୨୦ ତାରିଖ ଯାଏ ବଢ଼ିଲା କର୍ଫ୍ୟୁ, ସକାଳ ୬ରୁ ଦିନ ୨ ଯାଏ କୋହଳ

ହାଇଦ୍ରାବାଦ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲାଗୁ ହୋଇଥିବା କର୍ଫ୍ୟୁକୁ ଜୁନ୍‌ ୨୦ ଯାଏ ବୃଦ୍ଧି କରିଛନ୍ତି ଆନ୍ଧ୍ର ପ୍ରଦେଶ ସରକାର। କର୍ଫ୍ୟୁ ବୃଦ୍ଧି କରାଯାଇଥିଲେ ହେଁ ସରକାର ଲୋକଙ୍କ ପାଇଁ ନିୟମରେ କିଛିଟା କୋହଳ କରିଛନ୍ତି। ପୂର୍ବରୁ ରାଜ୍ୟରେ ସକାଳ ୬ରୁ ଦିନ ୧୨ଟା ଯାଏ କର୍ଫ୍ୟୁ କୋହଳ କରାଯାଉଥିଲା। ଏବେ ଏହା ସକାଳ ୬ଟାରୁ ଦିନ ୨ଟା ଯାଏ ଲାଗୁ ହେବ। ସରକାରୀ ଅଫିସ ମଧ୍ୟ ସକାଳ ୮ଟାରୁ ଦିନ ୨ଟା […]

LockDown

Hemant Lenka
  • Published: Monday, 07 June 2021
  • , Updated: 07 June 2021, 04:18 PM IST

ହାଇଦ୍ରାବାଦ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲାଗୁ ହୋଇଥିବା କର୍ଫ୍ୟୁକୁ ଜୁନ୍‌ ୨୦ ଯାଏ ବୃଦ୍ଧି କରିଛନ୍ତି ଆନ୍ଧ୍ର ପ୍ରଦେଶ ସରକାର। କର୍ଫ୍ୟୁ ବୃଦ୍ଧି କରାଯାଇଥିଲେ ହେଁ ସରକାର ଲୋକଙ୍କ ପାଇଁ ନିୟମରେ କିଛିଟା କୋହଳ କରିଛନ୍ତି।

ପୂର୍ବରୁ ରାଜ୍ୟରେ ସକାଳ ୬ରୁ ଦିନ ୧୨ଟା ଯାଏ କର୍ଫ୍ୟୁ କୋହଳ କରାଯାଉଥିଲା। ଏବେ ଏହା ସକାଳ ୬ଟାରୁ ଦିନ ୨ଟା ଯାଏ ଲାଗୁ ହେବ। ସରକାରୀ ଅଫିସ ମଧ୍ୟ ସକାଳ ୮ଟାରୁ ଦିନ ୨ଟା ଯାଏ ଚାଲିବ। ରାଜ୍ୟ ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ୍ ୧୦ ଯାଏ କର୍ଫ୍ୟୁ ବୃଦ୍ଧି କରିଥିଲେ। ହେଲେ ଆଜି ଏହାକୁ ପୁଣି ୨୦ ତାରିଖ ଯାଏ ବୃଦ୍ଧି କରାଯାଇଛି।

କର୍ଫ୍ୟୁ ଲାଗିଥିବାରୁ ଦିନ ୨ଟା ପରେ ଘରୁ କେହି ବି ବାହାରି ପାରିବେ ନାହିଁ। କେବଳ ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ନିଜର ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ।

ସୂଚନାଯୋଗ୍ୟ, ରାଜ୍ୟରେ ମେ’ ୫ରେ ପ୍ରଥମେ ଲକଡାଉନ ଲାଗୁ କରାଯାଇଥିଲା। ଏହା ପ୍ରଥମେ ୩୧ ଓ ପରେ ଜୁନ୍ ୧୦ ଯାଏ ବୃଦ୍ଧି କରାଯାଇଥିଲା।

Related story