୪ ସପ୍ତାହ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍‌ ଦେବାକୁ କୋର୍ଟଙ୍କ ପରାମର୍ଶ

ଥିରୁଅନନ୍ତପୁରମ: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଆଜି କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି। ୧୨ ସପ୍ତାହ ବଦଳରେ ୪ ସପ୍ତାହର ଗ୍ୟାପ୍‌ ପରେ କରୋନା ଟିକା କୋଭିସିଲ୍ଡର ଦ୍ୱିତୀୟ ଡୋଜ୍‌ ଲୋକଙ୍କୁ ଦିଆଯାଉ ବୋଲି କହିଛନ୍ତି। ଏଥିସହ କୋ-ୱିନ୍‌ ଆପ୍‌ରେ ଏଥିପାଇଁ ଆବଶ୍ୟକ ପରିବର୍ତ୍ତନ କରାଯାଉ। ଯେଉଁମାନେ ଚାହୁଁଛନ୍ତି, ସେମାନଙ୍କୁ ଶୀଘ୍ର ଟିକା ଦିଆଯାଉ ବୋଲି କୋର୍ଟ କହିଛନ୍ତି। କେରଳ ହାଇକୋର୍ଟ ବିଚାରପତି ଜଷ୍ଟିସ ପିବି ସୁରେଶ କହିଛନ୍ତି, ଯଦି […]

Covid

Hemant Lenka
  • Published: Monday, 06 September 2021
  • , Updated: 06 September 2021, 08:10 PM IST

ଥିରୁଅନନ୍ତପୁରମ: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଆଜି କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି। ୧୨ ସପ୍ତାହ ବଦଳରେ ୪ ସପ୍ତାହର ଗ୍ୟାପ୍‌ ପରେ କରୋନା ଟିକା କୋଭିସିଲ୍ଡର ଦ୍ୱିତୀୟ ଡୋଜ୍‌ ଲୋକଙ୍କୁ ଦିଆଯାଉ ବୋଲି କହିଛନ୍ତି। ଏଥିସହ କୋ-ୱିନ୍‌ ଆପ୍‌ରେ ଏଥିପାଇଁ ଆବଶ୍ୟକ ପରିବର୍ତ୍ତନ କରାଯାଉ। ଯେଉଁମାନେ ଚାହୁଁଛନ୍ତି, ସେମାନଙ୍କୁ ଶୀଘ୍ର ଟିକା ଦିଆଯାଉ ବୋଲି କୋର୍ଟ କହିଛନ୍ତି।

କେରଳ ହାଇକୋର୍ଟ ବିଚାରପତି ଜଷ୍ଟିସ ପିବି ସୁରେଶ କହିଛନ୍ତି, ଯଦି କେନ୍ଦ୍ର ଓ ରାଜ୍ୟ ସରକାର ବିଦେଶ ଯାଉଥିବା ଲୋକମାନଙ୍କୁ କରୋନା ସଂକ୍ରମଣରୁ ଶୀଘ୍ର ଓ ଉତ୍ତର ସୁରକ୍ଷା ଦେବାକୁ ଅନୁମତି ଦେଉଛନ୍ତି, ତା’ହେଲେ ସମାନ ସୁଯୋଗ ଏଠାରେ ରହୁଥିବା ଲୋକଙ୍କୁ କାହିଁକି ମିଳିବନି? ଯେଉଁମାନେ ଶୀଘ୍ର ଟିକା ନେବାକୁ ଚାହୁଁଛନ୍ତି, ସେମାନଙ୍କୁ ଅନୁମତି ମିଳିବା ଦରକାର। ଏହା ଉପରେ କେନ୍ଦ୍ର ସରକାର ବିଚାର କରିବା ଦରକାର ବୋଲି ବିଚାରପତି କହିଛନ୍ତି।

Related story