ମହାମାରୀ ଚିନ୍ତା, ପୁଲିସକୁ ଜଣାଇ ଆତ୍ମହତ୍ୟା କଲେ ଦମ୍ପତି

ମାଙ୍ଗାଳୁରୁ: ଘାରିଲା ମହାମାରୀ ଭୟ, ଚିନ୍ତାରେ ହେଲେ ଛଟପଟ୍‌। ଶେଷରେ ପୁଲିସକୁ ଦେଲେ ସୂଚନା। ପୁଲିସକୁ ଫୋନ୍‌ କରି ଜୀବନ ହାରିଦେଲେ ଦମ୍ପତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କର୍ଣ୍ଣାଟକର ମାଙ୍ଗାଳୁରୁରେ। କର୍ଣ୍ଣାଟକ ମାଙ୍ଗାଳୁରୁର ୪୦ ବର୍ଷୀୟ ରମେଶ ଏବଂ ତାଙ୍କ ପତ୍ନୀ ଗୁଣା ଆର୍‌ ସବର୍ଣ୍ଣା। ଗତ କିଛି ଦିନ ହେବ ଉଭୟଙ୍କ କରୋନା ଲକ୍ଷଣ ଦେଖା ଦେଇଥିଲା। ଏହାକୁ ନେଇ ଭୟଭୀତ ହୋଇପଡିଥିଲେ ଦମ୍ପତି। ଚିନ୍ତାରେ ହୋଇଥିଲେ ଆଉଟୁପାଉଟୁ। ନିଦ ଭୋକ ସବୁ […]

couple Suicide

Madhupriya Mistry
  • Published: Tuesday, 17 August 2021
  • , Updated: 17 August 2021, 03:37 PM IST

ମାଙ୍ଗାଳୁରୁ: ଘାରିଲା ମହାମାରୀ ଭୟ, ଚିନ୍ତାରେ ହେଲେ ଛଟପଟ୍‌। ଶେଷରେ ପୁଲିସକୁ ଦେଲେ ସୂଚନା। ପୁଲିସକୁ ଫୋନ୍‌ କରି ଜୀବନ ହାରିଦେଲେ ଦମ୍ପତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କର୍ଣ୍ଣାଟକର ମାଙ୍ଗାଳୁରୁରେ।

କର୍ଣ୍ଣାଟକ ମାଙ୍ଗାଳୁରୁର ୪୦ ବର୍ଷୀୟ ରମେଶ ଏବଂ ତାଙ୍କ ପତ୍ନୀ ଗୁଣା ଆର୍‌ ସବର୍ଣ୍ଣା। ଗତ କିଛି ଦିନ ହେବ ଉଭୟଙ୍କ କରୋନା ଲକ୍ଷଣ ଦେଖା ଦେଇଥିଲା। ଏହାକୁ ନେଇ ଭୟଭୀତ ହୋଇପଡିଥିଲେ ଦମ୍ପତି। ଚିନ୍ତାରେ ହୋଇଥିଲେ ଆଉଟୁପାଉଟୁ। ନିଦ ଭୋକ ସବୁ କିଛି ତାଙ୍କର ଉଡି ଯାଇଥିଲା। ଶେଷରେ ଏଥିରୁ ମୁକ୍ତି ପାଇବା ପାଇଁ ଉଭୟ ନେଇଥିଲେ ନିଷ୍ପତି। ସୋମାବର ସହରର ପୁଲିସ କମିଶନରଙ୍କୁ ଦମ୍ପତି ଫୋନ୍‌ କରିଥିଲେ। ମଡିଆରେ ପ୍ରସାରିତ ହେଉଥିବା କରୋନା ଖବରର ଆଲୋଚନାକୁ ନେଇ ସେ ଆଉ ସହିପାରୁନଥିବା କହିଥିଲେ। ଏଥିପାଇଁ ଆମେ ଆତ୍ମହତ୍ୟା କରିବାକୁ ଯାଉଛୁ ବୋଲି ଦମ୍ପତି ପୁଲିସକୁ ଜଣାଇଥିଲେ।

ପିଟିଆଇର ସୂଚନା ମୁତାବକ, ତୁରନ୍ତ ଏହା ଜାଣିବା ପରେ ଦମ୍ପତିଙ୍କୁ ପୁଲିସ କମିଶନର ପ୍ରତିକ୍ରିୟା ଦେଇଥିଲେ। ଆବେଗରେ ଆସି ଏଭଳି କୌଣସି ଭୁଲ୍‌ ପଦେକ୍ଷପ ନ ନେବା ପାଇଁ ପୁଲିସ ପରମର୍ଶ ଦେଇଥିଲେ। କିନ୍ତୁ ପୁଲିସ ଯେତେବେଳେ ତାଙ୍କ ଆପର୍ଟମେଣ୍ଟରେ ପହଞ୍ଚିଥିଲା ସେତେବେଳେ ସବୁକିଛି ଶେଷ ହୋଇସାରିଥିଲା। ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା।

ଆଜି ସକାଳୁ ପୁଲିସ ମାଙ୍ଗାଳୁରୁର ଏକ ଆପର୍ଟମେଣ୍ଟରୁ ଏହି ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ଏଥିସହ ମୃତଦେହ ନିକଟରୁ ଏକ ସୁ-ସାଇଡ୍‌ ନୋଟ୍‌ ମଧ୍ୟ ଜବତ ହୋଇଛି।  ଏହି ସୁ-ସାଇଡ୍‌ ନୋଟ୍‌ରେ ଉଉୟ ମୃତ୍ୟୁ ପଛର କାରଣ ସାମ୍ନାକୁ ଆସିଛି।

ସୁ-ସାଇଡ୍‌ ନୋଟ୍‌ରେ ଜନ୍ମର ୧୩ ଦିନ ପରେ କିଭଳି ତାଙ୍କର କୁନି ଛୁଆଟିର ମୃତ୍ୟୁ ହୋଇଥିଲା ତା'ର ଯନ୍ତ୍ରଣା ବଖାଣିଛନ୍ତି ସ୍ୱାମୀ-ସ୍ତ୍ରୀ। ଦିନରେ ଦୁଇଥର ଇନ୍‌ସୁଲିନ୍‌ ଇଞ୍ଜେକସନ ନେବା ପରେ ମଧ୍ୟ ତାଙ୍କ ଡାଇବେଟିସ ନିୟନ୍ତ୍ରଣ ବାହାରେ ରହୁଥିବା କହିଛନ୍ତି। ଏଥିସହ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତି ଗରିବଙ୍କ ମଧ୍ୟରେ ବାଣ୍ଟିଦେବାକୁ ଅନୁରୋଧ କରିଛନ୍ତି। ପୁଲିସ ଏକ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Related story