ରିସ୍ପେସନିଷ୍ଟ ଅଙ୍କିତା ହତ୍ୟାକାଣ୍ଡ, ଅଭିଯୁକ୍ତର ବାପା ବିଜେପିରୁ ନିଲମ୍ବିତ

ଡେରାଡୁନ: ଉତ୍ତରାଖଣ୍ଡରେ ଜଣେ ୧୯ ବର୍ଷୀୟ ରିସ୍ପେସନିଷ୍ଟ ଅଙ୍କିତା ହତ୍ୟାକାଣ୍ଡକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ବାପା ବିନୋଦ ଆର୍ଯ୍ୟ ଏବଂ ତାଙ୍କ ଭାଇ ଅଙ୍କିତ ଆର୍ଯ୍ୟଙ୍କୁ ବିଜେପି ଦଳରୁ ନିଲମ୍ବିତ କରିଛି। ଉଭୟ ବିନୋଦ ଏବଂ ଅଙ୍କିତ ହେଉଛନ୍ତି  ଉତ୍ତରାଖଣ୍ଡ ବିଜେପିର ପ୍ରଭାବଶାଳି ନେତା। ସେହିପରି ଅଙ୍କିତ ଆର୍ଯ୍ୟଙ୍କୁ ଉତ୍ତରାଖଣ୍ଡ ପଛୁଆ ବର୍ଗ ଡେପୁଟି ଚେୟାରମ୍ୟାନ୍ ପଦରୁ ଅପସାରଣ କରାଯାଛି।  ଅଙ୍କିତା ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ […]

yio

yio

Tapas Behera
  • Published: Saturday, 24 September 2022
  • Updated: 24 September 2022, 02:32 PM IST

Sports

Latest News

ଡେରାଡୁନ: ଉତ୍ତରାଖଣ୍ଡରେ ଜଣେ ୧୯ ବର୍ଷୀୟ ରିସ୍ପେସନିଷ୍ଟ ଅଙ୍କିତା ହତ୍ୟାକାଣ୍ଡକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ବାପା ବିନୋଦ ଆର୍ଯ୍ୟ ଏବଂ ତାଙ୍କ ଭାଇ ଅଙ୍କିତ ଆର୍ଯ୍ୟଙ୍କୁ ବିଜେପି ଦଳରୁ ନିଲମ୍ବିତ କରିଛି। ଉଭୟ ବିନୋଦ ଏବଂ ଅଙ୍କିତ ହେଉଛନ୍ତି  ଉତ୍ତରାଖଣ୍ଡ ବିଜେପିର ପ୍ରଭାବଶାଳି ନେତା। ସେହିପରି ଅଙ୍କିତ ଆର୍ଯ୍ୟଙ୍କୁ ଉତ୍ତରାଖଣ୍ଡ ପଛୁଆ ବର୍ଗ ଡେପୁଟି ଚେୟାରମ୍ୟାନ୍ ପଦରୁ ଅପସାରଣ କରାଯାଛି।  ଅଙ୍କିତା ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ନିଆଁ ଜଳିବା ପରେ ଦଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ। ଆଜି ସକାଳେ ଉତ୍ତ୍ୟକ୍ତ ଜନତା ପୁଲକିତଙ୍କ ରିସର୍ଟକୁ ନିଆଁ ଲଗାଇଦେଇଥିଲେ।

ଯେଉଁ ରିସର୍ଟରେ ଅଙ୍କିତା ରିସ୍ପେସନିଷ୍ଟ ଭାବେ କାମ କରୁଥିଲେ।  ଅଙ୍କିତାଙ୍କ ହତ୍ୟାକାଣ୍ଡର ପ୍ରତିବାଦ କରି ସାର ରାଜ୍ୟରେ ବିକ୍ଷୋଭ ତେଜିବାରେ ଲାଗିଛି। ଆଜି ପୁଲକିତଙ୍କ ବାପା ତଥା  ବିଜେପି ନେତାଙ୍କ ବିରୋଧରେ ପ୍ରବଳ ନାରାବଜି  ହୋଇଥିଲା।  ସମ୍ପୃକ୍ତ ବିଜେପି ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିରୋଧୀ ଦାବି କରିଥିଲେ। ଗତକାଲି  ପୁଲକିତଙ୍କ ରିସର୍ଟ ଉପରେ  ଢେଲା ମାଡ଼ କରିଥିଲେ ଲୋକେ। ଆଜି ପୁଲିସ ବିଜେପି ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ମାଲିକାନାରେ ଥିବା ଘରୋଇ ରିସର୍ଟ ପରିସରରୁ ନିଖୋଜ ଅଙ୍କିତାଙ୍କ ଶବ ପାଇଥିଲା। ପୂର୍ବରୁ ୩ ଅଭିଯୁକ୍ତ ରିସର୍ଟ ମାଲିକ ପୁଲକିତ ଆର୍ଯ୍ୟ, ମ୍ୟାନେଜର୍‌ ସୌରଭ ଭାସ୍କର ଏବଂ ସହକାରୀ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos