ସାଂଘାତିକ ହେଉଛି କରୋନା: ଏମ୍ସରେ କେବଳ ଜରୁରୀ ଅପରେସନକୁ ଅନୁମତି

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଏଥିପାଇଁ ଦିଲ୍ଲୀ ସ୍ଥିତ ଏମ୍ସ ତା’ର ଅପରେସନ୍‌ ରୁଲ୍‌ରେ ପରିବର୍ତ୍ତନ କରିଛି। ଶନିବାର ଠାରୁ କେବଳ ଜରୁରୀ ଥିବା ରୋଗ ପାଇଁ ଅପରେସନ୍‌ ଓଟିରେ କରାଯିବ। ଜରୁରୀ ନଥିବା ରୋଗ ପାଇଁ କୌଣସି ଅପରେସନ୍‌ ଏମ୍ସରେ କରାଯିବ ନାହିଁ। ଏନେଇ ଏମ୍ସ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସବୁ ବିଭାଗ ପାଇଁ ଏହି ନିୟମ ଲାଗୁ କରାଯିବ। Only urgent procedures or surgeries to […]

AIIMS

Hemant Lenka
  • Published: Thursday, 08 April 2021
  • , Updated: 08 April 2021, 09:33 PM IST

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଏଥିପାଇଁ ଦିଲ୍ଲୀ ସ୍ଥିତ ଏମ୍ସ ତା’ର ଅପରେସନ୍‌ ରୁଲ୍‌ରେ ପରିବର୍ତ୍ତନ କରିଛି। ଶନିବାର ଠାରୁ କେବଳ ଜରୁରୀ ଥିବା ରୋଗ ପାଇଁ ଅପରେସନ୍‌ ଓଟିରେ କରାଯିବ। ଜରୁରୀ ନଥିବା ରୋଗ ପାଇଁ କୌଣସି ଅପରେସନ୍‌ ଏମ୍ସରେ କରାଯିବ ନାହିଁ। ଏନେଇ ଏମ୍ସ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସବୁ ବିଭାଗ ପାଇଁ ଏହି ନିୟମ ଲାଗୁ କରାଯିବ।


ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ବର୍ତ୍ତମାନ ଦେଶରେ ସଂକ୍ରମଣ ବଢ଼ୁଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି କେବଳ ଜରୁରୀ ସ୍ଥିତିରେ ଏମ୍ସରେ ଅପରେସନ ପାଇଁ ଅନୁମତି ମିଳିବ। ଏହି ନିୟମ ଆସନ୍ତା ଶନିବାର ଠାରୁ ଲାଗୁ ହେବ।

କିଛି ଦିନ ହେଲା ଦେଶରେ କରୋନା ସଂକ୍ରମଣ ରେକର୍ଡ ପରେ ରେକର୍ଡ କରି ଚାଲିଛି। ସ୍ଥିତି ଏପରି ହୋଇଛି ଯେ ଦୈନିକ ସଂକ୍ରମଣ ୧.୨୭ ଲକ୍ଷ ଛୁଇଁଲାଣି। ସଂକ୍ରମଣକୁ ରୋକିବା ପାଇଁ ଏକାଧିକ କଟକଣା ଲାଗୁ କରାଯାଇଥିଲେ ହେଁ ସ୍ଥିତିରେ କୌଣସି ବି ସୁଧାର ଆସୁନାହିଁ।

Related story