ଚାଷୀଙ୍କ ଉପରେ ଗାଡି ମଡାଇବା ଘଟଣା; ଜେଲ୍‌ରୁ ବାହାରିଲେ ମନ୍ତ୍ରୀଙ୍କ ପୁଅ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସା ତଥା ଚାଷୀଙ୍କ ଉପରେ ଗାଡି ମଡାଇବା ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମିଳିଲା ଆଶ୍ୱସ୍ତି। ଜାମିନ୍‌ ପରେ ଆଜି ସେ ଜେଲରୁ ବାହାରିଛନ୍ତି। ଆହ୍ଲାବାଦ ହାଇକୋର୍ଟ ୫ ଦିନ ପୂର୍ବେ ତାଙ୍କ ଜାମିନ ମଞ୍ଜୁର କରିଥିଲେ। ଏହି ମାମଲାରେ ଆଶିଷ ମିଶ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି। ଗତ ୧୦ ତାରିଖରେ ଆଶିଷ ମିଶ୍ରାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ତେବେ ଜାମିନ ମଞ୍ଜୁର […]

ashish mishra

Madhupriya Mistry
  • Published: Tuesday, 15 February 2022
  • , Updated: 15 February 2022, 05:36 PM IST

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସା ତଥା ଚାଷୀଙ୍କ ଉପରେ ଗାଡି ମଡାଇବା ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମିଳିଲା ଆଶ୍ୱସ୍ତି। ଜାମିନ୍‌ ପରେ ଆଜି ସେ ଜେଲରୁ ବାହାରିଛନ୍ତି। ଆହ୍ଲାବାଦ ହାଇକୋର୍ଟ ୫ ଦିନ ପୂର୍ବେ ତାଙ୍କ ଜାମିନ ମଞ୍ଜୁର କରିଥିଲେ। ଏହି ମାମଲାରେ ଆଶିଷ ମିଶ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି।

ଗତ ୧୦ ତାରିଖରେ ଆଶିଷ ମିଶ୍ରାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ତେବେ ଜାମିନ ମଞ୍ଜୁର କରିବା ସହ ହାଇକୋର୍ଟ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ। ସେପଟେ ଆଶିଷ ମିଶ୍ରାଙ୍କ ଜାମିନ ମିଳିବା ନେଇ ରାଜନୈତିକ ଦଳଗୁଡିକ ମଧ୍ୟ ବିରୋଧ କରିଥିଲେ। ଯୋଗୀ ସରକାର ଏବଂ ପୁଲିସ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ବିରୋଧୀ ଦଳ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି କହିଥିଲେ, 'ହତ୍ୟା ଅଭିଯୁକ୍ତଙ୍କୁ ଜାମିନ ମିଳିବା ଅର୍ଥ ସରକାର ଏବଂ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିବା ଭଳି।'

ସୂଚନା ମୁତାବକ, ନିକଟରେ ଲଖିମପୁର ଖେରି ହିଂସା ମାମଲାରେ ଉତ୍ତରପ୍ରଦେଶ ଏସ୍‌ଆଇଟି ଚାର୍ଜସିଟ୍‌ ଦାଖଲ କରିଥିଲା। ୫ ହଜାର ପୃଷ୍ଟା ସମ୍ବଳିତ ଏହି ଚାର୍ଜସିଟ୍‌ରେ  କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ରୂପେ ଏସ୍‌ଆଇଟି ଦର୍ଶାଇଥିଲା। କେବଳ ସେତିକି ନୁହେଁ ଏସ୍‌ଆଇଟି ମୁତାବକ, କୃଷକଙ୍କ ଉପରେ ଗାଡି ଚଢ଼ାଇବା ଏବଂ ହିଂସା କାଣ୍ଡ ବେଳେ ଆଶିଷ ମିଶ୍ରା ଘଟଣାସ୍ଥଳରେ  ଉପସ୍ଥିତ ଥିଲେ।

ଏସ୍‌ଆଇଟି ନିଜ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଲଖିମପୁର ହିଂସାରେ ଆଶିଷ ମିଶ୍ରା ନିଜ ସହଯୋଗିଙ୍କ ବନ୍ଧୁକରୁ ହିଁ ଗୁଳି ଚଳାଇଥିବା ନେଇ ସ୍ପଷ୍ଟ ହୋଇଛି। ଖାଲି ସେତିକି ନୁହେଁ ମନ୍ତ୍ରୀଙ୍କ ପୁଅଙ୍କ ରିଭଲଭର ଏବଂ ରାଇଫଲରୁ ମଧ୍ୟ ଗୁଳି ବିନିମୟ ହୋଇଥିଲା। ଚାର୍ଜସିଟରେ ଆଶିଷ ମିଶ୍ରା ଏବଂ ଅଙ୍କିତ ଦାସଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଫୁଟାଯାଇଥିବା ବିଷୟରେ ଏସଆଇଟି କହିଥିଲା।

ସୂଚନା ମୁତାବକ, ୨୦୨୧ ଅକ୍ଟୋବର ୩ରେ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ସେମାନଙ୍କ ଉପରେ ଗାଡ଼ି ଚଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ସୃଷ୍ଟି ହୋଇଥିବା ହିଂସାରେ ଆଉ ୩ ଜଣ ପ୍ରାଣ ହରାଇଥିଲେ।

ଗାଡ଼ି ଚଡ଼ାଇ ଚାଷୀଙ୍କୁ ହତ୍ୟା କରାଯିବା ପଛରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ପୁଲିସ୍‌ ଆଶିଷଙ୍କ ସମେତ ଏକାଧିକ ଲୋକଙ୍କୁ ଗିରଫ କରି ଘଟଣାର ତଦନ୍ତ କରିଥିଲା।

Related story