‘ଯେକୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ ହୋଇପାରିବେ’

ପାଟନା: ଯଦି ବିରୋଧୀ ୨୦୨୪ରେ ବିଜେପିକୁ ପରାସ୍ତ କରନ୍ତି ଯେକୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ ହୋଇପାରିବେ। ବିହାର ଜନତାଦଳ ମୁଖ୍ୟ ଲାଲନ ସିଂହ ଏହା କହିଛନ୍ତି। ତେବେ ଏହି ରେସରେ ନୀତୀଶ କୁମାର ନଥିବା ପୁଣି ଥରେ ସେ ଦୋହରାଇଛନ୍ତି। ଆମେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁ ନାହୁଁ ବୋଲି ସେ କହିଛନ୍ତି । ଦିନକ ପୂର୍ବରୁ ୨୦୨୪ ପାଇଁ ବିରୋଧୀଙ୍କ ପକ୍ଷରୁ ନୀତୀଶ କୁମାର ଉପଯୁକ୍ତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି କହିଥିଲେ। ଯାହାର ସ୍ପଷ୍ଟୀକରଣ ମେଣ୍ଟ […]

Nitish-Kumar1

  • Published: Monday, 22 August 2022
  • , Updated: 22 August 2022, 09:57 PM IST

ପାଟନା: ଯଦି ବିରୋଧୀ ୨୦୨୪ରେ ବିଜେପିକୁ ପରାସ୍ତ କରନ୍ତି ଯେକୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ ହୋଇପାରିବେ। ବିହାର ଜନତାଦଳ ମୁଖ୍ୟ ଲାଲନ ସିଂହ ଏହା କହିଛନ୍ତି। ତେବେ ଏହି ରେସରେ ନୀତୀଶ କୁମାର ନଥିବା ପୁଣି ଥରେ ସେ ଦୋହରାଇଛନ୍ତି। ଆମେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁ ନାହୁଁ ବୋଲି ସେ କହିଛନ୍ତି । ଦିନକ ପୂର୍ବରୁ ୨୦୨୪ ପାଇଁ ବିରୋଧୀଙ୍କ ପକ୍ଷରୁ ନୀତୀଶ କୁମାର ଉପଯୁକ୍ତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି କହିଥିଲେ। ଯାହାର ସ୍ପଷ୍ଟୀକରଣ ମେଣ୍ଟ ସରକାର ଜେଡିୟ ପକ୍ଷରୁ ରଖାଯାଇଛି। ଲାଲନ ସିଂହ କହିଛନ୍ତି ଯେ,  ଆମେ ବାରମ୍ବାର ‌ଏହି କଥା କହି ଆସୁଛୁ । ନୀତିଶକୁମାର ନିଜେ ମଧ୍ୟ ସେଇ ରେସ୍‌ରେ ନଥିବା  କହିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କ ପାଖରେ ସମସ୍ତ ପ୍ରକାର ଗୁଣ ରହିଛି।   ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘନିଷ୍ଠ ସହଯୋଗୀ ଲାଲନ ସିଂହ କହିଛନ୍ତି ଯେ, ବିରୋଧୀମାନେ ଏକାଠି ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

କିଏ ପ୍ରଧାନମନ୍ତ୍ରୀ ହେବେ ତାହା ଗୁରୁତ୍ୱପୂର୍ଣ୍ଣ ନୁହଁ। ବିରୋଧୀ କେମିତି ଏକାଠି ହୋଇ ସଶକ୍ତ ହେବ  ସେଥିରେ ଫୋକସ ଦିଆଯିବା ଉଚିତ।  ବିଜେପିକୁ ଚ୍ୟାଲେଞ୍ଜ ଦେବା ପାଇଁ ବିରୋଧୀଙ୍କୁ ଏକାଠି କାରିବାର ଦକ୍ଷତା ନୀତିଶ କୁମାରଙ୍କ ପାଖରେ ରହିଛି।  ଯଦି ବିଜେପି ପରାସ୍ତ ହୁଏ ତେବ ଯେ କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ ହୋଇପାରିବେ । ତେଜସ୍ୱୀ ଯାଦବଙ୍କ ମନ୍ତବ୍ୟ ଉପରେ ଲାଲ ସିଂହ କହିଛନ୍ତି ଯେ, ମୁଁ ମାନୁଛି ନୀତୀଶ କୁମାର  ଜଣେ ପ୍ରଧାନମନ୍ତ୍ରୀ ମେଟେରିଆଲ । କିନ୍ତୁ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି। ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ତେଜସ୍ୱୀ ଯାଦବ କହିଛନ୍ତି ଯେ, ନୀତୀଶ କୁମାରଙ୍କ  ବିପୁଳ ଅଭିଜ୍ଞତା ଏବଂ ଗୁଡ ଉଇଲ ଥିବାରୁ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଯୋଗ୍ୟ ବୋଲି ମୁଁ ବିଶ୍ୱାସ କରେ।

କିନ୍ତୁ ମୁଁ ସମଗ୍ର ବିରୋଧୀଙ୍କ ତରଫରୁ  ମୁଁ ଏହି ଦାବି ରଖିପାରିବିନି।  କିନ୍ତୁ ଯଦି ବିଚାର କରାଯାଏ, ନୀତୀଶ ଜଣେ ଶକ୍ତିଶାଳୀ ପ୍ରାର୍ଥୀ ହୋଇପାରିବେ । କାରଣ ନୀତୀଶ କୁମାରଙ୍କ ୩୭ ବର୍ଷରୁ ଅଧିକ ସଂସଦୀୟ ତଥା ପ୍ରଶାସନିକ ଅଭିଜ୍ଞତା ରହିଛି । ତାଙ୍କ ରାଜନୈତିକ ଗୁଡ ଉଇଲ ମଧ୍ୟ ଭଲ ରହିଛି । ଏହା ପୂର୍ବରୁ ନିଜେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ରେସ୍‌ ନଥିବା କହିଥିଲେ।

Related story