ଜାକଲିନ୍‌ ଓ ନୋରାଙ୍କ ପରେ ଇଡି ସ୍କାନରରେ ଆଉ ୨ ଜଣ ତାରକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାକଲିନ୍‌ ଫର୍ଣ୍ଣାଡିଜ୍‌ ଏବଂ ନୋରା ଫତେହିଙ୍କ ପରେ ଏବେ ଆଉ ୨ ଜଣ  ତାରକା ଠକେଇ ମାମଲାରେ ଫସିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଅଭିନେତ୍ରୀ ଥିବା ବେଳେ ଅନ୍ୟ ଜଣେ ଗାୟକ ଏବଂ ସଙ୍ଗୀତକାର ଅଛନ୍ତି ।  ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଉଭୟେ  ଇଡି ସ୍କାନରରେ ଅଛନ୍ତି। ପୂର୍ବରୁ ଅକ୍ଟୋବର ମାସରେ ଏହି ମନି ଲଣ୍ଡରିଂ ମାମଲାରେ ଜାକଲିନ୍‌ ଫର୍ଣ୍ଣାଡିଜ୍‌ ଏବଂ ନୋରା ଫତେହି ଜେରାର ସମ୍ମୁଖୀନ ହୋଇଛନ୍ତି। ଘଟଣାର […]

Nora

Nora

Tapas Behera
  • Published: Tuesday, 09 November 2021
  • Updated: 09 November 2021, 09:06 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାକଲିନ୍‌ ଫର୍ଣ୍ଣାଡିଜ୍‌ ଏବଂ ନୋରା ଫତେହିଙ୍କ ପରେ ଏବେ ଆଉ ୨ ଜଣ  ତାରକା ଠକେଇ ମାମଲାରେ ଫସିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଅଭିନେତ୍ରୀ ଥିବା ବେଳେ ଅନ୍ୟ ଜଣେ ଗାୟକ ଏବଂ ସଙ୍ଗୀତକାର ଅଛନ୍ତି ।  ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଉଭୟେ  ଇଡି ସ୍କାନରରେ ଅଛନ୍ତି। ପୂର୍ବରୁ ଅକ୍ଟୋବର ମାସରେ ଏହି ମନି ଲଣ୍ଡରିଂ ମାମଲାରେ ଜାକଲିନ୍‌ ଫର୍ଣ୍ଣାଡିଜ୍‌ ଏବଂ ନୋରା ଫତେହି ଜେରାର ସମ୍ମୁଖୀନ ହୋଇଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ହୋଇଥିବା ବେଳେ ତାଙ୍କ ସହ ଅପରାଧିକ କାର୍ଯ୍ୟକଳାପରେ ଜାକଲିନ୍‌ ଫର୍ଣ୍ଣାଡିଜ୍‌ ଏବଂ ନୋରା ଫତେହି ସମ୍ପୃକ୍ତ ଥିବା ଅଭିଯୋଗ ଆସିଥିଲା।

ସୁକେଶ ଚନ୍ଦ୍ରଶେଖର ଏବଂ ତାଙ୍କ ପତ୍ନୀ ଲୀନା ପଲ୍‌ଙ୍କ ବିରୋଧରେ ଚାଲିଥିବା ଆର୍ଥିକ ଠକେଇ ମାମଲା ସହ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଟାର୍ଗେଟରେ ଅଭିନେତ୍ରୀ ନୋରା ଫତେହୀ ଥିଲେ।  ସେ ସୁକେଶଙ୍କଠାରୁ  ନୋରା ଏକ ବିଏମଡବ୍ଲୁ କାର ଉପହାରରେ ନେଇଥିବା କଥା ସାମ୍ନାକୁ ଆସିଥିଲା।

ସୁକେଶ କରିଥିବା ୨୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ନୋରାଙ୍କ ସମ୍ପୃକ୍ତି ନେଇ ଖବର ଆସିବା ପରେ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା। ଫଟୋରେ ସେ ଏକ ବିଏମଡବ୍ଲୁ କାର ଆଗରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। କାରଟି ସୁକେଶ ଉପହାରରେ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସେହିପରି  ଜାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କ ପୁର୍ବରୁ ଅନ୍ୟଜଣେ ବଲିଉଡ୍‌ ଅଭିନେତ୍ରୀ ୟାମୀ ଗୌତମଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପଚରାଉଚୁରା କରିଥିଲା। ଏବେ ଏହି ଘୋଟାଲାରେ ବଲିଉଡ୍‌ ତାରକାଙ୍କ ତାଲିକା ଲମ୍ବି ଚାଲିଛି। ଗତ ସପ୍ତାହରେ ଦିଲ୍ଲୀ ପୁଲିସ ସୁକେଶ ଚନ୍ଦ୍ରଶେଖର ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୨ ଜଣଙ୍କ  ବିରୋଧରେ ଚାର୍ଜସିଟ୍ ଫାଇଲ କରିଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos