ଆନ୍ଧ୍ରରେ କାଲି ହେବ ପଞ୍ଚାୟତ ନିର୍ବାଚନ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଅମରାବତୀ: ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଜଗନ ମୋହନ ରେଡ୍ଡୀ ସରକାରଙ୍କ ବଡ଼ ବିଜୟ ହୋଇଛି। ପୂରା ରାଜ୍ୟ ସହ ଓଡ଼ିଶାର କୋଟିଆରେ ଜଗନ ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ, ତା’କୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଆଗକୁ ବଢ଼ାଇବାକୁ ଅନୁମତି ଦେଇଛନ୍ତି। ଗତକାଲି ହାଇକୋର୍ଟର ଜଣିକିଆ ବେଞ୍ଚ ପଞ୍ଚାୟତ ନିର୍ବାଚନ ଉପରେ ରୋକ ଲଗାଇଥିଲେ। ହେଲେ ଆଜି ଡିଭିଜନ ବେଞ୍ଚ ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରି ପଞ୍ଚାୟତ ନିର୍ବାଚନ କରିବାକୁ ଅନୁମତି ଦେଇଛନ୍ତି। […]

ap

ap

Hemant Lenka
  • Published: Wednesday, 07 April 2021
  • Updated: 07 April 2021, 06:56 PM IST

Sports

Latest News

ଅମରାବତୀ: ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଜଗନ ମୋହନ ରେଡ୍ଡୀ ସରକାରଙ୍କ ବଡ଼ ବିଜୟ ହୋଇଛି। ପୂରା ରାଜ୍ୟ ସହ ଓଡ଼ିଶାର କୋଟିଆରେ ଜଗନ ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ, ତା’କୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଆଗକୁ ବଢ଼ାଇବାକୁ ଅନୁମତି ଦେଇଛନ୍ତି।

ଗତକାଲି ହାଇକୋର୍ଟର ଜଣିକିଆ ବେଞ୍ଚ ପଞ୍ଚାୟତ ନିର୍ବାଚନ ଉପରେ ରୋକ ଲଗାଇଥିଲେ। ହେଲେ ଆଜି ଡିଭିଜନ ବେଞ୍ଚ ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରି ପଞ୍ଚାୟତ ନିର୍ବାଚନ କରିବାକୁ ଅନୁମତି ଦେଇଛନ୍ତି। ଏହାର ଅର୍ଥ ଆସନ୍ତାକାଲି ପୂରା ରାଜ୍ୟରେ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ପାଇଁ ଭୋଟିଂ ହେବ।

ଓଡ଼ିଶାର କୋଟିଆରେ ମଧ୍ୟ ଭୋଟ ପଡ଼ିବା ପାଇଁ ହାଇକୋର୍ଟଙ୍କ ରାୟ ପରେ ବାଟ ଫିଟିଛି। ତେବେ ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ କରିବାକୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ୮ ତାରିଖରେ ଭୋଟ ହେବ। କିନ୍ତୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଭୋଟ ଗଣତି କିମ୍ବା ରେଜଲ୍ଟ ପ୍ରକାଶ ପାଇପାରିବ ନାହିଁ।

ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରିବାକୁ ଗତ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୮ ତାରିଖରେ ଭୋଟିଂ ଓ ୧୦ ତାରିଖରେ ଫଳାଫଳ ପ୍ରକାଶ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ନିଲମ ଶହନେୟ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଏତେ ତରବରିଆ ଓ ଖୁବକମ ଦିନରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ବିରୋଧୀ ଟିଡିପି, ବିଜେପି ଓ ଜନସେନା ପାର୍ଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସେମାନେ ନିଜ ଆବେଦନରେ ଦର୍ଶାଇଥିଲେ ଯେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ, ଯେକୌଣସି ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବାର ଅତି କମ୍‌ରେ ୪ ସପ୍ତାହ ପରେ ଭୋଟିଂ ହେବାକଥା। ହେଲେ ନିର୍ବାଚନ ଅଧିକାରୀ ନିଲମ ଦାୟିତ୍ୱ ନେବାର ମାତ୍ର କିଛି ଦିନ ମଧ୍ୟରେ ତରବରିଆ ଭାବେ ବିଜ୍ଞପ୍ତି ପ୍ରକାଶ କରି ୮ ଦିନରେ ଭୋଟିଂ କରିବାକୁ କହିଥିଲେ।

ଏହି ଆବେଦନକୁ ବିଚାର କରି ଜଷ୍ଟିସ ଦୁର୍ଗା ପ୍ରସାଦ ରାଓ ଗତକାଲି ନିର୍ବାଚନ ଉପରେ ରୋକ ଲଗାଇଥିଲେ। ଏଥିସହ ୧୫ ତାରିଖ ସୁଦ୍ଧା ଘଟଣାର ବିସ୍ତୃତ ରିପୋର୍ଟ ଦେବାକୁ କହିଥିଲେ। ହେଲେ ନିର୍ବାଚନ ଅଧିକାରୀ ଓ ସରକାର ଏହି ରାୟ ବିରୋଧରେ ଡିଭିଜନ ବେଞ୍ଚରେ ଆବେଦନ କରିଥିଲେ। ଡିଭିଜନ ବେଞ୍ଚରେ ଥିବା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅରୂପ କୁମାର ଗୋସ୍ୱାମୀ ଓ ଜଷ୍ଟିସ ସି ପ୍ରବୀଣ କୁମାର ଆଜି ଜଣିକିଆ ବେଞ୍ଚଙ୍କ ଆଦେଶକୁ ଖାରଜ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story