ବମ୍ବେ ହାଇକୋର୍ଟ ଗଲେ ଆର୍ଯ୍ୟନ୍ ଖାନ୍

ମୁମ୍ବାଇ: ବଲିଉଡ୍ ସୁପର୍ ଷ୍ଟାର୍ ଶାହରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଡ୍ରଗ୍ସ ମାମଲାରେ ଜାମିନ ସର୍ତ୍ତରେ ସଂଶୋଧନ କରିବାକୁ ଆର୍ଯ୍ୟନ୍ ଖାନ୍ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। କୋର୍ଟରେ ଦାଖଲ କରାଯାଇଥିବା ଆବେଦନରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ କହିଛନ୍ତି ଯେ ଏପର୍ଯ୍ୟନ୍ତ ସେ ପ୍ରତି ଶୁକ୍ରବାର ଏନସିବି କାର୍ଯ୍ୟାଳୟରେ ହାଜର ହୋଇଆସୁଛନ୍ତି। ତେଣୁ ଏହି ସର୍ତ୍ତରେ କିଛିଟା ସଂଶୋଧନ କରାଯାଉ ବୋଲି ଆର୍ଯ୍ୟନ୍ କୋର୍ଟଙ୍କୁ ନିବେଦନ କରିଛନ୍ତି। ଏହାସହ ସର୍ତ୍ତରେ […]

aryan-khan

aryan-khan

Ranjit Kumar Jena
  • Published: Friday, 10 December 2021
  • Updated: 10 December 2021, 08:21 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ସୁପର୍ ଷ୍ଟାର୍ ଶାହରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଡ୍ରଗ୍ସ ମାମଲାରେ ଜାମିନ ସର୍ତ୍ତରେ ସଂଶୋଧନ କରିବାକୁ ଆର୍ଯ୍ୟନ୍ ଖାନ୍ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। କୋର୍ଟରେ ଦାଖଲ କରାଯାଇଥିବା ଆବେଦନରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ କହିଛନ୍ତି ଯେ ଏପର୍ଯ୍ୟନ୍ତ ସେ ପ୍ରତି ଶୁକ୍ରବାର ଏନସିବି କାର୍ଯ୍ୟାଳୟରେ ହାଜର ହୋଇଆସୁଛନ୍ତି। ତେଣୁ ଏହି ସର୍ତ୍ତରେ କିଛିଟା ସଂଶୋଧନ କରାଯାଉ ବୋଲି ଆର୍ଯ୍ୟନ୍ କୋର୍ଟଙ୍କୁ ନିବେଦନ କରିଛନ୍ତି। ଏହାସହ ସର୍ତ୍ତରେ କିଛିଟା କୋହଳ କରିବାକୁ ମଧ୍ୟ ଆର୍ଯ୍ୟନ୍ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି।

ଆବେଦନରେ କୁହାଯାଇଛି ଯେହେତୁ ଏବେ ତଦନ୍ତର ଭାର ଦିଲ୍ଲୀ ଏନସିବିର ସ୍ୱତନ୍ତ୍ର ଟିମକୁ ପ୍ରଦାନ କରାଯାଇଛି, ସେଥିପାଇଁ ତାଙ୍କୁ ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହେବାର ସର୍ତ୍ତରେ ସାମାନ୍ୟ କୋହଳ କରାଯାଉ। ଆବେଦନରେ ଆହୁରି କୁହାଯାଇଛି, ବହୁ ସଂଖ୍ୟାରେ ଗଣମାଧ୍ୟମ ବାହାରେ ଅପେକ୍ଷା କରିଥିବାରୁ ତାଙ୍କୁ ପ୍ରତିଥର ଏନସିବି କାର୍ଯ୍ୟାଳୟ ଯିବା ପାଇଁ ପୁଲିସର ସହାୟତା ନେବାକୁ ପଡ଼ୁଛି। ଆସନ୍ତା ସପ୍ତାହରେ ହାଇକୋର୍ଟରେ ଏହି ଆବେଦନ ଶୁଣାଣି ହେବାର ସମ୍ଭାବନା ରହିଥିବା ତାଙ୍କ ଓକିଲ କହିଛନ୍ତି।

ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ ମୁମ୍ବାଇର ଏକ କ୍ରୁଜ ଉପରେ ଏନସିବି ଚଢ଼ାଉ କରିଥିଲେ। ଡ୍ରଗ୍ସ ବ୍ୟବହାର, ବିକ୍ରି ଓ କିଣିବା ଅଭିଯୋଗରେ ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିଥିଲା। ଯାହା ପରେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ଦୀର୍ଘ ୨୬ ଦିନ ପରେ ମୁମ୍ବାଇ ହାଇକୋର୍ଟରୁ ଅର୍ଯ୍ୟନ୍‌ଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ତେବେ ହାଇକୋର୍ଟ ଆର୍ଯ୍ୟନଙ୍କୁ ୧୪ ସର୍ତ୍ତ ସହ ଜାମିନ୍ ପ୍ରଦାନ କରିଥିଲେ। ତାଙ୍କୁ ପ୍ରତି ଶୁକ୍ରବାର ଏନସିବି କାର୍ଯ୍ୟାଳୟରେ ହାଜର ହେବାକୁ କୋର୍ଟ କହିଥିଲେ। ଏହାଛଡ଼ା ଦେଶ ନଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos