୨୪ ଘଣ୍ଟାରେ ୧୪୪ ଜଣଙ୍କର କରୋନାରେ ମୃତ୍ୟୁ, ପଶ୍ଚିମବଙ୍ଗରେ ସର୍ବକାଳୀନ ରେକର୍ଡ

କୋଲକାତା: ଶନିବାର ପଶ୍ଚିମବଙ୍ଗରେ ୧୪୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗରେ ଏହା ସର୍ବକାଳୀନ ରେକର୍ଡ। ସେହିପରି ବିଗତ ୨୪ ଘଣ୍ଟାରେ ୧୯,୫୧୧ ଜଣ ଚିହ୍ନଟ ହୋଇଛନ୍ତି। ବିଗତ ୧୦ ଦିନ ପରେ ରାଜ୍ୟରେ ୨୦ ହଜାର ତଳେ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ରହିଛି। ଏହାକୁ ମିଶାଇଲେ ରାଜ୍ୟରେ କରୋନା ସଂକ୍ରମଣ ହାର ୯.୮ ପ୍ରତିଶତ ରହିଥିବା ସୂଚନା ରହିଛି। ରାଜ୍ୟରେ ୧୪୪ ଜଣଙ୍କର ମୃତ୍ୟୁ ସହିତ ଏଯାବତ ୧୩,୧୩୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। […]

wb-corona

wb-corona

Subhransu Sekhar
  • Published: Saturday, 15 May 2021
  • Updated: 15 May 2021, 08:44 PM IST

Sports

Latest News

କୋଲକାତା: ଶନିବାର ପଶ୍ଚିମବଙ୍ଗରେ ୧୪୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗରେ ଏହା ସର୍ବକାଳୀନ ରେକର୍ଡ। ସେହିପରି ବିଗତ ୨୪ ଘଣ୍ଟାରେ ୧୯,୫୧୧ ଜଣ ଚିହ୍ନଟ ହୋଇଛନ୍ତି। ବିଗତ ୧୦ ଦିନ ପରେ ରାଜ୍ୟରେ ୨୦ ହଜାର ତଳେ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ରହିଛି। ଏହାକୁ ମିଶାଇଲେ ରାଜ୍ୟରେ କରୋନା ସଂକ୍ରମଣ ହାର ୯.୮ ପ୍ରତିଶତ ରହିଥିବା ସୂଚନା ରହିଛି।

ରାଜ୍ୟରେ ୧୪୪ ଜଣଙ୍କର ମୃତ୍ୟୁ ସହିତ ଏଯାବତ ୧୩,୧୩୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ସେହିପରି ନୂଆ ସଂକ୍ରମିତଙ୍କୁ ମିଶାଇଲେ ରାଜ୍ୟରେ ୧୧ ଲକ୍ଷ ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଚିହ୍ନଟ ହୋଇଛନ୍ତି କୋଲକାତାରୁ। ମୋଟ୍ ୩,୯୫୧ ଜଣ କୋଲକାତାରୁ ଚିହ୍ନଟ ହୋଇଥିବା ବେଳେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଉତ୍ତର ପାରଗନା ଜିଲ୍ଲାରେ ୩୫ ଜଣଙ୍କର ଏହି ଅବଧି ମଧ୍ୟରେ ମୃତ୍ୟୁ ଘଟିଥିବା ବେଳେ ୪,୨୭୯ ଜଣ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ୧,୩୧,୯୪୮ ଜଣ କରୋନାରେ ଚିକିତ୍ସାଧୀନ ରହିଥିବା ବେଳେ ୧୯ ହଜାର ଆଖି ବୁଜିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଉଥିବାରୁ ଆସନ୍ତା କାଲିଠାରୁ ୩୦ ତାରିଖ ଯାଏ ପୂରା ରାଜ୍ୟରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରିଛନ୍ତି ମମତା ସରକାର। ଲକଡାଉନ ସମୟରେ ଅର୍ଥାତ ସକାଳ ୬ଟାରୁ ୩୦ ତାରିଖ ସନ୍ଧ୍ୟା ୬ଟା ଯାଏ ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଘରୋଇ ଅଫିସ ବନ୍ଦ ରହିବ ବୋଲି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ କହିଛନ୍ତି।

କେବଳ ଜରୁରୀ ସେବା କରୁଥିବା ଅଫିଟସ ଗୁଡ଼ିକ ଖୋଲା ରହିବ। ଉପଯୁକ୍ତ ପରିଚୟପତ୍ର ଦେଖାଇ କର୍ମଚାରୀ ଯିବା ଆସିବା କରିବେ। ଜରୁରୀ ସେବାକୁ ଛାଡ଼ି ଦେଲେ ଆଉ କୌଣସି ଅଫିସ ଖୋଲି ପାରିବ ନାହିଁ। ସ୍କୁଲ ଓ କଲେଜ ମଧ୍ୟ ୩୦ ତାରିଖ ଯାଏ ବନ୍ଦ ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos