ଚାଇନାକୁ ଭାରତ ଦେବ କଡ଼ା ଜବାବ! ଆସିଗଲା ଅଗ୍ନି-୫ ମିସାଇଲ୍‌

ନୂଆଦିଲ୍ଲୀ: ଚାଇନା ସହ ତିକ୍ତତା ଚାଲିଥିବା ବେଳେ ଭାରତକୁ ମିଳିଛି ବଡ଼ ଅସ୍ତ୍ର। ଅର୍ନ୍ତମହାଦେଶୀୟ ବା ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୫ର ଆଜି ରାତ୍ରିକାଳୀନ ସଫଳ ପରୀକ୍ଷଣ କରିଛି ଭାରତ। ଓଡ଼ିଶାର ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରେ ସନ୍ଧ୍ୟା ୭ଟା ୫୦ରେ ଏହି ସର୍ଫେସ୍-ଟୁ-ସର୍ଫେସ୍ ମିସାଇଲର ପରୀକ୍ଷଣ ହୋଇଛି। ଦୂରଗାମୀ ଅଗ୍ନି-୫ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟର ରହିଛି। ଏହାର ଅର୍ଥ ଉତକ୍ଷେପଣ ସ୍ଥଳରୁ ୫ ହଜାର କିଲୋମିଟର ଦୂରରେ ଥିବା ଶତ୍ରୁ […]

agni

agni

Hemant Lenka
  • Published: Wednesday, 27 October 2021
  • Updated: 27 October 2021, 09:46 PM IST

Sports

Latest News

ନୂଆଦିଲ୍ଲୀ: ଚାଇନା ସହ ତିକ୍ତତା ଚାଲିଥିବା ବେଳେ ଭାରତକୁ ମିଳିଛି ବଡ଼ ଅସ୍ତ୍ର। ଅର୍ନ୍ତମହାଦେଶୀୟ ବା ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୫ର ଆଜି ରାତ୍ରିକାଳୀନ ସଫଳ ପରୀକ୍ଷଣ କରିଛି ଭାରତ। ଓଡ଼ିଶାର ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରେ ସନ୍ଧ୍ୟା ୭ଟା ୫୦ରେ ଏହି ସର୍ଫେସ୍-ଟୁ-ସର୍ଫେସ୍ ମିସାଇଲର ପରୀକ୍ଷଣ ହୋଇଛି।

ଦୂରଗାମୀ ଅଗ୍ନି-୫ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟର ରହିଛି। ଏହାର ଅର୍ଥ ଉତକ୍ଷେପଣ ସ୍ଥଳରୁ ୫ ହଜାର କିଲୋମିଟର ଦୂରରେ ଥିବା ଶତ୍ରୁ ପକ୍ଷର ଯେକୌଣସି ଟାର୍ଗେଟକୁ ଏହା ନିର୍ଭୁଲ୍ ଭାବେ ଧ୍ୱଂସ କରିପାରିବ। ଏହି ବାଲାଷ୍ଟିକ ମିସାଇଲ୍‌ରେ ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଅଗ୍ନି-୫ ବାଲାଷ୍ଟିକ ମିସାଇଲ୍‌ରେ ୩ସ୍ତରୀୟ ସଲିଡ ଫ୍ୟୁଏଲ ଇଞ୍ଜିନର ବ୍ୟବସ୍ଥା ରହିଛି। ଏହା ଶତ୍ରୁ ପକ୍ଷରୁ ଖୋଜିଖୋଜି ଧ୍ୱଂସ କରିପାରିବ।

ଅଗ୍ନି -୫ ହେଉଛି ଭାରତର ପ୍ରଥମ ଓ ଏକମାତ୍ର ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଏହାକୁ ଡିଆରଡିଓ ପକ୍ଷରୁ ବିକଶିତ କରାଯାଇଛି। ଭାରତରେ ପାଖରେ ଥିବା ଅନ୍ୟ ଦୂରଗାମୀ କ୍ଷେପଣାସ୍ତ୍ର ମଧ୍ୟରୁ ଏହା ଅନ୍ୟତମ। ଅଗ୍ନି-୫ର ପରୀକ୍ଷଣ ଶେଷଥର ପାଇଁ ୨୦୧୮ ମସିହା ଡିସେମ୍ବର ୧୦ରେ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରକୁ ପୂର୍ବରୁ ଯେତେଥର ପରୀକ୍ଷା କରାଯାଇଛି, ସବୁଥିରେ ଏହାକୁ ସଫଳତା ମିଳିଛି। ଅଗ୍ନି -୫ ମିସାଇଲ ଏକାସାଙ୍ଗରେ ଏକାଧିକ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ।

ବିଶେଷଜ୍ଞଙ୍କ ଅନୁଯାୟୀ, ଅଗ୍ନି-୫ର ବିକାଶ ପାଇଁ ଆଧାର ହେଉଛି ଅଗ୍ନି-୩। ଯେଉଁଥିରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ମୋଟର ସମାନ। କିନ୍ତୁ ଅଗ୍ନି-୫ର ତୃତୀୟ ପର୍ଯ୍ୟାୟରେ ମୋଟରକୁ ବଦଳା ଯାଇଛି। ଫଳରେ ଏହା ଅନ୍ୟ କ୍ଷେପଣାସ୍ତ୍ରଠାରୁ ଭିନ୍ନ ହୋଇଛି। ଏହା ମୋବାଇଲ୍ ଲଞ୍ଚରରୁ ମଧ୍ୟ ଉତକ୍ଷେପଣ କରାଯାଇପାରିବ।

ଯାହା ତୁରନ୍ତ ଆକ୍ରମଣରେ ସହାୟକ ହେବ। ମିସାଇଲ୍‌ଟି ସଂପୂର୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଅଗ୍ନି-୫ ଲମ୍ବ ୧୭ ମିଟର, ମୋଟେଇ ୨ ମିଟର ଓ ଓଜନ ୫୦ ହଜାର କେଜି ରହିଛି। ସେକେଣ୍ଡ ପ୍ରତି ଏହାର ବେଗ ୪.୨ କିମି ଥିବା ବେଳେ ୧୨ ମିନିଟ୍‌ରେ ଏହା ଲକ୍ଷ୍ୟଭେଦ କରିପାରିବ। ତେଣୁ ମିସାଇଲଟି ଚାଇନା, ରୁଷ, ମସ୍କୋ, ଆଥେନ୍ସ, କାଇରା, ତେହେରାନ, ହଂକଂ, ବ୍ୟାଙ୍କକ, ଓ ଟୋକିଓ ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ ବୋଲି ଜଣେ ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି।

ଅଗ୍ନି ସିରିଜ୍ କ୍ଷେପଣାସ୍ତ୍ର ଡିଆରଡିଓ ୨୦୦୮ରୁ ବିକଶିତ କରିବା ଆରମ୍ଭ କରିଥିଲା। ୨୦୧୨ରେ ଅଗ୍ନି-୫ର ପ୍ରଥମ ପରୀକ୍ଷଣ ହୋଇଥିଲା। ଏହାପରେ ୨୦୧୩, ୨୦୧୫, ୨୦୧୬, ଓ ୨୦୧୮ରେ ହୋଇଥିବା ପରୀକ୍ଷଣରୁ ନୂଆ ନୂଆ ଶକ୍ତି ଉତ୍ପନ୍ନ କରିବାକୁ ସକ୍ଷମ ହୋଇଥିଲା। ଅଗ୍ନି-୫ର ରାତ୍ରିକାଳୀନ ପରୀକ୍ଷା ୨୦୨୦ରେ ହେବାର ଥିଲା। କିନ୍ତୁ କରୋନା ମହମାରୀ କାରଣୁ ଏଥିରେ ବିଳମ୍ବ ହୋଇଛି।

ଅଗ୍ନି-୫ ବ୍ୟତୀତ ଭାରତ ପାଖରେ ଏହି ସିରିଜ୍‌ର ଆଉ ୪ଟି ମିସାଇଲ ରହିଛି। ଅଗ୍ନି-୧ର ଲକ୍ଷ୍ୟଭେଦ କ୍ଷମତା ୭୦୦ କିମି, ଅଗ୍ନି-୨ର ୨ହଜାର କିମି, ଅଗ୍ନି-୩ର ୨୫ଶହ କିମି ଓ ଅଗ୍ନି-୪ର ଲକ୍ଷ୍ୟଭେଦ କ୍ଷମତା ୩୫ଶହ କିମି ରହିଛି। ଜୁନ୍‌ ମାସରେ ଭାରତ ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନି ପ୍ରାଇମ ବାଲାଷ୍ଟିକ ମିସାଇଲ ପରୀକ୍ଷଣ କରିଥିଲା। ଅଗ୍ନି ଶ୍ରେଣୀର ମିସାଇଲ ଠାରୁ ଏହା ଅଧିକ ଶକ୍ତିଶାଳୀ। ଓଡ଼ିଶା ଉପକୂରେ ହିଁ ଏହାର ପରୀକ୍ଷଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story