ପ୍ରସବ ପରେ କୌଣସି ସମୟରେ ମହିଳା ନେଇ ପାରିବେ କରୋନା ଟିକା: ବିଶେଷଜ୍ଞ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର କହିଥିଲେ ସ୍ତନ୍ୟପାନ କରାଉଥିବା ମହିଳା ଟିକା ନେଇପାରିବେ। କିନ୍ତୁ ଜଣେ ପ୍ରସବ ପରେ ପରେ ଟିକା ନେଇପାରିବ କି ନାହିଁ ସେ ନେଇ ସ୍ପଷ୍ଟ କରି ନାହାନ୍ତି ସରକାର। ଏବେ ଏହାକୁ ନେଇ ଦୁଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି। ପ୍ରସବ ପରେ ଯେକୌଣସି ସମୟରେ ଟିକା ନେଲେ କୌଣସି ଅସୁବିଧା ନାହିଁ। ଏମିତିକି ଟିକା ନେବା ପରେ ସ୍ତନ୍ୟପାନ କରାଇପାରିବେ ବୋଲି ବିଶେଷଜ୍ଞ କହିଛନ୍ତି। ପ୍ରସବ ପରେ ମହିଳା ଜଣଙ୍କ […]

Vaccine

Subhransu Sekhar
  • Published: Sunday, 23 May 2021
  • , Updated: 23 May 2021, 07:52 PM IST

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର କହିଥିଲେ ସ୍ତନ୍ୟପାନ କରାଉଥିବା ମହିଳା ଟିକା ନେଇପାରିବେ। କିନ୍ତୁ ଜଣେ ପ୍ରସବ ପରେ ପରେ ଟିକା ନେଇପାରିବ କି ନାହିଁ ସେ ନେଇ ସ୍ପଷ୍ଟ କରି ନାହାନ୍ତି ସରକାର। ଏବେ ଏହାକୁ ନେଇ ଦୁଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି। ପ୍ରସବ ପରେ ଯେକୌଣସି ସମୟରେ ଟିକା ନେଲେ କୌଣସି ଅସୁବିଧା ନାହିଁ। ଏମିତିକି ଟିକା ନେବା ପରେ ସ୍ତନ୍ୟପାନ କରାଇପାରିବେ ବୋଲି ବିଶେଷଜ୍ଞ କହିଛନ୍ତି। ପ୍ରସବ ପରେ ମହିଳା ଜଣଙ୍କ ସୁରକ୍ଷିତ ରହିବା ନିହାତି ଦରକାର। ହେଲେ ଟିକା ନେବା ପରେ ଛୋଟ ଛୁଆକୁ ସ୍ତନ୍ୟପାନ କରାଇଲେ ଏହାର କୌଣସି ଖରାପ ପ୍ରଭାବ ଛୋଟ ଛୁଆ ଉପରେ ପଡ଼ିବ ନାହିଁ ବୋଲି ନୀତି ଆୟୋଗର ସଦସ୍ୟ ତଥା କେନ୍ଦ୍ର ସରକାରଙ୍କ କୋଭିଡ୍ ଟାସ୍କ ଫୋର୍ସର ମୁଖ୍ୟ ଡାକ୍ତର ଭି.କେ ପାଲ୍ ଏହା ସ୍ପଷ୍ଟ କରିଥିଲେ।

ଦିଲ୍ଲୀର ଜିଟିବି ହସ୍ପିଟାଲ ଏବଂ ବିଶ୍ୱବିଦ୍ୟାଳୟରେ ଥିବା ମେଡିକାଲ ସାଇନ୍ସ କଲେଜର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ଖାନ ଆମୀର ମାରୁଫ କହିଛନ୍ତି ଯେ ଟିକାକରଣ ପରେ ଛୁଆକୁ ସ୍ତନ୍ୟପାନ କରାଇବା ଦ୍ୱାରା ନବଜାତ ଶିଶୁର କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ।

ପ୍ରସବ ପରେ ଟିକାକରଣରେ ବିଳମ୍ବ କରିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ସ୍ତନ୍ୟପାନ କରାଉଥିବା ମା ଟିକାକରଣକୁ ଦୃଷ୍ଟିରେ ରଖି କୌଣସି ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ନାହିଁ। ସାଧାରଣ ଲୋକଙ୍କ ଭଳି ମାସ୍କ ସହିତ ଶାରୀରିକ ଦୂରତା ପ୍ରତି ଦୃଷ୍ଟି ଦିଆଯିବା ଦରକାର ବୋଲି ସେ କହିଛନ୍ତି।

ସେହିପରି ରୋଜୱାକ ହସ୍ପିଟାଲ୍ ଏବଂ ଆପୋଲୋ କ୍ରେଡଲ ରୟାଲର ବରିଷ୍ଠ ପରାମର୍ଶଦାତା ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଲାଭଲିନା ନାଦିର କହିଛନ୍ତି ଯେ ରୁତୁସ୍ରାବ ସମୟରେ ମଧ୍ୟ ଟିକାକରଣ କରାଯାଇପାରିବ। କରୋନାରେ ସଂକ୍ରମିତ ହେବାର ଅର୍ଥ ନୁହେଁ ପ୍ରସବ କେବଳ ଅପରେସନ ଜରିଆରେ ହିଁ ହେବ। କିନ୍ତୁ ସଂକ୍ରମିତ ହୋଇଥିବାରୁ ସେହି ମହିଳା ଅସୁସ୍ଥ ରହିବା ସ୍ୱାଭାବିକ। ତେଣୁ ସମୟ ପୂର୍ବରୁ ପ୍ରସବ ଅପରେସନ ଜରିଆରେ ହେବାର ସମ୍ଭାବନା ଅଧିକ ରହିଥାଏ। ଯଦି ଜଣେ ମହିଳା ସଂକ୍ରମିତ ହେବା ପରେ ଠିକ୍ ହୋଇଛନ୍ତି ତାହେଲେ ସଂକ୍ରମଣରୁ ଆରୋଗ୍ୟ ହେବାର ତିନି ମାସ ପରେ ଟିକା ନେଇପାରିବେ।

ସେହିପରି ଯଦି ଜଣେ ପ୍ରଥମ ଡୋଜ ନେବା ପରେ ଗର୍ଭବତୀ ହୋଇଥିବା ଜଣାପଡ଼େ ତେବେ ଗର୍ଭପାତ କରାଇବାର ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି, "ଗର୍ଭବତୀ ହେବା ଦ୍ୱାରା କୋଭିଡ ସଂକ୍ରମଣ ହେଉଛି ବୋଲି କୌଣସି ଆଶଙ୍କା ବଢାଏ ନାହିଁ। କିନ୍ତୁ ଗର୍ଭବତୀ ନଥିବା ମହିଳାଙ୍କ ଅପେକ୍ଷା ସଂକ୍ରମିତ ଗର୍ଭବତୀ ମହିଳାଙ୍କ ଚିକିତ୍ସା ଅଧିକ ଜଟିଳ ରହିବ। ବିଶେଷଜ୍ଞମାନେ ଗର୍ଭବତୀ ମହିଳାଙ୍କୁ ଟିକାକରଣ ଜରିଆରେ ସୁରକ୍ଷିତ ରଖିବା ନେଇ ପୂର୍ବରୁ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି।

Related story