ନିଟ୍‌ ପରୀକ୍ଷା ଦେବାର ଗୋଟିଏ ଦିନ ପରେ ଆତ୍ମହତ୍ୟା କଲେ ଛାତ୍ରୀ

ଚେନ୍ନାଇ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ଦେବାର ଦିନକ ପରେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ତାମିଲନାଡୁର ଅରିୟାଲୁର ଜିଲ୍ଲାର ଜଣେ ୧୭ ବର୍ଷୀୟ ଛାତ୍ରୀ ସୋମବାର ରାତିରେ ଜୀବନ ହାରିଥିବା ପୁଲିସ୍‌ କହିଛି। ନିଟ୍‌କୁ ନେଇ ଦୁଇ ଦିନ ଭିତରେ ତାମିଲନାଡୁରେ ଏହା ଦ୍ୱିତୀୟ ଘଟଣା। ଛାତ୍ରୀ ଜଣଙ୍କ ନିଟ୍‌ ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇପାରିବେ କି ନାହିଁ, ତା’କୁ ନେଇ ଚିନ୍ତାରେ ଥିଲେ। ତେଣୁ ସେ ଆତ୍ମହତ୍ୟା କରିଛନ୍ତି। ସେ ଦ୍ୱାଦଶ ଶ୍ରେଣୀରେ ୯୩% […]

Sucide

Hemant Lenka
  • Published: Tuesday, 14 September 2021
  • , Updated: 14 September 2021, 09:34 PM IST

ଚେନ୍ନାଇ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ଦେବାର ଦିନକ ପରେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ତାମିଲନାଡୁର ଅରିୟାଲୁର ଜିଲ୍ଲାର ଜଣେ ୧୭ ବର୍ଷୀୟ ଛାତ୍ରୀ ସୋମବାର ରାତିରେ ଜୀବନ ହାରିଥିବା ପୁଲିସ୍‌ କହିଛି। ନିଟ୍‌କୁ ନେଇ ଦୁଇ ଦିନ ଭିତରେ ତାମିଲନାଡୁରେ ଏହା ଦ୍ୱିତୀୟ ଘଟଣା।

ଛାତ୍ରୀ ଜଣଙ୍କ ନିଟ୍‌ ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇପାରିବେ କି ନାହିଁ, ତା’କୁ ନେଇ ଚିନ୍ତାରେ ଥିଲେ। ତେଣୁ ସେ ଆତ୍ମହତ୍ୟା କରିଛନ୍ତି। ସେ ଦ୍ୱାଦଶ ଶ୍ରେଣୀରେ ୯୩% ମାର୍କ ରଖିଥିଲେ ବୋଲି ପୁଲିସ୍‌ କହିଛି।

ଏହାପୂର୍ବରୁ ରବିବାର ଜଣେ ୧୯ ବର୍ଷୀୟ ଛାତ୍ର ନିଟ୍‌ ପରୀକ୍ଷା ଦେବାର କିଛି ଘଣ୍ଟା ପରେ ଜୀବନ ହାରିଥିଲେ। ଆତ୍ମହତ୍ୟା କରିଥିବା ଛାତ୍ର ଧନୁଶଙ୍କ ବାପା ଜଣେ ଶ୍ରମିକ। ସେ ପୂର୍ବରୁ ଦୁଇଥର ନିଟ୍‌ ଦେଇଥିଲେ ମଧ୍ୟ ବିଫଳ ହୋଇଥିଲେ। ଏଥର ମଧ୍ୟ ସମାନ ଘଟଣା ଘଟିବା ଆଶଙ୍କାରେ ସେ ଜୀବନ ହାରିଥିବା କୁହାଯାଉଛି।

ଦୀର୍ଘ ଦିନ ହେଲା ତାମିଲନାଡୁରେ ନିଟ୍‌ ବିରୋଧରେ ଆନ୍ଦୋଳନ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ତାମିଲନାଡୁ ସରକାର ବିଧାନସଭାରେ ନିଟ୍‌ ବିରୋଧୀ ବିଲ୍‌ ପାସ୍‌ କରିଛନ୍ତି। ବିଲ୍‌ରେ ପିଲାମାନଙ୍କୁ ମେଡିକାଲ ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଆଉ ନିଟ୍‌ର ସମ୍ନା କରିବାକୁ ପଡ଼ିବ ନାହିଁ।

ଦ୍ୱାଦଶ ଶ୍ରେଣୀର ମାର୍କ ଆଧାରରେ ସେମାନଙ୍କୁ ଆଡମିଶନ ଦିଆଯିବ ବୋଲି ଏଥିରେ ବ୍ୟବସ୍ଥା କରାଯାଇଛି। କିନ୍ତୁ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ହିଁ ଏହା ଆଇନରେ ପରିଣତ ହେବ। ଏହାପୂର୍ବରୁ ଜଣଙ୍କ ପରେ ଜଣେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବାରେ ଲାଗିଛନ୍ତି।

Related story