ପାକ୍‌ ବିଜୟକୁ ନେଇ ହ୍ୱାଟସଆପ ପୋଷ୍ଟ ମହଙ୍ଗା ପଡ଼ିଲା, ୩ କଶ୍ମୀର ଛାତ୍ର ସସପେଣ୍ଡ

ଶ୍ରୀନଗର: ଚଳିତ ବର୍ଷ ଟି-୨୦ ବିଶ୍ୱକପରେ ପାକିସ୍ତାନ ଚୀରପ୍ରତିନ୍ଦ୍ୱନ୍ଦ୍ୱୀ ଭାରତକୁ ପରାସ୍ତ କରିଛି। ପାକିସ୍ତାନର ଏହି ଐତିହାସିକ ବିଜୟକୁ ନେଇ ଭାରତର ଜମ୍ମୁ-କଶ୍ମୀରରେ କିଛି ଲୋକ ଉତ୍ସାହିତ ମଧ୍ୟ ହୋଇ ଉଠିଛନ୍ତି। ଏହିକ୍ରମରେ ପାକିସ୍ତାନ ଖେଳାଳିଙ୍କୁ ପ୍ରଶଂସା କରି ଜମ୍ମୁ-କଶ୍ମୀରର ୩ ଜଣ ଛାତ୍ର ହ୍ୱାଟସଆପରେ ଷ୍ଟାଟସ ଦେବା ସେମାନଙ୍କୁ ମହଙ୍ଗା ପଡ଼ିଛି। ନିଜର ହ୍ୱାଟସଆପ୍ ପୋଷ୍ଟିଂ ପାଇଁ ସେମାନଙ୍କୁ ଉତ୍ତର ପ୍ରଦେଶର ଆଗ୍ରା ସ୍ଥିତ ଗୋଟିଏ ଇଞ୍ଜିନିୟରିଂ କଲେଜ ନିଲମ୍ବିତ କରିଛି। ନିଲମ୍ବିତ ହୋଇଥିବା ୩ […]

Pakistan

Hemant Lenka
  • Published: Wednesday, 27 October 2021
  • , Updated: 27 October 2021, 03:09 PM IST

ଶ୍ରୀନଗର: ଚଳିତ ବର୍ଷ ଟି-୨୦ ବିଶ୍ୱକପରେ ପାକିସ୍ତାନ ଚୀରପ୍ରତିନ୍ଦ୍ୱନ୍ଦ୍ୱୀ ଭାରତକୁ ପରାସ୍ତ କରିଛି। ପାକିସ୍ତାନର ଏହି ଐତିହାସିକ ବିଜୟକୁ ନେଇ ଭାରତର ଜମ୍ମୁ-କଶ୍ମୀରରେ କିଛି ଲୋକ ଉତ୍ସାହିତ ମଧ୍ୟ ହୋଇ ଉଠିଛନ୍ତି। ଏହିକ୍ରମରେ ପାକିସ୍ତାନ ଖେଳାଳିଙ୍କୁ ପ୍ରଶଂସା କରି ଜମ୍ମୁ-କଶ୍ମୀରର ୩ ଜଣ ଛାତ୍ର ହ୍ୱାଟସଆପରେ ଷ୍ଟାଟସ ଦେବା ସେମାନଙ୍କୁ ମହଙ୍ଗା ପଡ଼ିଛି। ନିଜର ହ୍ୱାଟସଆପ୍ ପୋଷ୍ଟିଂ ପାଇଁ ସେମାନଙ୍କୁ ଉତ୍ତର ପ୍ରଦେଶର ଆଗ୍ରା ସ୍ଥିତ ଗୋଟିଏ ଇଞ୍ଜିନିୟରିଂ କଲେଜ ନିଲମ୍ବିତ କରିଛି।

ନିଲମ୍ବିତ ହୋଇଥିବା ୩ ଛାତ୍ର ହେଲେ ଅର୍ଶୀଦ ୟୁସୁଫ, ଇନୟାନ ଅଲତାଫ ଶେଖ ଓ ସୌକତ ଅହମଦ ଗାନାଇ। ଏମାନଙ୍କୁ ବିଚ୍‌ପୁରୀରେ ଥିବା ରାଜା ବଲୱନ୍ତ ସିଂହ ଇଞ୍ଜିନିୟରିଂ ଟେକ୍ନିକାଲ କ୍ୟାମ୍ପସରୁ ନିଲମ୍ବିତ କରାଯାଇଛି। ପାକିସ୍ତାନ ସପକ୍ଷରେ ପୋଷ୍ଟିଂ କରି ଛାତ୍ରମାନେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିଥିବା କଲେଜ ହଷ୍ଟେଲ ପକ୍ଷରୁ କୁହାଯାଇଛି। ଏଥିପାଇଁ ହଷ୍ଟେଲର ଶୃଙ୍ଖଳାଗତ କମିଟି ତତ୍କାଳ ଭାବେ ୩ ଜମ୍ମୁ-କଶ୍ମୀର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସ୍ଥାନୀୟ ବିଜେପି ନେତା ମଧ୍ୟ ଜଗଦୀଶପୁର ପୁଲିସ୍‌ ଷ୍ଟେସନରେ ୩ କଶ୍ମୀର ଛାତ୍ରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଆଗ୍ରା ଏସ୍‌ପି (ସିଟି) ବିକାଶ କୁମାର କହିଛନ୍ତି, “କଶ୍ମୀର ଛାତ୍ରଙ୍କ ଆଚରଣ ସମ୍ପର୍କରେ ପୁଲିସ୍‌ ଅଭିଯୋଗ ପାଇଛି। ଅଭିଯୋଗକୁ ଭିତ୍ତି କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ।”

ପୁଲିସ୍‌ରେ ଅଭିଯୋଗ ହେବା ପରେ କଲେଜ କର୍ତ୍ତୃପକ୍ଷ ସୋମବାର ୩ ଛାତ୍ରଙ୍କୁ ନିଲମ୍ବନ କରିଛନ୍ତି। କଲେଜ କର୍ତ୍ତୃପକ୍ଷ କହିଛନ୍ତି, “ଏହି ଛାତ୍ରମାନେ ପ୍ରଧାନମନ୍ତ୍ରୀ ସୁପର ସ୍ପେଶାଲ ସ୍କିମ ଅଧୀନରେ ପାଠପଢ଼ୁଥିଲେ। ଛାତ୍ରମାନଙ୍କ ଆଚରଣ ସମ୍ପର୍କରେ ଆମେ ପ୍ରଧାନମନ୍ତ୍ରୀ ଅଫିସ ଓ ଏଆଇସିଟିଇକୁ ମଧ୍ୟ ଅବଗତ କରାଇଛୁ। ତେବେ ନିଜର କାଣ୍ଡକାରନାମା ପାଇଁ ସେମାନେ କ୍ଷମା ମାଗି ସାରିଛନ୍ତି।”

ଅନ୍ୟପକ୍ଷରେ ପାକିସ୍ତାନ ବିଜୟରେ ଉତ୍ସବ ମନାଇଥିବା ଶ୍ରୀନଗର ମେଡିକାଲ କଲେଜର କିଛି ଛାତ୍ରଛାତ୍ରୀଙ୍କ ବିରୋଧରେ ୟୁଏପିଏ ଲାଗୁ କରାଯାଇଛି। ଗୋଟିଏ ଭିଡିଓରେ କିଛି ଛାତ୍ରୀ ପାକିସ୍ତାନର ବିଜୟ ପରେ ଖୁସିରେ ନାଚି ଉଠିବା ସହ ପାକ୍‌ ସପକ୍ଷରେ ନାରାବାଜୀ କରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଥମଥର ପାଇଁ ବିଶ୍ୱକପରେ ଭାରତକୁ ରବିବାର ପରାସ୍ତ କରିଥିଲା। ପାକିସ୍ତାନ ୧୦ ୱିକେଟ ବିଜୟ ହେବା ସହ ଭାରତର ବିଜୟ ଧାରାରେ ପୂର୍ଣ୍ଣଚ୍ଛେଦ ଟାଣିଥିଲା।

Related story