ପତ୍ନୀଙ୍କୁ କରୋନା ପରେ ଆଇସୋଲେସନରେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଦ୍ୱିତୀୟ ଲହରରୁ ବର୍ତ୍ତିବା ପାଇଁ ଦିଲ୍ଲୀରେ ସଂପୂର୍ଣ୍ଣ ଲକଡାଉନ ମଧ୍ୟ ଲାଗୁ କରାଯାଇଛି। ଏହାସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୁନିତା କେଜ୍ରିୱାଲଙ୍କ ରିପୋର୍ଟ ପଜିଟିଭ ଆସିବାରୁ ମୁଖ୍ୟମନ୍ତ୍ରୀ ଏବେ ଆଇସୋଲେସନରେ ରହିଛନ୍ତି। ସୁନିତା କରୋନାରେ ଆକ୍ରାନ୍ତ ଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଆମ […]

sunita-kejriwal

Hemant Lenka
  • Published: Tuesday, 20 April 2021
  • , Updated: 20 April 2021, 03:19 PM IST

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଦ୍ୱିତୀୟ ଲହରରୁ ବର୍ତ୍ତିବା ପାଇଁ ଦିଲ୍ଲୀରେ ସଂପୂର୍ଣ୍ଣ ଲକଡାଉନ ମଧ୍ୟ ଲାଗୁ କରାଯାଇଛି। ଏହାସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସୁନିତା କେଜ୍ରିୱାଲଙ୍କ ରିପୋର୍ଟ ପଜିଟିଭ ଆସିବାରୁ ମୁଖ୍ୟମନ୍ତ୍ରୀ ଏବେ ଆଇସୋଲେସନରେ ରହିଛନ୍ତି। ସୁନିତା କରୋନାରେ ଆକ୍ରାନ୍ତ ଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

ଆମ ଆଦମୀ ପାର୍ଟିର ନେତା ଦୁର୍ଗେଶ ପାଠକ କହିଛନ୍ତି, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆଇସୋଲେସନରେ ରହିଥିଲେ ହେଁ ସବୁ ଜିନିଷର ସମୀକ୍ଷା ଗୁରୁତ୍ୱର ସହ କରୁଛନ୍ତି। ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଟିମ୍‌ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଆଇସୋଲେସନରେ ରହିଥିଲେ ହେଁ କୌଣସି ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି।

୨୦୨୦ ଜୁନ୍‌ ମାସରେ କେଜ୍ରିୱାଲ ନିଜର କରୋନା ଟେଷ୍ଟ କରାଇଥିଲେ। ସେ ଜ୍ୱର ଓ ତଣ୍ଟିରେ ସମସ୍ୟା ଭୋଗିବାରୁ ତାଙ୍କର  କରୋନା ଟେଷ୍ଟ କରା ଯାଇଇଥିଲା। ତେବେ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା।

ଅନ୍ୟପକ୍ଷରେ ଦିଲ୍ଲୀରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସୋମବାର ୨୩,୬୮୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ରବିବାର ତୁଳନାରେ ଏହା ସାମାନ୍ୟ କମଥିଲେ ହେଁ ୨୪ ଘଣ୍ଟାରେ ୨୪୦ ଜଣଙ୍କ ଜୀବନ ଯାଇଥିଲା। ଦିଲ୍ଲୀରେ ବର୍ତ୍ତମାନ ଆକ୍ଟିଭ କେସ୍‌ ସଂଖ୍ୟା ୭୬,୮୮୭ ରହିଛି। ସେହିପରି ପଜିଟିଭିଟି ରେଟ୍‌ ୨୬.୧୨%କୁ ବୃଦ୍ଧି ପାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ରାତି ୧୦ରୁ ଦିଲ୍ଲୀରେ ଲକଡାଉନ ଲାଗୁ କରାଯାଇଛି। ଏହା ୨୬ ତାରିଖ ଭୋର ୫ଟା ଯାଏ ବଳବତ୍ତର ରହିବ।

Related story