ପୁଣି କଂଗ୍ରେସକୁ ଝଟକା: ଗୁଲାମ ନବି ଆଜାଦ୍‌ଙ୍କ ରାସ୍ତାରେ ଆନନ୍ଦ ଶର୍ମା

ନୂଆଦିଲ୍ଲୀ: ପୁଣି କଂଗ୍ରେସକୁ ଝଟକା। ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ୍‌ଙ୍କ ପରେ ଆନନ୍ଦ ଶର୍ମା। ଜମ୍ମୁ କଶ୍ମୀର କଂଗ୍ରେସ ପ୍ରଚାର କମିଟିରୁ ମୁଖ୍ୟ ଭାବେ ଗୁଲାମ ନବୀ ଆଜାଦ୍‌ ଓହରି ଯିବା ପରେ ତାଙ୍କରି ରାସ୍ତାକୁ ଅନୁସରଣ କରିଛନ୍ତି ଦଳର ବରିଷ୍ଠ ନେତା ଆନନ୍ଦ ଶର୍ମା।। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ହିମାଚଳ ପ୍ରଦେଶ କଂଗ୍ରେସ ପରିଚାଳନା କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସେ […]

sharma

  • Published: Sunday, 21 August 2022
  • , Updated: 21 August 2022, 03:53 PM IST

ନୂଆଦିଲ୍ଲୀ: ପୁଣି କଂଗ୍ରେସକୁ ଝଟକା। ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ୍‌ଙ୍କ ପରେ ଆନନ୍ଦ ଶର୍ମା। ଜମ୍ମୁ କଶ୍ମୀର କଂଗ୍ରେସ ପ୍ରଚାର କମିଟିରୁ ମୁଖ୍ୟ ଭାବେ ଗୁଲାମ ନବୀ ଆଜାଦ୍‌ ଓହରି ଯିବା ପରେ ତାଙ୍କରି ରାସ୍ତାକୁ ଅନୁସରଣ କରିଛନ୍ତି ଦଳର ବରିଷ୍ଠ ନେତା ଆନନ୍ଦ ଶର୍ମା।। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ହିମାଚଳ ପ୍ରଦେଶ କଂଗ୍ରେସ ପରିଚାଳନା କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସେ ଚିଠି ଲେଖିଛନ୍ତି। ସେଥିରେ ତାଙ୍କ ଆତ୍ମସମ୍ମାନରେ ଆଞ୍ଚ ଆସିଛି। ତାଙ୍କୁ ଅଣଦେଖା କରାଯାଇଛି ବୋଲି ଉଲ୍ଲେଖ କରିଛନ୍ତି। ପରାମର୍ଶ ପ୍ରକ୍ରିୟାରେ ତାଙ୍କୁ ଅଣଦେଖା କରାଯାଇଛି। ତେବେ ସେ ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜାରି ରଖିବେ ବୋଲି କହିଛନ୍ତି।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥିବା ଆନନ୍ଦ ଶର୍ମା ଏବେ ରାଜ୍ୟ ସଭାରେ  କଂଗ୍ରେସ ପକ୍ଷରୁ ଡେପୁଟି ନେତା ଅଛନ୍ତି। ଗତ ଏପ୍ରିଲ ୨୬ ତାରିଖରେ ରେ ସ୍ଟିଏରିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ।  ଉଭୟ ଆଜାଦ ଏବଂ ଶର୍ମା ଜି-୨୩ ବିଦ୍ରୋହୀ ଗୋଷ୍ଠୀ  ପ୍ରମୁଖ ଚେହେରା । ଯିଏ ଦଳର ନିଷ୍ପତି ନେଇ ଚ୍ୟଲେଞ୍ଜ କରି ଆସୁଛନ୍ତି।

୫ ଦିନ ପୂର୍ବରୁ ଜାମ୍ମୁ-କାଶ୍ମୀର କଂଗ୍ରେସରେ ବରିଷ୍ଠ ନେତା ଗୁଲାମ ନବି ଆଜାଦ ପ୍ରଚାର ଅଭିଯାନ କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ପଦ ମିଳିବାର କିଛି ଘଣ୍ଟା ପରେ ଗୁଲାମ ନବି ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ଏହାକୁ ନେଇ ରାଜନୀତି ସରଗରମ ହୋଇଥିଲା ।ଏହା ପରେ ପାର୍ଟି ନିଜ ସଂଗଠନରେ ଅନେକ ବଡ ପରିବର୍ତ୍ତନ କରିଥିଲା।

Related story