ଭାରତୀୟ ବାୟୁ ସେନାରେ ସାମିଲ ହେଲା ସ୍ୱଦେଶୀ ‘ପ୍ରଚଣ୍ଡ’

ଜୟପୁର: ଭାରତୀୟ ବାୟୁ ସେନାରେ ଶକ୍ତି ବୃଦ୍ଧି ହୋଇଛି। ସ୍ୱଦେଶୀ ଜ୍ଞାନ କୌଶଳ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର (ଏଲସିଏଚ୍)କୁ ଆଜି ଭାରତୀୟ ବାୟୁ ସେନାରେ ସାମିଲ କରାଯାଇଛି। ଏହି ଲଢ଼ୁଆ ବିମାନର ନାଁ ରହିଛି ପ୍ରଚଣ୍ଡ। ଏହାକୁ ସେନା ପକ୍ଷରୁ ରାଜସ୍ଥାନର ଲଙ୍ଗେୱାଲାଠାରେ ମୁତୟନ କରାଯିବ। ରାଜସ୍ଥାନ ଜୋଧପୁରରେ ଏ ସ୍ୱତନ୍ତ୍ର କାର୍ଯ୍ୟକ୍ରରେ ପ୍ରତିମନ୍ତ୍ରୀ ରାଜନାଥ ସିଂହ ଏହାର ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନୂତନ ସିଡିଏସ ଜେନେରାଲ ଅନୀଲ ଚୌହାନ ଏବଂ ଭାରତୀୟ […]

light

light

Tapas Behera
  • Published: Monday, 03 October 2022
  • Updated: 03 October 2022, 01:33 PM IST

Sports

Latest News

ଜୟପୁର: ଭାରତୀୟ ବାୟୁ ସେନାରେ ଶକ୍ତି ବୃଦ୍ଧି ହୋଇଛି। ସ୍ୱଦେଶୀ ଜ୍ଞାନ କୌଶଳ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର (ଏଲସିଏଚ୍)କୁ ଆଜି ଭାରତୀୟ ବାୟୁ ସେନାରେ ସାମିଲ କରାଯାଇଛି। ଏହି ଲଢ଼ୁଆ ବିମାନର ନାଁ ରହିଛି ପ୍ରଚଣ୍ଡ। ଏହାକୁ ସେନା ପକ୍ଷରୁ ରାଜସ୍ଥାନର ଲଙ୍ଗେୱାଲାଠାରେ ମୁତୟନ କରାଯିବ। ରାଜସ୍ଥାନ ଜୋଧପୁରରେ ଏ ସ୍ୱତନ୍ତ୍ର କାର୍ଯ୍ୟକ୍ରରେ ପ୍ରତିମନ୍ତ୍ରୀ ରାଜନାଥ ସିଂହ ଏହାର ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନୂତନ ସିଡିଏସ ଜେନେରାଲ ଅନୀଲ ଚୌହାନ ଏବଂ ଭାରତୀୟ ବାୟୁ ସେନା ମୁଖ୍ୟ ମାର୍ଶାଲ ଭିଆର ଚୌଧୁରୀ ଉପସ୍ଥିତ ଥିଲେ। ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା କରାଯାଇଛି। ରାଜନାଥ କହିଛନ୍ତି ଯେ, ଦୀର୍ଘ ଦିନ ହେବ ଆକ୍ରଣାତ୍ମକ ହେଲି କପ୍ଟରରର ଆବଶ୍ୟକତା ଥିଲା। ବିଶେଷ କରି ୧୯୯୯ ପାକିସ୍ତାନ ବିପକ୍ଷ ଯୁଦ୍ଧରେ ଏହାର ଯଥେଷ୍ଟ  ଆବଶ୍ୟକ ଥିବା ଅନୁଭବ ହୋଇଥିଲା। ଯେଉଁ ଆବଶ୍ୟକ ଏବେ ପୂରଣ ହୋଇପାରିଛି।
https://twitter.com/rajnathsingh/status/1576572261574017025?s=20&t=c_kzklYq8CYKLAx_6eq33Q

ଏହି ଲଢ଼ୁଆ ବିମାନକୁ ନିର୍ମାଣ ପାଇଁ ଦୁଇ ଦଶନ୍ଧି ଲାଗିଥିଲା। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ତଥା ବାୟୁ ସେନା ପାଇଁ ଏହା ଏକ ମାଇଲଷ୍ଟୋନ୍‌ ବୋଲି ରାଜନାଥ କହିଛନ୍ତି। ଶତ୍ରୁକୁ ମାତ ଦେବାକୁ ଏହି  ଲଢ଼ୁଆ ବିମାନ ବେଶ ପରାକ୍ରମୀ। ଏହା ବିଭିନ୍ନ ପ୍ରକାର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ତୁରନ୍ତ ଏହି ବିମାନ ଡେଲିଭରି କରିପାରିବ।  ଭାରତୀୟ ବାୟୁ ସେନା ପାଇଁ ଆଜି ଦିନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।  ରାଜସ୍ଥାନର ଲଙ୍ଗେୱାଲାଠାରେ ହିଁ ଭାରତୀୟ ସେନା ୧୯୭୧ ଯୁଦ୍ଧରେ ପାକିସ୍ତାନୀ ସେନାକୁ ମୁହଁତୋଡ ଜବାବ ଦେଇଥିଲା ।

ଏହି ହାଲୁକା ଯୁଦ୍ଧ ହେଲିକପ୍ଟରକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ବିକଶିତ କରିଛି। ପାହାଡ଼ିଆ ଅଞ୍ଚଳରେ ମୁତୟନ ପାଇଁ ଏହି ହେଲିକପ୍ଟରକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।  ୫.୮ ଟନ୍‌ ଓଜନ ଦୁଇ ଇଞ୍ଜିନ ବିଶିଷ୍ଟ ଏହି ହେଲିକପ୍ଟର ପରୀକ୍ଷା ସଫଳ ହୋଇସାରିଛି। ଗତ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ସ୍ୱଦେଶୀ ନିର୍ମିତ ଲିମିଡେଟ୍ ସିରିଜ ପ୍ରଡକ୍ସନ(ଏଲଏସପି) ଏଲସିଏଚ୍ ବିକାଶ ପ୍ରକ୍ରିୟାକୁ ମଞ୍ଜୁର କରିଥିଲେ। ୩,୮୮୭ କୋଟି ଟଙ୍କା ବ୍ୟୟରେ ୧୫ଟି ଏଲସିଏଚ୍ କ୍ରୟ ପାଇଁ ମଞ୍ଜୁରୀ ମିଳିଥିବାବେଳେ ୧୦ଟି ବାୟୁସେନାକୁ ଓ ୫ଟି ସ୍ଥଳସେନାକୁ ମିଳିବା ଲାଗି ନିଷ୍ପତ୍ତି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos