଶାରେ ରହୁଥିଲେ।  ହେଲେ ୪ ଦିନ ପୂର୍ବରୁ ପୁଣି ଥରେ ଯୁଦ୍ଧ ଆରମ୍ଭ ହେବା ପରେ ତାଙ୍କୁ ୟୁକ୍ରେନ ଛାଡ଼ିବାକୁ ପଡ଼ିଛି। ଆଉ ପୁଣି ଥରେ ୧,୧୧୦ କିଲୋମିଟର ଯାତ୍ରା କରିବାରକୁ ପଡ଼ିଛି।

Related story