ଇଡିର ଗୋଟାଏ ପରେ ଗୋଟାଏ ସମନ ପାଇବା ପରେ ଦେଶମୁଖ ଛାନିଆ

ନୂଆଦିଲ୍ଲୀ: ଲଗାତର ଦୁଇଟି ସମନର ଜବାବ ନରଖିବା ପରେ ଇଡି ତୃତୀୟ ଥର ପାଇଁ ସମନ ଜାରି କରିଛି ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ। ସୋମବାର ହାଜର ହେବା ପାଇଁ ଇଡି ଏହି ଏନସିପି ବିଧାୟକଙ୍କୁ ସମନ କରିଛି। ଦେଶମୁଖଙ୍କ ଦୁଇ ସହଯୋଗୀ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ୱାରା ଗିରଫ ହୋଇସାରିଛନ୍ତି। ତେଣୁ ଏବେ ଦେଶମୁଖଙ୍କ ପାଳି ବୋଲି ଜଣାପଡ଼ିଛି। ତେଣୁ ଇଡିର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନୀଲ ଦେଶମୁଖ। ମହାରାଷ୍ଟ୍ରର […]

anil-deshmukh

Subhransu Sekhar
  • Published: Sunday, 04 July 2021
  • , Updated: 04 July 2021, 10:48 PM IST

ନୂଆଦିଲ୍ଲୀ: ଲଗାତର ଦୁଇଟି ସମନର ଜବାବ ନରଖିବା ପରେ ଇଡି ତୃତୀୟ ଥର ପାଇଁ ସମନ ଜାରି କରିଛି ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ। ସୋମବାର ହାଜର ହେବା ପାଇଁ ଇଡି ଏହି ଏନସିପି ବିଧାୟକଙ୍କୁ ସମନ କରିଛି। ଦେଶମୁଖଙ୍କ ଦୁଇ ସହଯୋଗୀ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ୱାରା ଗିରଫ ହୋଇସାରିଛନ୍ତି। ତେଣୁ ଏବେ ଦେଶମୁଖଙ୍କ ପାଳି ବୋଲି ଜଣାପଡ଼ିଛି। ତେଣୁ ଇଡିର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନୀଲ ଦେଶମୁଖ।

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୁପ୍ରିମକୋର୍ଟରେ ଆବେଦନରେ କରି କହିଛନ୍ତି ଯେ ତାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଉ। ଅନୀଲ ଦେଶମୁଖଙ୍କ ଓକିଲ ଇନ୍ଦରପାଲ ବି ସିଂ ଏହି ସୂଚନା ଦେଇଛନ୍ତି।

ଜୁଲାଇ ୫ରେ ଦେଶମୁଖଙ୍କୁ ପଚରା ଉଚରା କରିବା ପାଇଁ ଇଡି ଡକାଇଛି। କେବଳ ଏତିକି ନୁହେଁ ଇଡି ଦେଶମୁଖଙ୍କ ପୁଅ ରୁଷିକେଶ ଦେଶମୁଖଙ୍କୁ ମଧ୍ୟ ସମନ୍ କରିଛି ହାଜର ହେବାକୁ। ଜୁଲାଇ 6ରେ ରୁଷିକେଶଙ୍କୁ ଜେରା କରିବ ଇଡି।

ଶନିବାର ଇଡିର ଜଣେ ଅଧିକାରୀ କହିଥିଲେ, ଏନସିପି ନେତା ଅନୀଲ ଦେଶମୁଖଙ୍କୁ ତୃତୀୟ ଥର ପାଇଁ ସମନ୍ କରାଯାଇଛି। ଜୁଲାଇ ୫ ରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ ଦୁଇ ଥର ସମନ କରିଥିଲା ଇଡି। ହେଲେ କରୋନା ପ୍ରସଙ୍ଗ ଦୋହରାଇ ହାଜର ହୋଇନଥିଲେ। ଆବଶ୍ୟକ ହେଲେ ଭିଡିଓ କନଫରେନସିଂ ଜରିଆରେ ହାଜର ହେବେ ବୋଲି କହିଥିଲେ।

ସୂଚନାଯୋଗ୍ୟ, ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ପ୍ରଥମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଅନୀଲ ଦେଶମୁଖଙ୍କ ବିରୋଧରେ ଟଙ୍କା ଆଦାୟ ଅଭିଯୋଗ ଆଣିଥିଲେ। ମାସିକ ୧୦୦ କୋଟିର ବଟି ଆଦା କରିବା ପାଇଁ ଅନୀଲ ଦେଶମୁଖ ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଗାଡ଼ି ଜବତ ଘଟଣାରେ ଗିରଫ ନିଲମ୍ବିତ ପୁଲିସ୍ ଅଧିକାରୀ ସଚିବ ବାଜେଙ୍କୁ କହିଥିବା ପରମବୀର ଚିଠିରେ ଲେଖିଥିଲେ।

ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଓ ଇଡି ତଦନ୍ତ କରୁଛି। ଦେଶମୁଖଙ୍କ ବିରୋଧରେ ଇଡି ମନି ଲଣ୍ଡିରିଂ ମାମଲା ରୁଜୁ କରି ତଦନ୍ତ କରୁଛି। ନିକଟରେ ଇଡିର ଅଧିକାରୀମାନେ ଦେଶମୁଖଙ୍କ ପିଏସ୍‌ ସଞ୍ଜୀବ ପଲାଣ୍ଡେ ଓ ପିଏ କୁନ୍ଧନ ସିନ୍ଧେଙ୍କୁ ଗିରଫ କରିଛନ୍ତି।

Related story