ମୁଜାଫରନଗର ଯିବା ପୂର୍ବରୁ ଅଖିଲେଶଙ୍କୁ ଅଟକାଇ ଦେଲେ!

ନୂଆଦିଲ୍ଲୀ: ନିର୍ବାଚନୀ ପ୍ରଚାର ପାଇଁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଉତ୍ତର ପ୍ରଦେଶର ମୁଜାଫରନଗର ଯିବାକୁ ଚାହୁଁଥିଲେ। ହେଲେ ତାଙ୍କ ହେଲିକପ୍ଟରୁ ଦିଲ୍ଲୀରୁ ଉଡ଼ାଣ ପାଇଁ ଅନୁମତି ଦିଆଯାଇ ନଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କୁ ମୁଜାଫରନଗର ନ ଛାଡ଼ିବା ପଛରେ ବିଜେପିର ଷଡ଼ଯନ୍ତ୍ର ଥିବା ଅଭିଯୋଗ ମଧ୍ୟ ଅଖିଲେଶ ଅଭିଯୋଗ କରିଛନ୍ତି। ହେଲିକପ୍ଟର ସହ ଗୋଟିଏ ଫଟୋ ଟ୍ୱିଟ କରି ଅଖିଲେଶ ଯାଦବ କହିଛନ୍ତି, “ମୋ ହେଲିକପ୍ଟରକୁ ଦିଲ୍ଲୀରେ ଅଟକ ରଖାଯାଇଛି ଓ ଏହାକୁ […]

akhilsh

Hemant Lenka
  • Published: Friday, 28 January 2022
  • , Updated: 28 January 2022, 04:32 PM IST

ନୂଆଦିଲ୍ଲୀ: ନିର୍ବାଚନୀ ପ୍ରଚାର ପାଇଁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଉତ୍ତର ପ୍ରଦେଶର ମୁଜାଫରନଗର ଯିବାକୁ ଚାହୁଁଥିଲେ। ହେଲେ ତାଙ୍କ ହେଲିକପ୍ଟରୁ ଦିଲ୍ଲୀରୁ ଉଡ଼ାଣ ପାଇଁ ଅନୁମତି ଦିଆଯାଇ ନଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କୁ ମୁଜାଫରନଗର ନ ଛାଡ଼ିବା ପଛରେ ବିଜେପିର ଷଡ଼ଯନ୍ତ୍ର ଥିବା ଅଭିଯୋଗ ମଧ୍ୟ ଅଖିଲେଶ ଅଭିଯୋଗ କରିଛନ୍ତି।

ହେଲିକପ୍ଟର ସହ ଗୋଟିଏ ଫଟୋ ଟ୍ୱିଟ କରି ଅଖିଲେଶ ଯାଦବ କହିଛନ୍ତି, “ମୋ ହେଲିକପ୍ଟରକୁ ଦିଲ୍ଲୀରେ ଅଟକ ରଖାଯାଇଛି ଓ ଏହାକୁ ମୁଜାଫରନଗର ଉଡ଼ାଣ ପାଇଁ ଛଡ଼ା ଯାଉନି। ହେଲିକପ୍ଟରକୁ ବିନା କାରଣରେ ଅଟକ ରଖାଯାଇଛି। ଏଠାରୁ ବିଜେପିର ଜଣେ ବରିଷ୍ଠ ନେତା ଉଡ଼ାଣ ଭରିଛନ୍ତି। ହେଲେ ମୋତେ ରୋକା ଯାଉଛି। ନିର୍ବାଚନରେ ହାରିବାକୁ ଯାଉଥିବା ହତାଶ ବିଜେପିର ଏହା ଏକ ଷଡ଼ଯନ୍ତ୍ର। ଲୋକମାନେ ସବୁ ବୁଝୁଛନ୍ତି।”


ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲୁଥିବା ବେଳେ ଏପରି ଅଭିଯୋଗ ଅଖିଲେଶ ଆଣିଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ଅଖିଲେଶ ମୈନପୁର ଜିଲ୍ଲା କରହାଲ ଆସନରୁ ପ୍ରାର୍ଥୀ ହେବେ। ଏଠାରେ ଫେବୃଆରୀ ୨୦ରେ ଭୋଟିଂ ହେବ।

Related story