ମୁଁ କ’ଣ କରିପାରେ ଅମଲା ବାବୁମାନଙ୍କୁ ଜଣା ନାହିଁ: ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ରାଜ୍ୟ ଅମଲା ବାବୁଙ୍କ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟର ପ୍ରଶାସନକି ଅଧିକାରୀମାନେ କୌଣସି ନିୟମ କାନୁନକୁ ଅନୁସରଣ କରୁନାହାନ୍ତି। ଗଭର୍ଣ୍ଣନର ହାଉସ୍‌ କ’ଣ କରିପାରେ ସେମାନଙ୍କୁ ଜଣାନାହିଁ ବୋଲି ସେ କହିଛନ୍ତି। ଗଣମାଧ୍ୟମରେ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଗତକାଲି ପଶ୍ଚିମବଙ୍ଗରେ ଡ.ବିଆର ଆମ୍ବେଡକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସମସ୍ତେ  ଆଇନ ଅନୁସାରେ କାମ କରନ୍ତୁ ବୋଲି ଚେଷ୍ଟା […]

west-Bengal-governore

west-Bengal-governore

Tapas Behera
  • Published: Tuesday, 25 January 2022
  • Updated: 25 January 2022, 04:39 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ରାଜ୍ୟ ଅମଲା ବାବୁଙ୍କ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟର ପ୍ରଶାସନକି ଅଧିକାରୀମାନେ କୌଣସି ନିୟମ କାନୁନକୁ ଅନୁସରଣ କରୁନାହାନ୍ତି। ଗଭର୍ଣ୍ଣନର ହାଉସ୍‌ କ’ଣ କରିପାରେ ସେମାନଙ୍କୁ ଜଣାନାହିଁ ବୋଲି ସେ କହିଛନ୍ତି। ଗଣମାଧ୍ୟମରେ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଗତକାଲି ପଶ୍ଚିମବଙ୍ଗରେ ଡ.ବିଆର ଆମ୍ବେଡକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସମସ୍ତେ  ଆଇନ ଅନୁସାରେ କାମ କରନ୍ତୁ ବୋଲି ଚେଷ୍ଟା କରିଥିଲି। କିନ୍ତୁ ସରକାରୀ କର୍ମଚାରୀମାନେ ଆଇନ ଅନୁସାରେ କାମ କରିବାକୁ ଭୁଲି ଯାଇଛନ୍ତି। ଏମିତିକି ରାଜ୍ୟର ମୁଖ୍ୟ ଶାସନ ସଚିବ ତାଙ୍କ ଫୋନ୍‌ ଉଠାଇ ନଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି। ସେହିପରି ପଶ୍ଚିମବଙ୍ଗ  ବାଚସ୍ପତି ବିମନ ବାନାର୍ଜୀଙ୍କ ବିରୋଧରେ ବର୍ଷିଥିଲେ ରାଜ୍ୟପାଳ।  ବାଚସ୍ପତ୍ତି  କୌଣସି ବିଲକୁ ତାଙ୍କ ବ୍ୟକ୍ତିଗତ ଅଫିସରେ ଅଟକାଇପାରିବେ ନାହିଁ ବୋଲି ସେ କହିଛନ୍ତି। ରାଜ୍ୟସରକାରଙ୍କ ଅଭିଯୋଗ ଅନୁଯାୟୀ ହାଓଡ଼ା-ମ୍ୟୁନିସପାଲଟି  ବିଲକୁ ରାଜ୍ୟପାଳଙ୍କ ଦ୍ୱାରା ଅଟକାଯାଇଥିଲା।

ତେବେ ଏହାର ଜବାବ ଦେଇ ରାଜ୍ୟପାଳ କହିଛନ୍ତି ଯେ, କୌଣସି ବିଲକୁ ମୁଁ ଅଟକାଇ ନାହିଁ।  ମୁଁ ସବୁବେଳେ ୪୮ ଘଣ୍ଟା ମଧ୍ୟରେ ସବୁ ବିଲ ପାସ କରିଦିଏ ବୋଲି ଜଗଦୀପ ଧନଖଡ଼ କହିଛନ୍ତି। ମୋ ଟେବୁଲରେ କୌଣସି ବିଲ ବାକି ପଡ଼ି ନାହିଁ। ମୁଁ  ଯେତେବେଳେ କୌଣସ ସ୍ପଷ୍ଟୀକରଣ ରାଜ୍ୟ ବିଧାସଭାରୁ ଲୋଡ଼େ ମତେ ମିଳେ ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ବାଚସ୍ପତ୍ତି ନିଜକୁ ଆଇନରୁ ଊର୍ଦ୍ଧ୍ୱ ମନେ କରୁଛନ୍ତି ବୋଲି ସେ କହିଛନ୍ତି। ମୁଁ ଏଥିରେ ଆଶ୍ଚର୍ଯ୍ୟ ବୋଲି ସେ କହିଛନ୍ତି ।

ରାଜ୍ୟପାଳ ଜଗଦୀପ ଧନଖଡ଼ ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ବିମନ ବାନାର୍ଜୀ । ସେ କହିଛନ୍ତି ଯେ, ରାଜ୍ୟପାଳ ଅଫିସକୁ ବ୍ୟବହାର କରି  ରାଜ୍ୟପାଳ ଏମିତି ଏକ ଅଭିଯୋଗ ଆଣିବେ ବୋଲି ଆମେ ବିଶ୍ୱାସ କରିପାରୁ ନାହୁଁ। ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଏମିତି କହିପାରି ଥାନ୍ତି ବୋଲି ସେ କହିଛନ୍ତି। ଏହା ଅସାମ୍ବିଧାନିକ। ସବୁ କଥା ରାଷ୍ଟ୍ରପତିଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos