'ଜେଲ କର୍ତ୍ତୃପକ୍ଷଙ୍କୁ ଜାମିନ୍ ଆଦେଶ ଏବେ ଶୀଘ୍ର ପଠାଯିବ'

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜାମିନ୍ ଆଦେଶ ଦେବା ପରେ ବି ଅନେକ ସମୟରେ ଜଣେ ବ୍ୟକ୍ତି ତିନି-ଚାରି ଦିନ ପରେ ଜେଲରୁ ବାହାରୁଥିବାର ନଜିର ରହିଛି। ଏଭଳି ହେବା ଦ୍ୱାରା ସେହି ବ୍ୟକ୍ତିର ଅଧିକାର କ୍ଷୁର୍ଣ୍ଣ ହେଉଛି। ଏହା ଠିକ୍ ନୁହେଁ। ଜାମିନ୍ ଆଦେଶ ଦିଆଯିବାର ଅର୍ଥ ଆବଶ୍ୟକ ନିୟମ ପୂରଣ କରାଯାଇ ଜେଲରେ ଥିବା ସଂପୃକ୍ତ ବ୍ୟକ୍ତି ଜେଲରୁ ଶୀଘ୍ର ମୁକ୍ତ ହେବା ଦରକାର। ଏଭଳି କହି ପୁରୁଣା ବ୍ୟବସ୍ଥାରେ ସଂସ୍କାର ଆସିବା ଦରକାର କହିଛନ୍ତି ଦେଶର […]

NV-RAMANNA

NV-RAMANNA

Subhransu Sekhar
  • Published: Saturday, 17 July 2021
  • Updated: 17 July 2021, 09:16 AM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜାମିନ୍ ଆଦେଶ ଦେବା ପରେ ବି ଅନେକ ସମୟରେ ଜଣେ ବ୍ୟକ୍ତି ତିନି-ଚାରି ଦିନ ପରେ ଜେଲରୁ ବାହାରୁଥିବାର ନଜିର ରହିଛି। ଏଭଳି ହେବା ଦ୍ୱାରା ସେହି ବ୍ୟକ୍ତିର ଅଧିକାର କ୍ଷୁର୍ଣ୍ଣ ହେଉଛି। ଏହା ଠିକ୍ ନୁହେଁ। ଜାମିନ୍ ଆଦେଶ ଦିଆଯିବାର ଅର୍ଥ ଆବଶ୍ୟକ ନିୟମ ପୂରଣ କରାଯାଇ ଜେଲରେ ଥିବା ସଂପୃକ୍ତ ବ୍ୟକ୍ତି ଜେଲରୁ ଶୀଘ୍ର ମୁକ୍ତ ହେବା ଦରକାର। ଏଭଳି କହି ପୁରୁଣା ବ୍ୟବସ୍ଥାରେ ସଂସ୍କାର ଆସିବା ଦରକାର କହିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ଏ.ଭି ରମନ୍ନା। ସୁପ୍ରିମକୋର୍ଟ ଏଭଳି କିଛି ଘଟଣା ଦେଖିବା ପରେ ଶୁକ୍ରବାର ନିଜ ଆଡୁ ଏପରି ମତ ରଖିଛନ୍ତି।

ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିକ ଏକ ସ୍ୱତନ୍ତ୍ର ବେଞ୍ଚ ଶୁଣାଣି ବେଳେ  ଜେଲ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେଉଁମାନେ ଜାମିନ ଆଦେଶର "ପ୍ରାମାଣିକ" ହାର୍ଡ କପି ହସ୍ତାନ୍ତର କରିବାକୁ ଜିଦ୍ ଧରନ୍ତି। ଏଭଳି ହେବା ଦ୍ୱାରା ଲୋକଙ୍କ ବ୍ୟକ୍ତିଗତ ସ୍ୱାଧୀନତା ପ୍ରଭାବିତ ହୋଇଛି ବୋଲି କୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ରମନ୍ନା ମୌଖିକ ଭାବରେ କହିଛନ୍ତି, ଆଇଟି ଯୁଗରେ ଆମେ ଏବେ ବି ଗୋଟିଏ ଜାମିନ୍ ଅର୍ଡର ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚାଇବା ପାଇଁ ଆକାଶରେ ଉଡି ବୁଲୁଥିବା କପୋତମାନଙ୍କୁ ଅର୍ଡର କରିବା ଭଳି ସ୍ଥିତି ଉପୁଜିଛି। ତେଣୁ ଏହାର ସମାଧାନ ନିହାତି ହେବା ଦରକାର। ପ୍ରଧାନ ବିଚାରପତି, ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ ଏବଂ ଜଷ୍ଟିସ୍ ଏସ୍. ବୋପନ୍ନା ଏହି ଅବସରରେ କହିଛନ୍ତି କିଭଳି ଜାମିନ୍ ଆଦେଶ ଶ୍ରୀଘ୍ରରୁ ଅତି ଶୀଘ୍ର ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିପାରିବ ତା ଉପରେ ଗୁରୁତ୍ୱ ଦେବା ଦରକାର। ଏହି ବ୍ୟବସ୍ଥା 'FASTER' କିମ୍ବା ' Fast and Secure Transmission of Electronic Records' ନାମକ ଏକ ନୂଆ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ମାନଙ୍କୁ କହିଛନ୍ତି। ଏହା ଦ୍ୱାରା ତୁରନ୍ତ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଆଦେଶ ଜେଲ୍ ପ୍ରଶାସନ ପାଖରେ ପହଞ୍ଚିବ। ସୁପ୍ରିମକୋର୍ଟଙ୍କ ଏହି ବ୍ୟବସ୍ଥାକୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ମଧ୍ୟ ପ୍ରଶଂସା କରିଛନ୍ତି।

ଏହାପରେ ସିଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯଦି ଓ୍ୱେବସାଇଟରେ ଏହି ଜାମିନ୍ ଅର୍ଡର ଅପଲୋଡ କରି ଦିଆଯାଏ ତାହେଲେ ବି ଜାମିନ ପ୍ରକ୍ରିୟା ପୂରଣ ହେବା ପାଇଁ ଅଳ୍ପ ସମୟ ଲାଗିବ। ପରେ ସୁପ୍ରିମକୋର୍ଟ କହିଛନ୍ତି ଏପରି ବ୍ୟବସ୍ଥା କରାଯିବା ପଛର ଉଦ୍ଦେଶ୍ୟ ହେଉଛି କିଭଳି ସୁରକ୍ଷିତ ଭାବରେ ଗୋଟିଏ ଅର୍ଡର ବା ଆଦେଶ ଶୀଘ୍ର ଏବଂ ସୁରକ୍ଷିତ ପହଞ୍ଚିବ। ଏହାପରେ ଦୁଇ ସପ୍ତାହ ମଧ୍ୟରେ ଜେଲ ଗୁଡିକରେ ଇଣ୍ଟରନେଟ୍ ବ୍ୟବସ୍ଥା କିଭଳି ରହିଛି ତାର ଏକ ରିପୋର୍ଟ ସମସ୍ତ ସରକାରଙ୍କ ପାଖରୁ ଆଣି ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟର ସେକେଟ୍ରେରୀ ଜେନେରାଲ ଏହି ରିପୋର୍ଟ ସରକାରଙ୍କ ପାଖରୁ ଆଣି ଦାଖଲ କରିବେ।

ସୂଚନାଯୋଗ୍ୟ, ଆଗ୍ରା ଜେଲରେ ଥିବା ୧୩ ଜଣ କଏଦୀଙ୍କୁ ସୁପ୍ରିମକୋର୍ଟ ଜୁଲାଇ ୮ରେ ଜାମିନ ପ୍ରଦାନ କରିଥିଲେ। ଅପରାଧ ଘଟାଇବା ବେଳେ ଏମାନେ ସମସ୍ତେ ନାବାଳକ ବୋଲି ମଧ୍ୟ ଜୁଭେନାଇଲ ବୋର୍ଡ ଦର୍ଶାଇଥିଲେ। ହେଲେ ଜେଲ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କ ଅର୍ଡର କପି ପହଞ୍ଚିନଥିବା କହି ୪ ଦିନ ବିଳମ୍ୱରେ ସେମାନଙ୍କୁ ଛାଡ଼ିଥିଲେ। ସେହିପରି ଦିଲ୍ଲୀ ହାଇକୋର୍ଟ ନିକଟରେ ଦୁଇ ଜଣଙ୍କୁ ଜାମିନ ପ୍ରଦାନ କରିଥିଲେ। ହେଲେ ସେହି ଦୁଇ ବ୍ୟକ୍ତି ଦୁଇ ଦିନ ପରେ ତିହାର ଜେଲରୁ ବାହାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos