ପରିବାରର ଗଡ଼ ଭାବେ ପରିଚିତ ଆସନରୁ ପ୍ରଥମଥର ନିର୍ବାଚନ ଲଢ଼ିବେ ଅଖିଲେଶ!

ଲକ୍ଷ୍ନୌ: ପ୍ରଥମଥର ପାଇଁ ୨୦୨୨ରେ ବିଧାନସଭା ନିର୍ବାଚନ ଲଢ଼ିବେ ସମାଜବାଦୀ ପାର୍ଟିର ସୁପ୍ରିମୋ ଅଖିଲେଶ ଯାଦବ। ବର୍ତ୍ତମାନ ସେ ଆଜମଗଡ଼ର ସାଂସଦ ରହିଛନ୍ତି। ହେଲେ ଆସନ୍ତାମାସରୁ ଆରମ୍ଭ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଅଖିଲେଶ ଲଢ଼ନ୍ତୁ ବୋଲି ଦଳୀୟ ନେତାମାନେ ପରାମର୍ଶ ଦେଇଥିଲେ। ଏହାକୁ ସମ୍ମାନ ଜଣାଇ ଅଖିଲେଶ ନିର୍ବାଚନ ଲଢ଼ିବାକୁ ରାଜି ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଅଖିଲେଶ ଯାଦବ ତାଙ୍କ ପରିବାରର ଗଡ଼ କୁହାଯାଉଥିବା ମୈନପୁରର ଅନ୍ତର୍ଗତ କରହାଲ ନିର୍ବାଚନୀ ମଣ୍ଡଳୀରୁ […]

akhilseh

akhilseh

Hemant Lenka
  • Published: Thursday, 20 January 2022
  • Updated: 20 January 2022, 05:41 PM IST

Sports

Latest News

ଲକ୍ଷ୍ନୌ: ପ୍ରଥମଥର ପାଇଁ ୨୦୨୨ରେ ବିଧାନସଭା ନିର୍ବାଚନ ଲଢ଼ିବେ ସମାଜବାଦୀ ପାର୍ଟିର ସୁପ୍ରିମୋ ଅଖିଲେଶ ଯାଦବ। ବର୍ତ୍ତମାନ ସେ ଆଜମଗଡ଼ର ସାଂସଦ ରହିଛନ୍ତି। ହେଲେ ଆସନ୍ତାମାସରୁ ଆରମ୍ଭ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଅଖିଲେଶ ଲଢ଼ନ୍ତୁ ବୋଲି ଦଳୀୟ ନେତାମାନେ ପରାମର୍ଶ ଦେଇଥିଲେ। ଏହାକୁ ସମ୍ମାନ ଜଣାଇ ଅଖିଲେଶ ନିର୍ବାଚନ ଲଢ଼ିବାକୁ ରାଜି ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଖିଲେଶ ଯାଦବ ତାଙ୍କ ପରିବାରର ଗଡ଼ କୁହାଯାଉଥିବା ମୈନପୁରର ଅନ୍ତର୍ଗତ କରହାଲ ନିର୍ବାଚନୀ ମଣ୍ଡଳୀରୁ ପ୍ରାର୍ଥୀ ହେବ। ଦଳୀୟ ସ୍ତରରେ ଏପରି ନିଷ୍ପତ୍ତି ହୋଇ ସାରିଛି। କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି। ମୈନପୁରରୁ ଏବେ ଅଖିଲେଶଙ୍କ ବାପା ମୁଲାୟନ ସିଂହ ଯାଦବ ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି।

ମୈନପୁର କେବେ ହେଲେ ସପା କିମ୍ବା ମୁଲାୟମଙ୍କ ପରିବାର ସଦସ୍ୟଙ୍କୁ ନିରାଶ କରିନି। ଏହା ମୁଲାୟମଙ୍କ ପରିବାର ବର୍ଗଙ୍କ ଗଡ଼ ଭାବେ ପରିଚିତ। ତେଣୁ ଅଖିଲେଶ ନିଜ ପରିବାରର ଗଡ଼ରେ ହିଁ ପ୍ରାର୍ଥୀ ହୋଇ ବିଧାନସଭାକୁ ଯିବାକୁ ଲକ୍ଷ୍ୟ ରଖିଛନ୍ତି।

୧୯୯୩ରୁ କରହାଲ ସମାଜବାଦୀ ପାର୍ଟିର ପ୍ରାର୍ଥୀଙ୍କୁ ଜିତାଇ ଆସିଛି। କେବଳ ୨୦୦୨ରୁ ୨୦୦୭ ମଧ୍ୟରେ ଏଥିରେ ବ୍ୟତିକ୍ରମ ଦେଖାଯାଇଥିଲା। ଏହି ସମୟରେ ବିଜେପି ପ୍ରାର୍ଥୀ ଏଠାରେ ଜିତିଥିଲେ। ହେଲେ ୨୦୦୭ଠାରୁ ଏଯାଏ ସପା ପ୍ରାର୍ଥୀ ହିଁ ଏଠାକୁ ବିଧାୟକ ହୋଇ ଆସୁଛନ୍ତି।

ଆଜି ଯାଏ ଅଖିଲେଶ କେବେ ହେଲେ ବିଧାନସଭା ନିର୍ବାଚନ ଲଢ଼ି ନାହାନ୍ତି। ସେ ବିଧାନ ପରିଷଦକୁ ନିର୍ବାଚିତ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତେଣୁ ସେ ଏଥର ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବେ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏଥର ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ। ବିଜେପି ତାଙ୍କୁ ଗୋରଖପୁର ଆସନରୁ ପ୍ରାର୍ଥୀ କରିଛି। ଯୋଗୀ ପ୍ରାର୍ଥୀ ହେଇଥିବାରୁ ସମାଜବାଦୀ ପାର୍ଟିର ନେତାମାନେ ମଧ୍ୟ ଅଖିଲେଶ ନିର୍ବାଚନ ଲଢ଼ନ୍ତୁ ବୋଲି ଦାବି କରିଥିଲେ।

ସୂଚନାଯୋଗ୍ୟ, ୨୦୧୨ରେ ସମାଜବାଦୀ ପାର୍ଟି ଉତ୍ତର ପ୍ରଦେଶରେ ସରକାର ଗଠନ କରିଥିଲା। ଏହି ସମୟରେ ଅଖିଲେଶ କନ୍ନୌଜରୁ ଲୋକସଭା ସାଂସଦ ଥିଲେ। ହେଲେ ସେ ସାଂସଦ ପଦ ଛାଡ଼ି ଉତ୍ତର ପ୍ରଦେଶ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ। ଏଥିସହ ମାତ୍ର ୩୮ ବର୍ଷ ବୟସରେ ଦେଶର ସବୁଠାରୁ କନିଷ୍ଠ ରାଜନେତା ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ତାଙ୍କ ପତ୍ନୀ ଡିମ୍ପଲ ଯାଦବ କନ୍ନୌଜରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story