କିଏ ହେଲେ ମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀ?

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବ? ତାକୁ ନେଇ ଜୋରସୋରେ କସରତ ଚାଲିଥିଲା। ଏହାରି ଭିତରେ ମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀଙ୍କ ନାଁ ଘୋଷଣା ହୋଇଛି। ତାଙ୍କ ଶିଷ୍ୟ ବଲବୀର ଗିରି ହିଁ  ତାଙ୍କ ଉତ୍ତରାଧିକାରୀ ହେବେ। ଏନେଇ ଆଖାଡା ପରିଷଦର ପଞ୍ଚ ପରମେଶ୍ୱର ମହନ୍ତଙ୍କ ମାଲିକାନା ସତ୍ତ୍ୱ ଆଧାରରେ ଏହି ନିଷ୍ପତ୍ତି ନେଇଛନ୍ତି। ଏବେ ମହନ୍ତ ବଲବୀର ଗିରି ବାଘମ୍ବରି ମଠ […]

narendra-Giri

narendra-Giri

Madhupriya Mistry
  • Published: Wednesday, 29 September 2021
  • Updated: 29 September 2021, 12:52 PM IST

Sports

Latest News

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବ? ତାକୁ ନେଇ ଜୋରସୋରେ କସରତ ଚାଲିଥିଲା। ଏହାରି ଭିତରେ ମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀଙ୍କ ନାଁ ଘୋଷଣା ହୋଇଛି। ତାଙ୍କ ଶିଷ୍ୟ ବଲବୀର ଗିରି ହିଁ  ତାଙ୍କ ଉତ୍ତରାଧିକାରୀ ହେବେ। ଏନେଇ ଆଖାଡା ପରିଷଦର ପଞ୍ଚ ପରମେଶ୍ୱର ମହନ୍ତଙ୍କ ମାଲିକାନା ସତ୍ତ୍ୱ ଆଧାରରେ ଏହି ନିଷ୍ପତ୍ତି ନେଇଛନ୍ତି।

ଏବେ ମହନ୍ତ ବଲବୀର ଗିରି ବାଘମ୍ବରି ମଠ ଗାଦି ଉପରେ ବସିବେ। ଅକ୍ଟୋବର ୫ ତାରିଖରେ ନରେନ୍ଦ୍ର ଗିରିଙ୍କ ଷୋଡଶ ସଂସ୍କାର ହେବ। ସୂଚନା ମୁତାବକ ସେହି ଦିନ ହିଁ ବାଘମ୍ବରି ମଠ ଆସନ ଉପରେ ବଲବୀର ଗିରିଙ୍କୁ ବସାଯିବ।

ସୂଚନା ମୁତାବକ ସେପ୍ଟେମ୍ବର ୨୦ ତାରିଖରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଉତ୍ତର ପ୍ରଦେଶର ପ୍ରୟାଗରାଜ ସ୍ଥିତ ବାଘମ୍ବରି ମଠ ସ୍ଥିତ ତାଙ୍କ ରୁମରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏଥିସହ ସେହି ସ୍ଥାନରୁ ଏକ ସୁସାଇଡ୍‌ ନୋଟ୍‌ ମଧ୍ୟ ମିଳିଥିଲା। ଏଥିରେ ବଲବୀର ଗିରିଙ୍କୁ ତାଙ୍କ ଉତ୍ତରାଧିକାରୀ କରିବା ପାଇଁ ସେ ଘୋଷଣା କରିଥିଲେ। ସେପଟେ ସୁସାଇଡ୍‌ ନୋଟ୍‌ରେ ଆତ୍ମହତ୍ୟା କରିବା କାରଣ ତାଙ୍କ ଅନ୍ୟତମ ଶିଷ୍ୟ ନରେନ୍ଦ୍ର ଗିରି ବୋଲି କହିଥିଲେ।

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ଏବେବି ସସପେନ୍ସ ଜାରି ରହିଛି। ସେ ଆତ୍ମହତ୍ୟା କରିଥିଲେ ମଧ୍ୟ ଏହା ପଛରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଥିବା ସନ୍ଦେହ କରାଯାଉଛି। ଏସବୁ ଭିତରେ ଉତ୍ତର ପ୍ରଦେଶ ସରକାର ଏହି ମୃତ୍ୟୁ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସୁପାରିସ କରିଛନ୍ତି।

ଉତ୍ତର ପ୍ରଦେଶ ପୁଲିସ୍‌ ଇତି ମଧ୍ୟରେ ମହନ୍ତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଘନିଷ୍ଠ ତଥା ଶିଷ୍ୟ ଆନନ୍ଦ ଗିରିଙ୍କ ସମେତ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ମହନ୍ତ ନରେନ୍ଦ୍ର ଗିରି ଜୀବନ ହାରିବା ପୂର୍ବରୁ ନିଜ ସୁଇସାଇଡ ନୋଟରେ ଆନନ୍ଦ ଗିରିଙ୍କ ସମେତ ଆଉ କିଛି ଲୋକଙ୍କ ନାଁ ଲେଖିଥିଲେ। ସେମାନେ ତାଙ୍କୁ ହଇରାଣ ଓ ଅପମାନିତ କରୁଥିବା କରୁଥିବାରୁ ସେ ଜୀବନ ହାରୁଥିବା କଥା ଉଲ୍ଲେଖ କରିଥିଲେ।  ସେହିପରି ପୁଲିସ୍‌ ୧୮ ଜଣ ଅଧିକାରୀଙ୍କୁ ନେଇ ଏସଆଇଟି ମଧ୍ୟ ଗଠନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos