ସୁପ୍ରିମକୋର୍ଟଙ୍କ ଶରଣ ପଶିଲେ ବାବା ରାମଦେବ

ନୂଆଦିଲ୍ଲୀ: ଏଲୋପାଥିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗ ଗୁରୁ ବାବା ରାମଦେବ ଏବେ ସୁପ୍ରିମକୋର୍ଟଙ୍କ ଶରଣ ପଶିଛନ୍ତି । ଚାରିଆଡୁ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫାଆଇର୍‌କୁ ରଦ୍ଦ କରିବା ପାଇଁ ସେ ବୁଧବାର ସର୍ବୋଚ୍ଚ ନ୍ୟାୟଳୟରେ ଦାବି କରିଛନ୍ତି। ସୂଚନା ମୁତାବକ, ବାବା ରାମଦେବ ଏଲୋପାଥି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ। ପରେ ଏହି ବିବାଦ ଉଗ୍ର ରୂପ ନେବାରୁ ସେ ନିଜ ମନ୍ତବ୍ୟ ଫେରାଇ ନେଇଥିଲେ। ତେବେ ଏସବୁ ସତ୍ତ୍ୱେ ମଧ୍ୟ […]

Ramdev

Madhupriya Mistry
  • Published: Wednesday, 23 June 2021
  • , Updated: 23 June 2021, 04:58 PM IST

ନୂଆଦିଲ୍ଲୀ: ଏଲୋପାଥିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗ ଗୁରୁ ବାବା ରାମଦେବ ଏବେ ସୁପ୍ରିମକୋର୍ଟଙ୍କ ଶରଣ ପଶିଛନ୍ତି । ଚାରିଆଡୁ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫାଆଇର୍‌କୁ ରଦ୍ଦ କରିବା ପାଇଁ ସେ ବୁଧବାର ସର୍ବୋଚ୍ଚ ନ୍ୟାୟଳୟରେ ଦାବି କରିଛନ୍ତି।

ସୂଚନା ମୁତାବକ, ବାବା ରାମଦେବ ଏଲୋପାଥି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ। ପରେ ଏହି ବିବାଦ ଉଗ୍ର ରୂପ ନେବାରୁ ସେ ନିଜ ମନ୍ତବ୍ୟ ଫେରାଇ ନେଇଥିଲେ। ତେବେ ଏସବୁ ସତ୍ତ୍ୱେ ମଧ୍ୟ ରାମଦେବଙ୍କ ଅଡୁଆ କମୁନାହିଁ।

ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ପକ୍ଷରୁ ଭିନ୍ନ ଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଅନେକ କେସ୍ ରୁଜୁ ହୋଇଛି। ଏବେ ରାମଦେବ ଆଇଏମ୍‌ଏ ପକ୍ଷରୁ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍‌ଆଇଆରର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲାଗାଇବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ରାମଦେବଙ୍କ ବିରୋଧରେ ଆଇଏମଏ ପାଟନା ଓ ରାୟପୁର ୟୁନିଟ୍  ପକ୍ଷରୁ କେସ ରୁଜୁ ହୋଇଛି। ରାମଦେବ ଏହି ଦୁଇଟି ଏଫଆଇଆରକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ମଧ୍ୟ ଦାବି କରିଛନ୍ତି।

ଜୟପୁର ପୋଲିସ ଗତ ସପ୍ତାହ ବାବା ରାମଦେବଙ୍କ ବିରୋଧରେ ଏଲୋପାଥି ଚିକିତ୍ସା ପଦ୍ଧତି ଓ ଔଷଧକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ ଏଫଆଇଆର ରୁଜୁ କରିଥିଲା। ସେହି ପରି ଇଣ୍ଡିଆନ ମେଡିକାଲ ଆସୋସିଏସନ, ଛତିଶଗଡ ୟୁନିଟ୍ ପକ୍ଷରୁ ମଧ୍ୟ ବାବାଙ୍କ ବିରୋଧରେ କେସ୍ ଦିଆଯାଇଥିଲା।

ଯୋଗ ଗୁରୁଙ୍କ ବିରୋଧରେ ମହାମାରୀକୁ ନେଇ ବେପରୁଆ ବୟାନ ଦେବା ଅଭିଯୋଗରେ ଏଫଆଇଆର ରୁଜୁ କରାଯାଇଥିଲା। ବାବା ରାମଦେବଙ୍କ ଗତ ଦିନରେ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ସେ ଡାକ୍ତରଙ୍କ ଉପରେ ତାତ୍ସଲ୍ୟଭରା ବୟାନ ଦେଉଥିବା ଦେଖିବାକୁ ମିଳିଥିଲା।

Related story