କ୍ଷମା ମାଗିବା ସତ୍ତ୍ୱେ ଥମୁନି ବିବାଦ, ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବା ଟିଏମସି ମନ୍ତ୍ରୀଙ୍କ ଗିରଫ ଦାବି

କୋଲକାତା: ରାଷ୍ଟପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପଶ୍ଚିମବଙ୍ଗର ଟିଏମସି ମନ୍ତ୍ରୀ  ଅଖିଲ ଗିରିଙ୍କୁ ଗିରଫ ପାଇଁ ଦାବି ହୋଇଛି। ପଶ୍ଚିମବଙ୍ଗ ବିଜେପି ସାଂସଦ ସୌମିତ୍ରା ଖାନ୍‌ ଅଖିଲ ଗିରିଙ୍କ ଗିରଫ ଦାବି କରି ଜାତୀୟ ମହିଳା କମିଶନଙ୍କୁ ଏକ ଚିଠି ଲେଖିଛନ୍ତି। ଟିଏମସି ନେତା ତଥା ବିଧାୟକ ଅଖିଲ ଗିରିଙ୍କୁ ତୁରନ୍ତ ଗିରଫ କରିବା ଏବଂ ତାଙ୍କ ବିଧାୟକପଦ ରଦ୍ଦ କରିବାକୁ ସେ ଦାବି କରିଛନ୍ତି।    ବିଜେପି ମଧ୍ୟ ଟିଏମସି […]

790

790

Tapas Behera
  • Published: Saturday, 12 November 2022
  • Updated: 12 November 2022, 04:35 PM IST

Sports

Latest News

କୋଲକାତା: ରାଷ୍ଟପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପଶ୍ଚିମବଙ୍ଗର ଟିଏମସି ମନ୍ତ୍ରୀ  ଅଖିଲ ଗିରିଙ୍କୁ ଗିରଫ ପାଇଁ ଦାବି ହୋଇଛି। ପଶ୍ଚିମବଙ୍ଗ ବିଜେପି ସାଂସଦ ସୌମିତ୍ରା ଖାନ୍‌ ଅଖିଲ ଗିରିଙ୍କ ଗିରଫ ଦାବି କରି ଜାତୀୟ ମହିଳା କମିଶନଙ୍କୁ ଏକ ଚିଠି ଲେଖିଛନ୍ତି। ଟିଏମସି ନେତା ତଥା ବିଧାୟକ ଅଖିଲ ଗିରିଙ୍କୁ ତୁରନ୍ତ ଗିରଫ କରିବା ଏବଂ ତାଙ୍କ ବିଧାୟକପଦ ରଦ୍ଦ କରିବାକୁ ସେ ଦାବି କରିଛନ୍ତି।   

ବିଜେପି ମଧ୍ୟ ଟିଏମସି ମନ୍ତ୍ରୀ ଅଖିଲ ଗିରିଙ୍କ ବିରୋଧରେ ବିବାଦୀୟ ବିବୃତ୍ତି ପାଇଁ ନନ୍ଦିଗ୍ରାମ ପୁଲିସ ଷ୍ଟେସନରେ ଅଭିଯୋଗ କରିଛି ।ବିଜେପି ମଧ୍ୟ ଗିରିଙ୍କ ବୟାନକୁ ଆଧାର କରି ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲା। ବିଭିନ୍ନ ସ୍ଥାନରେ ଗିରିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।ଅନ୍ୟପକ୍ଷରେ ବିରୋଧ ପରେ କ୍ଷମା ମାଗିଛନ୍ତି ଟିଏମସିର ବରିଷ୍ଠ ନେତା ତଥା ମନ୍ତ୍ରୀ ଅଖିଳ ଗିରି। ସେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ଖୋଦ୍‌ ଟିଏମସି ମଧ୍ୟ ଗିରିଙ୍କ ବୟାନକୁ ସମାଲୋଚନା କରିବା ସହ ବିବାଦରୁ ନିଜକୁ ଦୂରେଇ ରଖିଥିଲା। ଗିରିଙ୍କ ବୟାନର ଭିଡିଓ ଭାଇରାଲ ହେବା ପରେ ସେ କ୍ଷମା ମାଗି ଅନୁତାପ କରିଛନ୍ତି।ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତି ମୁର୍ମୁଙ୍କ ଚେହେରାକୁ ନେଇ କଟାକ୍ଷ କରିଥିଲେ । ନନ୍ଦିଗ୍ରାମ ଠାରେ ଏକ ଭିଡକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି, ”ଆମେ ଚେହେରା ଆଧାରରେ କାହାକୁ ବିଚାର କରୁନାହିଁ । ଆମେ ରାଷ୍ଟ୍ରପତିଙ୍କ ପଦବୀକୁ ସମ୍ମାନ କରୁ । ହେଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?” କହି ମନ୍ତ୍ରୀ ରାଷ୍ଟ୍ରପତିଙ୍କୁ କଟାକ୍ଷ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦେଶର ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମନ୍ତ୍ରୀଙ୍କ ଏଭଳି ଅଶୋଭନୀୟ ଟିପ୍ପଣୀକୁ ତୀବ୍ର ନିନ୍ଦା କରିଛି ପଶ୍ଚିମବଙ୍ଗ ବିଜେପି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ରଦାୟ ଅଟନ୍ତି । ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେଇ ତାଙ୍କୁ ଅପମାନ କରିଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ । ମମତା ବାନାର୍ଜୀ ଓ ଟିଏମସି ଆଦିବାସୀ ବିରୋଧି ଅଟନ୍ତି । ସେମାନେ ରାଷ୍ଟ୍ରପତି ମୁର୍ମୁଙ୍କୁ ସମର୍ଥନ କରିନାହାନ୍ତି ଏବଂ ଏବେ ଏଭଳି ନିମ୍ନସ୍ତରର ମନ୍ତବ୍ୟ ଦେଇଛନ୍ତି ବୋଲି ବିଜେପି କହିଛି ।

ପୂର୍ବରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କରି ବିବାଦରେ ଛନ୍ଦି ହୋଇଥିଲେ । ବିଜେପି ଏହି ଘଟଣାକୁ କେନ୍ଦ୍ର କରି ସଂସଦ ଅଚଳ କରିଥିଲା । କଂଗ୍ରେସ ନେତା ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବାରୁ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଥିଲା । ପରେ ଅଧୀର ରଞ୍ଜନ ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story