ଦିନକୁ ୩୦ ମିନିଟ୍‌ ଶୋଇପାରିବେ କର୍ମଚାରୀ, ଘୋଷଣା କଲା ଏହି କମ୍ପାନୀ

ବେଙ୍ଗାଲୁରୁ: ଆମ ସମସ୍ତଙ୍କର ଧାରଣା ସବୁ କମ୍ପାନୀ ତାଙ୍କ କର୍ମଚାରିଙ୍କୁ ଗଧ ଭଳି ଖଟାନ୍ତି। ଅଧିକ କାମ ପାଇଁ ଚାପ ପକାନ୍ତି। ଯେତିକି ଦରମା ମିଳେ ତାଠାରୁ ଦୁଇଗୁଣା କାମ ଉଠାନ୍ତି। କର୍ମଚାରୀଙ୍କ ଯତ୍ନ କଥା କିଏ ପଚାରେ।  କିନ୍ତୁ ସବୁ କମ୍ପାନୀ ଯେ, ସେମିତ ନୁହନ୍ତି ତାହା ବେଙ୍ଗାଲୁରୁର ଏକ ଷ୍ଟାର୍ଟ ଅପ୍‌ କମ୍ପାନୀ ପ୍ରମାଣିତ କରିଛି । ନିଜ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରି ସେମାନଙ୍କ ମନ ଜିଣି ନେଇଛି ଏହି କମ୍ପାନୀ। […]

sleeping

Tapas Behera
  • Published: Saturday, 07 May 2022
  • , Updated: 07 May 2022, 05:22 PM IST

ବେଙ୍ଗାଲୁରୁ: ଆମ ସମସ୍ତଙ୍କର ଧାରଣା ସବୁ କମ୍ପାନୀ ତାଙ୍କ କର୍ମଚାରିଙ୍କୁ ଗଧ ଭଳି ଖଟାନ୍ତି। ଅଧିକ କାମ ପାଇଁ ଚାପ ପକାନ୍ତି। ଯେତିକି ଦରମା ମିଳେ ତାଠାରୁ ଦୁଇଗୁଣା କାମ ଉଠାନ୍ତି। କର୍ମଚାରୀଙ୍କ ଯତ୍ନ କଥା କିଏ ପଚାରେ।  କିନ୍ତୁ ସବୁ କମ୍ପାନୀ ଯେ, ସେମିତ ନୁହନ୍ତି ତାହା ବେଙ୍ଗାଲୁରୁର ଏକ ଷ୍ଟାର୍ଟ ଅପ୍‌ କମ୍ପାନୀ ପ୍ରମାଣିତ କରିଛି । ନିଜ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରି ସେମାନଙ୍କ ମନ ଜିଣି ନେଇଛି ଏହି କମ୍ପାନୀ। ଡ୍ୟୁଟି ସମୟରରେ ଦିନରେ ୩୦ ମିନିଟ୍‌ ବିଶ୍ରାମ ନେଇପାବେ ବୋଲି କମ୍ପାନୀ ଘୋଷଣା କଣିଛି ।

ୱାକେଫିଟ୍‌ ସଲ୍ୟୁସନ୍‌ ନାମକ କମ୍ପାନୀ ନିଜ କର୍ମଚାରୀଙ୍କୁ  କିଛି ଏମିତି ଖୁସି ଖବର ଦେଇଛି ।  କମ୍ପାନୀ ପକ୍ଷରୁ ‘ଶୋଇବାର ଅଧିକାର’ ସମ୍ପର୍କିତ ଏକ ଛବି ଟ୍ୱିଟରରେ ପୋଷ୍ଟ କରାଯାଇଛି। ସେଥିରେ କର୍ମଚାରୀମାନେ କେତେବେଳେ ଶୋଇବେ ତାର ମଧ୍ୟ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ ହୋଇଛି।  ସବୁ କର୍ମଚାରିମାନେ ଦିନ ୨ଟାରୁ ୨ଟା ୩୦ପର୍ଯ୍ୟନ୍ତ ଶୋଇପାରିବେ ବୋଲି ଘୋଷଣା କରାଯାଇଛି।

https://twitter.com/WakefitCo/status/1522064693900193794?s=20&t=C5FNqLik0P2pW8HJAKGRAA

ଏହା ଦ୍ୱାରା କର୍ମଚାରୀଙ୍କ ଶରୀର ସୁସ୍ଥ ରହିବ।  ସେହିପରି କର୍ମଚାରୀମାନେ ଚାପମୁକ୍ତ ହୋଇ ବିଶ୍ରାମ ନେଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରାହ୍ନରେ ବିଶ୍ରାମ ନେବା ଦେହ ପକ୍ଷେ ଫଳପ୍ରଦ ଏବଂ ଏହା କର୍ମଚାରିଙ୍କୁ ଅଧିକ ଉତ୍ସାହିତ କରିବ। କମ୍ପାନୀର ଏହି ନିଷ୍ପତ୍ତିରେ କର୍ମେଚାରିମାନେ ଖୁସି ପ୍ରକଟ କରିଛନ୍ତି।

Related story