ଯୁବତୀଙ୍କ ମୁହଁରେ ପୁରୁଷଙ୍କ ଭଳି ବଢ଼ୁଛି ଦାଢ଼ି

ନୂଆଦିଲ୍ଲୀ: ଜଣେ ଯୁବତୀଙ୍କ ମୁହଁରେ ପୁରୁଷଙ୍କ ଭଳି ଦାଢ଼ି ବଢ଼ିବାରେ ଲାଗିଛି। ଆମେରିକାର ଲାସଭେଗାସରେ ରହୁଥିବା ଏହି ଯୁବତୀଙ୍କ ନାମ ଡକୋଟା କୁକ୍। ଯାହାକୁ ନେଇ ସେ ଏବେ ସବୁଠାରେ ଅଲୋଚନାର ବିଷୟ ହୋଇଛନ୍ତି। ଯେତେବେଳେ ଏହି ଯୁବତୀଙ୍କୁ ୧୩ ବର୍ଷ ହୋଇଥିଲା, ସେବେ ଠାରୁ ତାଙ୍କ ମୁହଁରେ ଦାଢ଼ି ଉଠିବା ଆରମ୍ଭ ହୋଇଥିଲା। ବହୁ ଚିକିତ୍ସା ପରେ ମଧ୍ୟ ତାଙ୍କର ଏହି ଦାଢ଼ି ବାହାରିବା ବନ୍ଦ ହୋଇ ନ ଥିଲା। ଏବେ ତାଙ୍କ ବୟସ ୩୦ […]

Dadhi

  • Published: Wednesday, 10 August 2022
  • , Updated: 10 August 2022, 02:56 PM IST

ନୂଆଦିଲ୍ଲୀ: ଜଣେ ଯୁବତୀଙ୍କ ମୁହଁରେ ପୁରୁଷଙ୍କ ଭଳି ଦାଢ଼ି ବଢ଼ିବାରେ ଲାଗିଛି। ଆମେରିକାର ଲାସଭେଗାସରେ ରହୁଥିବା ଏହି ଯୁବତୀଙ୍କ ନାମ ଡକୋଟା କୁକ୍। ଯାହାକୁ ନେଇ ସେ ଏବେ ସବୁଠାରେ ଅଲୋଚନାର ବିଷୟ ହୋଇଛନ୍ତି।

ଯେତେବେଳେ ଏହି ଯୁବତୀଙ୍କୁ ୧୩ ବର୍ଷ ହୋଇଥିଲା, ସେବେ ଠାରୁ ତାଙ୍କ ମୁହଁରେ ଦାଢ଼ି ଉଠିବା ଆରମ୍ଭ ହୋଇଥିଲା। ବହୁ ଚିକିତ୍ସା ପରେ ମଧ୍ୟ ତାଙ୍କର ଏହି ଦାଢ଼ି ବାହାରିବା ବନ୍ଦ ହୋଇ ନ ଥିଲା। ଏବେ ତାଙ୍କ ବୟସ ୩୦ ବର୍ଷ। ଏବେ ସେ ତାଙ୍କ ଦାଢ଼ି ସହ ଜୀବନ ବିତାଉଛନ୍ତି। ଯୁବତୀଙ୍କ କହିବା କଥା, ଏହି ଦାଢ଼ି ଯୋଗୁ ସେ ହଟ୍ ଦେଖାଯାଉଛନ୍ତି।

ସେ ଏକଦା ମୁହଁର ଏହି ଦାଢ଼ି ସଫା କରିବା ନିମନ୍ତେ ଦିନକୁ ଦୁଇଥର ସେବିଂ କରୁଥିଲେ। କାରଣ ଏଥିଯୋଗୁ ସେ ଭେଦଭାବ ଓ ସମାଲୋଚନାର ଶିକାର ହେଉଥିଲେ। ୨୦୧୫ ମସିହାରେ ଜଣେ ସାଙ୍ଗର ପରାମର୍ଶ ମାନି ଦାଢ଼ି କାଟିବା ବନ୍ଦ କରିଦେଇଥିଲେ। ଏବେ ସେ ଦାଢ଼ି ସହ ଖୁବ୍ ଖୁସୀ ଅଛନ୍ତି। ଏଥିନିମନ୍ତେ ସେ ଦାଢ଼ିବାଲି ମହିଳା ରୂପେ ଜଣାଶୁଣା ହୋଇଯାଇଛନ୍ତି ଏବଂ ସାମାଜିକ ଗଣମାଧ୍ୟମରେ ବେଶ ଲୋକପ୍ରିୟ ହୋଇଛନ୍ତି।

ସେ ଏହି ଦାଢ଼ି ଆସିବା ବନ୍ଦ କରିବା ନିମନ୍ତେ ବହୁ ପରୀକ୍ଷା କରିବା ସହ ଔଷଧ ଖାଇଛନ୍ତି। ହେଲେ ସବୁ ବିଫଳ ହୋଇଛି। ମୁହଁରେ ଦାଢ଼ି ଆସିବାର କାରଣ ମଧ୍ୟ ଜଣାପଡ଼ିନି। ତେବେ ଡାକ୍ତରଙ୍କ କହିବା କଥା ଯୁବତୀଙ୍କ ଶରୀରରେ Testosterone ମାତ୍ରା ବଢ଼ିବା ଏହାର କାରଣ ହୋଇପାରେ।

Related story