ଲେଡି ସୁପରକପ୍‌ଙ୍କ ବିରୋଧରେ କ୍ୟାମ୍ପେନିଂ କଲେ ଅମିତ୍‌ ଶାହ  

ଇମ୍ଫାଲ: ନିଶା ମାଫିଆଙ୍କୁ ଦମନ କରି ଚର୍ଚ୍ଚାକୁ ଆସିଥିବା ମଣିପୁରର ଜଣେ ଲେଡି ପୁଲିସ ଅଫିସର ଚଳିତ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ମଣିପୁର ବିଧାନସଭା ନିର୍ବାଚନ ପାଇଁ ସେ ବିଜେପି ପ୍ରାର୍ଥୀ ବିରୋଧରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ମଣିପୁରରେ ସୁପରକପ୍ ଭାବେ ପରିଚିତ ଏହି ଲେଡି  ଅଫିସର ଚାକିରି ଛାଡ଼ି ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ପୂର୍ବ ଇମ୍ପାଲର ୟସ୍‌କୁଲ ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ଏହି ପୂର୍ବତନ ଅଫିସରଙ୍କ ବିରୋଧରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ […]

bjp

Tapas Behera
  • Published: Saturday, 26 February 2022
  • , Updated: 26 February 2022, 05:50 PM IST

ଇମ୍ଫାଲ: ନିଶା ମାଫିଆଙ୍କୁ ଦମନ କରି ଚର୍ଚ୍ଚାକୁ ଆସିଥିବା ମଣିପୁରର ଜଣେ ଲେଡି ପୁଲିସ ଅଫିସର ଚଳିତ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ମଣିପୁର ବିଧାନସଭା ନିର୍ବାଚନ ପାଇଁ ସେ ବିଜେପି ପ୍ରାର୍ଥୀ ବିରୋଧରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ମଣିପୁରରେ ସୁପରକପ୍ ଭାବେ ପରିଚିତ ଏହି ଲେଡି  ଅଫିସର ଚାକିରି ଛାଡ଼ି ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ପୂର୍ବ ଇମ୍ପାଲର ୟସ୍‌କୁଲ ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ଏହି ପୂର୍ବତନ ଅଫିସରଙ୍କ ବିରୋଧରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି କ୍ୟାମ୍ପେନିଂ କରିଥିଲେ । ଆଜି ଘରକୁ ଘର ବୁଲି ଅମିତ୍‌ ଶାହ ବିଜେପି ପ୍ରାର୍ଥୀ ସପକ୍ଷରେ ଭୋଟ୍‌ ମାଗିଥିଲେ। ନିର୍ବାଚନରେ ଲଢ଼ୁଥିବା ଏହି ପୁଲିସ ଅଫିସର ଜଣକ ହେଉଛନ୍ତି  ବ୍ରିନ୍ଦା ଥୌନାଜାମ୍‌। ମଣିପୁରରେ ଡ୍ରଗସ୍‌ ମାଫିଆଙ୍କ ବିରୋଧରେ ସେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ଭଲ ଅଧିକାରୀ ଭାବେ ପରିଚୟ ଲାଭ କରିଛନ୍ତି।

ବର୍ତ୍ତମାନର ମଣିପୁର ବିଜେପି ପକ୍ଷରୁ ମନ୍ତ୍ରୀ ଥିବା  ତୋକଚମ୍‌ ସତ୍ୟବ୍ରତ ସିଂଙ୍କ ବିପକ୍ଷରେ ଜେଡି(ୟୁ) ଟିକେଟରେ ସେ ଛଡ଼ା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ବିରେନ୍ ସିଂଙ୍କ ସରକାରଙ୍କ ସହ ମତଭେଦ ହେବା ପରେ ସେ ଚାକିରି ଛାଡ଼ିଥିଲେ। ରାଜ୍ୟରେ ଡ୍ରଗସ୍‌ ମାଫିଆମାନଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା କରୁଥିବା ସେ  ଅଭିଯୋଗ ଆଣିଥିଲେ।  ୪୩ ବର୍ଷୀୟ ବ୍ରିନ୍ଦା ଜଣେ ଯୁବ ଅଫିସର ହୋଇଥିବା ବେଳେ ଅନେକ ହାଇପ୍ରୋଫାଇଲ କେସ୍‌କୁ ମୁକାବିଲା କରି ଜନପ୍ରିୟ ହୋଇପାରିଛନ୍ତି। ୨୦୧୮ରେ ସେ ୨୭ କୋଟି ଟଙ୍କାର ଡ୍ରଗସ୍‌ ଜବତ କରିବା ତାଙ୍କ କ୍ୟାରିଅର ଏକ ବିରାଟ ସଫଳତା ଥିଲା।

ମଣିପୁର ପୁଲିସ ପକ୍ଷରୁ ସେ ନିଶା ବିରୋଧୀ ୟୁନିଟିରେ ଡେପୁଟି ମୁଖ୍ୟ ଭାବେ଼ ନେତୃତ୍ୱ ନେଇଥିଲେ। ସେହି ବର୍ଷ ବିରେନ ସିଂଙ୍କ ସରକାର ତାଙ୍କୁ ଗ୍ୟାଲେଣ୍ଟ୍ରି ସମ୍ମାନରେ ସମ୍ମାନିତ କରିଥିଲେ। କିନ୍ତୁ ୨୦୨୦ରେ ମୁଖ୍ୟମନ୍ତ୍ରୀ ବିରେନଙ୍କ ସହ ମତାନ୍ତର ହେବାପରେ ସେ ଅସନ୍ତୋଷ ପ୍ରକାଶ କରି ଉକ୍ତ ପୁରସ୍କାରକୁ ଫେରାଇ ଦେଇଥିଲେ। ଡ୍ରଗ୍‌ କେସ୍‌ରେ ମୁଖ୍ୟ ଅଭିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ଯୋଗାଉ ଥିବା ସେ ଅଭିଯୋଗ ଆଣିଥିଲେ। ବ୍ରିନ୍ଦାଙ୍କର ପ୍ରବଳ ଲୋକପ୍ରିୟତା ଥିବାରୁ ତାଙ୍କ ବିରୋଧରେ ପ୍ରଚାର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ପଞ୍ଚିଥିଲେ। ତଥାପି ସେ ଭୟଭୀତ ନୁହନ୍ତି ବୋଲି କହିଛନ୍ତି ।  ୩୬ ଆସନ ବିଶିଷ୍ଟ ମଣିପୁରରେ ଆସନ୍ତା ଫେବୃଆରୀ ୨୮ରେ ଭୋଟ୍‌ ଅଛି।  ମାର୍ଚ୍ଚ ୧୦ରେ ଗଣତି ରହିଛି।

Related story