ରାଜଧାନୀରେ ବନ୍ଦ ହୋଇପାରେ ସ୍କୁଲ-କଲେଜ

ନୂଆଦିଲ୍ଲୀ: ଧୂଆଁ ଓ ଧୂଳିରେ ଚାଦରରେ ଢ଼ାଙ୍କି ହୋଇଛି ରାଜଧାନୀ ଦିଲ୍ଲୀ। ଦିନକୁ ଦିନ ଆହୁରି ଭୟଙ୍କର ହେଲାଣି ଏଠାକାର ବାୟୁ ପ୍ରଦୂଷଣ । ଏଠାରେ ନିଶ୍ୱାସ ନେବା ମୁସକିଲ୍ ହୋଇପଡିଛି। ଏପରିକି ଘରୁ ବାହାରିବା ଯେତିକି କଷ୍ଟକର ସେତିକି ବିପଦପୂର୍ଣ୍ଣ ହୋଇପଡିଛି। ଆଜି ଦିଲ୍ଲୀର ପ୍ରଦୂଷଣ ମାତ୍ରା ରେକର୍ଡ ଭାଙ୍ଗିଛି। ବାୟୁର ଗୁଣବତ୍ତା ୬୦୦ ପାଖାପାଖି ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ ହୋଇପାରେ ବୋଲି ଅଶଙ୍କା କରାଯାଉଛି। ଏଥିସହ ପୁଣିଥରେ […]

Air pollution

Madhupriya Mistry
  • Published: Friday, 04 November 2022
  • , Updated: 04 November 2022, 08:02 AM IST

ନୂଆଦିଲ୍ଲୀ: ଧୂଆଁ ଓ ଧୂଳିରେ ଚାଦରରେ ଢ଼ାଙ୍କି ହୋଇଛି ରାଜଧାନୀ ଦିଲ୍ଲୀ। ଦିନକୁ ଦିନ ଆହୁରି ଭୟଙ୍କର ହେଲାଣି ଏଠାକାର ବାୟୁ ପ୍ରଦୂଷଣ । ଏଠାରେ ନିଶ୍ୱାସ ନେବା ମୁସକିଲ୍ ହୋଇପଡିଛି। ଏପରିକି ଘରୁ ବାହାରିବା ଯେତିକି କଷ୍ଟକର ସେତିକି ବିପଦପୂର୍ଣ୍ଣ ହୋଇପଡିଛି। ଆଜି ଦିଲ୍ଲୀର ପ୍ରଦୂଷଣ ମାତ୍ରା ରେକର୍ଡ ଭାଙ୍ଗିଛି। ବାୟୁର ଗୁଣବତ୍ତା ୬୦୦ ପାଖାପାଖି ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ ହୋଇପାରେ ବୋଲି ଅଶଙ୍କା କରାଯାଉଛି। ଏଥିସହ ପୁଣିଥରେ ଏଠାରେ ଅଡ୍‌-ଇଭେନ୍ ମଧ୍ୟ ଲାଗୁ ହୋଇପାରେ।

https://twitter.com/ANI/status/1588339777450913793?s=20&t=eLt7ub5ZP0K4BFQPDPtmzQ

ଏନସିପିସିଆରର ଅଧ୍ୟକ୍ଷ ପ୍ରିୟଙ୍କ କାନୁକୋଗା ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି କିଛି ଦିନ ପାଇଁ ସ୍କୁଲ ଗୁଡିକ ବନ୍ଦ କରି ଅନଲାଇନ ପାଠପଢା ପାଇଁ ଅପିଲ କରିଛନ୍ତି। ବର୍ତମାନ ଦିଲ୍ଲୀର ସ୍ଥିତି ଯେମିତି ରହିଛି ଏହା ଭିତରେ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି। ବିଷାକ୍ତ ବାୟୁରୁ ପିଲାଙ୍କୁ ରକ୍ଷା କରିବା ପାଇଁ ବର୍ତମାନ ଅନଲାଇନ କ୍ଲାସ ଆବଶ୍ୟକତା ରହିଛି।

ସେପଟେ ଦିଲ୍ଲୀ ସରକାର ଲୋକମାନଙ୍କୁ କମ ଗାଡି ବ୍ୟବହାର କରିବାକୁ ଓ ଯଦି ସମ୍ଭବ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରିଛନ୍ତି। ଦିଲ୍ଲୀ ପରିବେଶମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୁଷଣ ଲଗାତାର ବୃଦ୍ଧି ପାଉଛି। ପଡୋଶୀ ରାଜ୍ୟମାନେ ନଡା ପୋଡିବା ଯୋଗୁଁ ଦିଲ୍ଲୀର ସ୍ଥିତି ବିଗୁଡିଥିବା ଅଭିଯୋଗ କରିଛନ୍ତି। ରିପୋର୍ଟ ଅନୁସାରେ ରାଜଧାନୀର ବାୟୁ ଗୁଣବତ୍ତା ବିଗୁଡୁଛି।

ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ବାୟୁର ଗୁଣବତ୍ତା ୫୬୩ ଥିବା ରେକର୍ଡ କରାଯାଇଛି । ଯାହା ଅତ୍ୟନ୍ତ ଚିନ୍ତାଜନକ। ଏଥିସହ ବିମାନ ବନ୍ଦରର ଟର୍ମିନାଲ-୩ ଅଞ୍ଚଳରେ ଏଆଇକ୍ୟୁ ୪୮୯ ରହିଛି । ଗୁରୁଗ୍ରାମରେ ବାୟୁର ଗୁଣବତ୍ତା ୫୯୩ ଓ ନଏଡାରେ ୫୬୨ ଥିବା ରେକର୍ଡ ହୋଇଛି । ଯଦି ଏଭଳି ସ୍ଥିତି ରୂପେ ଖୁବଶୀଘ୍ର ଏଆଇକ୍ୟୁ ୬୦୦ ପାର୍ ହୋଇଯିବ ବୋଲି କୁହାଯାଇଛି।

Related story