କାରରୁ ମିଳିଲା ଇଭିଏମ୍, ୪ ଅଫିସର୍ ସସପେଣ୍ଡ

ନୂଆଦିଲ୍ଲୀ: ଆସାମରେ ଏକ ଅଜଣା କାରରୁ ଇଭିଏମ୍ ମିଳିବା ପରେ ନିର୍ବାଚନ କମିଶନର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଅଧିକାରୀଙ୍କୁ ସସପେଣ୍ଡ କରିଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି, କାରଟି ଭଙ୍ଗାରୁଜା ହୋଇଥିଲା ଏବଂ ଅଧିକାରୀମାନେ ଗୋଟିଏ କାରରେ ଲିଫ୍ଟ ନେଇଥିଲେ। ପରେ ଜଣାପଡ଼ିଲା ଯେ ଏହି କାରର ମାଲିକ ହେଉଛନ୍ତି ଜଣେ ବିଜେପି ପ୍ରାର୍ଥୀ। ତଦନ୍ତ ବେଳେ ଜଣାପଡ଼ିଛି ଯେ ଇଭିଏମ୍ ସହ ବିୟୁ, ସିୟୁ ଓ ଭିଭିପିଏଟି ସାମିଲ୍ ଥିଲା। ତେବେ ଜବତ ହୋଇଥିବା […]

EC

EC

Ranjit Kumar Jena
  • Published: Friday, 02 April 2021
  • Updated: 02 April 2021, 04:38 PM IST

Sports

Latest News

ନୂଆଦିଲ୍ଲୀ: ଆସାମରେ ଏକ ଅଜଣା କାରରୁ ଇଭିଏମ୍ ମିଳିବା ପରେ ନିର୍ବାଚନ କମିଶନର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଅଧିକାରୀଙ୍କୁ ସସପେଣ୍ଡ କରିଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି, କାରଟି ଭଙ୍ଗାରୁଜା ହୋଇଥିଲା ଏବଂ ଅଧିକାରୀମାନେ ଗୋଟିଏ କାରରେ ଲିଫ୍ଟ ନେଇଥିଲେ। ପରେ ଜଣାପଡ଼ିଲା ଯେ ଏହି କାରର ମାଲିକ ହେଉଛନ୍ତି ଜଣେ ବିଜେପି ପ୍ରାର୍ଥୀ।

ତଦନ୍ତ ବେଳେ ଜଣାପଡ଼ିଛି ଯେ ଇଭିଏମ୍ ସହ ବିୟୁ, ସିୟୁ ଓ ଭିଭିପିଏଟି ସାମିଲ୍ ଥିଲା। ତେବେ ଜବତ ହୋଇଥିବା ଇଭିଏମ୍ ମେଶିନର ସିଲ୍ ଖୋଲା ହୋଇନଥିବା ବେଳେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନିର୍ବାଚନ କମିଶନର କହିଛନ୍ତି। ଇଭିଏମ୍ ଜବତ ପରେ ସମସ୍ତ ଆଇଟମକୁ ଷ୍ଟ୍ରଙ୍ଗ୍ ରୁମରେ ଜମା କରାଯାଇଛି।

ନିର୍ବାଚନ କମିଶନର କହିଛନ୍ତି, NH8 ଏକମାତ୍ର ରାସ୍ତା, ଯାହା କରୀମଗଞ୍ଜ ଅଞ୍ଚଳକୁ ସଂଯୋଗ କରିଥାଏ। ୬ଟା ବେଳେ ମତଦାନ ଶେଷ ହୋଇଥିଲା। ସବୁ ଗାଡ଼ି ପୋଲିଂ ଷ୍ଟେସନରୁ କରୀମଗଞ୍ଜ ଫେରୁଥିଲା। ତେବେ ରାତି ୯ଟା ବେଳେ ପୋଲିଂ ପାର୍ଟିକୁ ନେଇ ଫେରୁଥିବା ଏକ ଗାଡ଼ି ଖରାପ ହୋଇଯାଇଥିଲା। ଟ୍ରାଫିକ୍ କାରଣରୁ ଗାଡ଼ି ତା’ର କନଭୟରୁ ଅଲଗା ହୋଇଯାଇଥିଲା। ସେକ୍ଟର ଅଧିକାରୀଙ୍କୁ ପୋଲିଂ ପାର୍ଟି ଏହି ଘଟଣା ସମ୍ବନ୍ଧରେ ସୂଚନା ଦେଇଥିଲେ ଏବଂ ନିଜେ ଅନ୍ୟ ଗାଡ଼ିର ବନ୍ଦୋବସ୍ଥ କରାଇଥିଲେ।

ରାତି ୯.୨୦ ସମୟରେ ପୋଲିଂ ପାର୍ଟି ଅନ୍ୟ ଗାଡ଼ିକୁ ଲିଫ୍ଟ ମାଗିଥିଲେ। ଗାଡ଼ିର ପୂରା ଯାଞ୍ଚ କରିବା ପରେ ସେ ଆଗକୁ ବଢ଼ିଥିଲେ। କିନ୍ତୁ ସେମାନେ ଜାଣିନଥିଲେ ଯେ ଯେଉଁ ଗାଡ଼ିରେ ଯାଉଛନ୍ତି, ତାହା ବିଜେପି ପ୍ରାର୍ଥୀଙ୍କର ଗାଡ଼ି। ତେବେ କିଛି ବାଟ ଗଲା ପରେ ଗାଡ଼ିକୁ କିଛି ଲୋକେ ଘେରି ନେଇଥିଲେ ଏବଂ ଗାଡ଼ି ଉପରକୁ ପଥର ମାଡ଼ କରିଥିଲେ। ପରେ ଜଣାପଡ଼ିଲା ଯେ ଯେଉଁ ଅନ୍ୟ ଗାଡ଼ିରେ ପୋଲିଂ ଅଧିକାରୀ ଯାଉଥିଲେ, ତାହା ବିଜେପି ପ୍ରାର୍ଥି କ୍ରିଷ୍ଣେନ୍ଦୁ ପଲଙ୍କର ଥିଲା।

ରାତି ୯.୪୫ ମିନିଟରେ ଗାଡ଼ିଟିକୁ ବନ୍ଧକ କରାଯାଇଥିଲା। ପଥରମାଡ଼ ଦେଖି ଗାଡ଼ି ଭିତରୁ ସମସ୍ତେ ବାହାରକୁ ବାହାରିଯାଇଥିଲେ। ହିଂସା କରୁଥିବା ଲୋକେ ଗାଡ଼ିର କାଚକୁ ଭାଙ୍ଗି ଦେଇଥିଲେ। ତେବେ ଏସପିଙ୍କ ବ୍ଲାଙ୍କ ଫାୟାରିଂ ଯୋଗୁ ଭିଡ଼ କମିଥିଲା। ପରେ ଇଭିଏମକୁ ଜବତ କରାଯାଇଥିଲା। ଇଭିଏମ୍ ମଧ୍ୟ ସୁରକ୍ଷିତ ଥିବା ନିର୍ବାଚନ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story