ଲଟେରୀ ବଦଳାଇ ଦେଲା ଅଟୋ ଚାଳକଙ୍କ ଭାଗ୍ୟ, ଜିତିଲେ ୨୫ କୋଟି

ଥିରୁଅନନ୍ତପୁରମ: ଭାଗ୍ୟ ବଦଳାଇ ଦେଇଛି ଗୋଟିଏ ଲଟେରୀ ଟିକେଟ। ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଜଣେ ଅଟୋ ଡ୍ରାଇଭର ରାତାରାତି ବନି ଯାଇଛନ୍ତି କୋଟିପତି। ସେ କେରଳରେ ପ୍ରଚଳିତ ଓନାମ ଲଟେରୀ ଦ୍ୱାରା ଏକାଥରକେ ୨୫ କୋଟି ଟଙ୍କା ଜିତି ନେଇଛନ୍ତି। ଦୀର୍ଘ ବର୍ଷ ହେଲା ଅଟୋ ଚଳାଇ ପରିବାର କଥା ବୁଝୁଥିବା ଏହି ବ୍ୟକ୍ତି ଜଣଙ୍କ ଅଧିକ ରୋଜଗାର ପାଇଁ ରୋଷେୟା ଭାବେ ମାଲେସିୟା ଚାଲି ଯିବାକୁ ଲକ୍ଷ୍ୟ ରଖିଥିଲେ। ଏପରି କି ସେ […]

auto

  • Published: Monday, 19 September 2022
  • , Updated: 19 September 2022, 02:30 PM IST

ଥିରୁଅନନ୍ତପୁରମ: ଭାଗ୍ୟ ବଦଳାଇ ଦେଇଛି ଗୋଟିଏ ଲଟେରୀ ଟିକେଟ। ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଜଣେ ଅଟୋ ଡ୍ରାଇଭର ରାତାରାତି ବନି ଯାଇଛନ୍ତି କୋଟିପତି। ସେ କେରଳରେ ପ୍ରଚଳିତ ଓନାମ ଲଟେରୀ ଦ୍ୱାରା ଏକାଥରକେ ୨୫ କୋଟି ଟଙ୍କା ଜିତି ନେଇଛନ୍ତି।

ଦୀର୍ଘ ବର୍ଷ ହେଲା ଅଟୋ ଚଳାଇ ପରିବାର କଥା ବୁଝୁଥିବା ଏହି ବ୍ୟକ୍ତି ଜଣଙ୍କ ଅଧିକ ରୋଜଗାର ପାଇଁ ରୋଷେୟା ଭାବେ ମାଲେସିୟା ଚାଲି ଯିବାକୁ ଲକ୍ଷ୍ୟ ରଖିଥିଲେ। ଏପରି କି ସେ ଲୋନ ପାଇଁ ଆବେଦନ କରିଥିଲେ। ଦିନକ ପୂର୍ବରୁ ସେ ଆବେଦନ କରିଥିବା ୩ ଲକ୍ଷ ଟଙ୍କାର ଲୋନକୁ ଅନୁମତି ମିଳିଥିଲା। ସେ ମାଲେସିୟା ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ରାତାରାତି ତାଙ୍କ ଭାଗ୍ୟ ବଦଳି ଯାଇଛି। ସେ କିଣିଥିବା ଲଟେରୀ ତାଙ୍କୁ ୨୫ କୋଟି ଟଙ୍କା ଜିତାଇ ଦେଇଛି।

ଏହି ଭାଗ୍ୟଶାଳୀ ଅଟୋ ଚାଳକ ଜଣଙ୍କ ହେଉଛନ୍ତି ଅନୂପ। ସେ କେରଳ ଶ୍ରୀବରହାମ ଅଞ୍ଚଳରେ ରୁହନ୍ତି। ଶନିବାର ସେ TJ 750605 ଟିକେଟ ଆଣିଥିଲେ। ତେବେ ପ୍ରଥମରୁ ଏହି ଟିକେଟ ନମ୍ବର ତାଙ୍କର ପସନ୍ଦ ନଥିଲା। ସେ ଆଉ ଗୋଟିଏ ନମ୍ବର ଚୟନ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଏହି TJ 750605 ନମ୍ବର ଟିକେଟ ଧରି ଘରକୁ ଆସିଥିଲେ।

ପୂର୍ବରୁ ମଧ୍ୟ ଅନୂପ ଲଟେରୀ ଟିକେଟ କିଣିଥିଲେ। ହେଲେ ତାଙ୍କ ଜିତିବା ରାଶି କେବେ ହେଲେ ୫ ହଜାରରୁ ଅଧିକ ନଥିଲା। କିନ୍ତୁ ଏବେ ସେ ୨୫ କୋଟି ଟଙ୍କା ଜିତିଛନ୍ତି। ଟିକସ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ବାଦ ଦେଲେ ଅନୂପ ପ୍ରାୟ ୧୫ କୋଟି ଟଙ୍କା ପାଇବେ ବୋଲି ଜଣାପଡ଼ିଛି।

ହଠାତ ଅଟୋ ଡ୍ରାଇଭରରୁ କୋଟି ପତି ହୋଇଥିବା ଅନୂପଙ୍କ ଖୁସି ଏବେ କହିଲେ ନ ସରେ। ସେ ଏହି ଲଟେରୀ ଟଙ୍କାରେ ଗୋଟିଏ ଘର କିଣିବା ସହ ନିଜର ଋଣ ପରିଶୋଧ କରିବେ। ସେହିପରି ହୋଟେଲ ବ୍ୟବସାୟ ଆରମ୍ଭ କରିବା ସହ କିଛି ଅର୍ଥ ଦାନ ଆକାରରେ ବିଭିନ୍ନ ସଂଗଠନକୁ ଦେବେ ବୋଲି କହିଛନ୍ତି।

ସେ କହିଛନ୍ତି, “ବ୍ୟାଙ୍କ ପକ୍ଷରୁ ମୋତେ ଋଣ ମଞ୍ଜୁର କରାଯାଇଥିବା ଫୋନ ଆସିଥିଲା। ହେଲେ ମୁଁ ଏହା ଚାହୁଁ ନଥିବା ସେମାନଙ୍କୁ କହି ଦେଇଛି। ସେହିପରି ମୁଁ ମଧ୍ୟ ଆଉ ମାଲେସିୟା ଯିବିନି। ଦୀର୍ଘ ୨୨ ବର୍ଷ ହେଲାଣି ମୁଁ ଲଟେରୀ ଟିକେଟ କିଣି ଆସୁଥିଲି। ହେଲେ କେବେ ବି ୫ ହଜାରରୁ ଅଧିକ ଟଙ୍କା ଜିତି ନଥିଲି। ମୁଁ ଏଥର ମଧ୍ୟ ଜିତିବି ବୋଲି ଆଶା ରଖି ନଥିଲି।

ତେଣୁ ଟିଭି ଦେଖୁ ନଥିଲି। କିନ୍ତୁ ଯେତେବେଳେ ଫୋନ ଦେଖିଲି ସେତେବେଳେ ଜିତିଥିବା ଜାଣିବାକୁ ପାଇଥିଲି। ମୁଁ ଏହାକୁ ବିଶ୍ୱାସ କରି ପାରି ନଥିଲି ଓ ମୋ ପତ୍ନୀଙ୍କୁ ଦେଖାଇଥିଲି। ସେ ଭଲ ଭାବେ ଯାଞ୍ଚ କରି ଲଟେରୀ ଟିକେଟ ମୁଁ ଜିତିଥିବା ନିଶ୍ଚିତ କରିଥିଲେ। ତଥାପି ମୋର ସନ୍ଦେହ ହୋଇଥିଲା। ତେଣୁ ଲଟେରୀ ବିକ୍ରି କରୁଥିବା ଜଣେ ମହିଳାଙ୍କ ପାଖକୁ ମୋ ଟିକେଟର ଫଟୋ ପଠାଇଥିଲି। ସେ ମଧ୍ୟ ମୁଁ ଜିତିଥିବା କହିଥିଲେ।”

ମିଳିବାକୁ ଥିବା ୧୫ କୋଟି ଟଙ୍କାରେ ପ୍ରଥମେ ଅନୂପ ନିଜ ପରିବାର ଲୋକଙ୍କ ପାଇଁ ସୁନ୍ଦର ଘରଟିଏ ତିଆରି କରିବେ। ଏଥିସହ ଋଣ ପରିଶୋଧ, ସମ୍ପର୍କୀୟଙ୍କୁ ସହଯୋଗ ଓ ଚାରିଟି ଖୋଲିବେ। ଏହାବାଦରେ ସେ କେରଳର ହୋଟେଲ ବ୍ୟବସାୟରେ କିଛି ପୁଞ୍ଜି ନିବେଶ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି।

ଲଟେରୀ ଉଠାଣ ହେଉଥିବା ଏଜେନ୍ସିରେ ଅନୂପଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ସେ ଏହି ଟଙ୍କା ଜିତିବା ପରେ ବେଶ ଖୁସି ହୋଇଛନ୍ତି ଓ ଆଗକୁ ଲଟେରୀ ଖେଳ ଜାରି ରହିବ ବୋଲି କହିଛନ୍ତି।

ସବୁଠାରୁ କୌତହଳର ବିଷୟ ହେଉଛି ଯେ ଗତବର୍ଷ ଓନାମ ବମ୍ଫର ଲେଟରୀ ଟିକେଟରେ ମଧ୍ୟ ଜଣେ ଅଟୋ ଚାଳକ ୧୨ କୋଟି ଟଙ୍କା ଜିତିଥିଲେ। ଗତବର୍ଷ କୋଚି ନିକଟ ମାରାଡୁ ନିକଟରେ ରହୁଥିବା ଅଟୋ ଚାଳକ ଜୟପାଲନ ପିଆର କୋଟିପତି ହୋଇଥିଲେ।

ଦ୍ୱିତୀୟ ଲକି ଟିକେଟ ନମ୍ବର ହେଉଛି TG 270912। ଏହି ଟିକେଟ ପାଇଥିବା ବ୍ୟକ୍ତି ୫ କୋଟି ଟଙ୍କା ଜିତିଛନ୍ତି। ଏହାବାଦ ଆଉ ୧୦ ଜଣ ଭାଗ୍ୟଶାଳୀ ବିଜେତା ୧ କୋଟି ଟଙ୍କା ଲେଖାଏ ପାଇଛନ୍ତି।

Related story