କରୋନା ମୃତକଙ୍କ ପରିବାରକୁ ମିଳିବ ୫୦ହଜାର ଟଙ୍କା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଲୋକେ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି । ଏଭଳି ସଙ୍କଟଜନକ ସମୟର ସାମ୍ନା କରୁଥିବା ଅସହାୟ ଲୋକଙ୍କ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିଛି ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦିଲ୍ଲୀରେ କରୋନା ମହାମାରୀରେ ନିଜ ପରିଜନକୁ ହରାଇଥିବା ପରିବାରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସିଏମ୍ କେଜ୍ରିୱାଲ କୋଭିଡ୍‌-୧୯ କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୫୦ହଜାର ଟଙ୍କା ପ୍ରଦାନ କରିବାକୁ […]

delhi-cm-arvind-kejriwal

Ranjit Kumar Jena
  • Published: Tuesday, 18 May 2021
  • , Updated: 18 May 2021, 07:37 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଲୋକେ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି । ଏଭଳି ସଙ୍କଟଜନକ ସମୟର ସାମ୍ନା କରୁଥିବା ଅସହାୟ ଲୋକଙ୍କ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିଛି ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦିଲ୍ଲୀରେ କରୋନା ମହାମାରୀରେ ନିଜ ପରିଜନକୁ ହରାଇଥିବା ପରିବାରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ।

ସିଏମ୍ କେଜ୍ରିୱାଲ କୋଭିଡ୍‌-୧୯ କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୫୦ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହାସହ ଘରେ ରୋଜଗାର କରୁଥିବା ସଦସ୍ୟଙ୍କ ମୃତ୍ୟୁରେ ପରିବାରକୁ ପ୍ରତିମାସରେ ୨୫୦୦ ଟଙ୍କା ଦିଆଯିବ । ଅର୍ଥାତ୍ ଦିଲ୍ଲୀରେ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ତାହେଲେ ତାଙ୍କ ପରିବାରକୁ ୫୦ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ୭୨ଲକ୍ଷ ରାସନ କାର୍ଡଧାରୀଙ୍କୁ ଚଳିତ ମାସରୁ ମାଗଣାରେ ରାସନ୍ ଦିଆଯିବ ଏବଂ ସେମାନଙ୍କଠାରୁ ଟଙ୍କାଟିଏ ବି ନିଆଯିବ ନାହିଁ । କେନ୍ଦ୍ର ସରକାରଙ୍କ ତରଫରୁ ମଧ୍ୟ ଏହି ରାସନ କାର୍ଡଧାରୀଙ୍କୁ ୫ କିଲୋ ମାଗଣା ରାସନ୍ ମିଳୁଛି । ଏବେ ଏମାନଙ୍କୁ ମାସକୁ ୧୦କିଲୋ ମାଗଣା ରାସନ୍ ମିଳିବ ।

ଏଭଳି ସ୍ଥିତିରେ ଯେଉଁ ଲୋକ ଅଧିକ ଗରିବ ଶ୍ରେଣୀର ଅଛନ୍ତି ଅର୍ଥାତ୍ ଯେଉଁମାନଙ୍କର ରାସନ୍ କାର୍ଡ ନାହିଁ, ସେମାନଙ୍କୁ ମଧ୍ୟ ଦିଲ୍ଲୀ ସରକାର ରାସନ୍ ଯୋଗାଇ ଦେବ । ଏଥିରେ କୌଣସି ପ୍ରକାରର ଡକୁମେଣ୍ଟ ମଗାଯିବ ନାହିଁ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍‌ିତ, ଯେଉଁ ପିଲାମାନଙ୍କର ମାତାପିତାଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ପିଲାମାନେ ଅନାଥ ହୋଇଛନ୍ତି । ସେହି ପିଲାମାନଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ମାସିକ ୨୫୦୦ ଟଙ୍କା ଓ ମାଗଣାରେ ଶିକ୍ଷା ମଧ୍ୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଏପ୍ରିଲ୍ ୫ ତାରିଖ ପରେ ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ସବୁଠାରୁ କମ୍ ୪୪୮୨ କରୋନା ମାମଲା ସାମ୍ନାକୁ ଆସିଛି । ସେହିପରି ଦିନକ ଭିତରେ ୨୬୫ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏପ୍ରିଲ୍ ୫ ତାରିଖରେ ଦିଲ୍ଲୀରେ ୩୫୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସଂକ୍ରମଣ ହାର ୭ ପ୍ରତିଶତରୁ ୬.୮୯ ପ୍ରତିଶତ ହୋଇଛି, ଯାହା ଏପ୍ରିଲ୍ ୭ ତାରିଖ ପରେ ସବୁଠାରୁ କମ୍ ।

Related story